ପ୍ରଥମଥର ସୋସିଆଲ ମିଡିଆରେ ଦେଖନ୍ତୁ Ollywood ର ଫେମସ ହୀରୋ Arindam ଙ୍କ କୁନି ପୁଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅଭିନେତା ଅରିନ୍ଦମ ରଏ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି ।

ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ହିରୋ, ‘ରାଜା ଝିଅ ସଙ୍ଗେ ହେଇଗଲା ଭାବ’, ‘ଇସ୍କ ତୁ ହି ତୁ’, ‘ଅଶୋକ ସମ୍ରାଟ’ ଭଳି ଫିଲ୍ମ ଅନ୍ୟତମ । ସେ ନିଜର ଅଭିନୟ ଏବଂ ଦକ୍ଷତା ବଳ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେବେ ଆପଣ ମାନେ ତ ଜାଣିଥିବେ ଯେ, ବିଗତ କିଛି ମାସ ହେବ ଏହି ଅଭିନେତା ବାପା ହୋଇଥିଲେ । ଆପଣ ମାନେ ଅରିନ୍ଦମ ଙ୍କୁ ତ ଅନେକ ଫିଲ୍ମ ରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ତାଙ୍କ ପୁଅ ଙ୍କୁ ଦେଖିଛନ୍ତି? ତେବେ ଅଭିନେତା ଅରିନ୍ଦମ ପ୍ରଥମ ଥର ପାଇଁ ନିଜ କୁନି ପୁଅ ଙ୍କ ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଅରିନ୍ଦମ ରଏ ଅନୁପା ଦାସ ଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ । ପରେ ଏହି ଅଭିନେତା ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ୨୦୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ବୁଧବାର ଦିନ ସନ୍ଧ୍ୟା ସମୟରେ ଅଭିନେତା ଅରିନ୍ଦମ ରଏ ଙ୍କ ଏକ ପୁତ୍ର ସନ୍ତାନ କଟକ ର ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲା ।

ଏହା ସମଗ୍ର ଓଡିଶା ବାସୀ ଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ସାଜିଥିଲା । ଏହି ଖୁସି ର ଅବସର ରେ ଅଭିନେତା ଅରିନ୍ଦମ ରଏ ଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଅଭିନନ୍ଦନ ଓ ଶୁଭକାମନା ମଧ୍ୟ ଜଣାଇଥିଲେ । ଅଭିନେତା ଅରିନ୍ଦମ ସବୁବେଳେ ନିଜ ପରିବାର ସଦସ୍ୟ ଙ୍କୁ ସୋସିଆଲ ମିଡିଆ ଠାରୁ ଦୂରରେ ରଖନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କୌଣସି ପରିବାର ସଦସ୍ୟ ଙ୍କ ସହିତ ଫଟୋ ସେୟାର କରି ନାହାନ୍ତି ।

କିନ୍ତୁ ପ୍ରଥମ ଥର ପାଇଁ ଏହି ଅଭିନେତା ନିଜ କୁନି ପୁଅ ଙ୍କ ଭିଡିଓ କୁ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ତାଙ୍କ ପୁଅ କୁ ମାତ୍ର ୪ ମାସ ହୋଇଛି । ଏହି ଭିଡିଓ ରେ ତାଙ୍କ ପୁଅ ଖେଳୁ ଥିବାର ଓ ହସୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ ଟି ଦର୍ଶକ ମାନଙ୍କ ମନକୁ ଛୁଇଁଛି । ତେବେ ବର୍ତ୍ତମାନ କୋରନା କାଳ ରେ ଫିଲ୍ମ ର ସୁଟିଂ ନ ହେଉଥିବାରୁ ଅରିନ୍ଦମ ଘରେ ରହୁଛନ୍ତି ଏବଂ ଅସହାୟ ବ୍ୟକ୍ତି ଙ୍କ ସାହାଯ୍ୟ କରୁଛନ୍ତି । ଏହି ସମୟ ରେ ସେ ନିଜ ପୁଅ ଓ ପରିବାର ସଦସ୍ୟ ଙ୍କ ସହିତ ଖୁସି ର ସମୟ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *