ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଗତକାଲି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଜନ୍ମ ଦିବସ ଥିଲା । ବିବାହ ପରେ ନିଜ ଶାଶୂଘରେ ଏହା ଥିଲା ଅର୍ଚ୍ଚିତା ଙ୍କ ପ୍ରଥମ ଜନ୍ମଦିନ ।
ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅର୍ଚ୍ଚିତା ଙ୍କ ଜନ୍ମଦିନ ରେ ଓଲିଉଡ ର ଅଭିନେତା ସବ୍ୟସାଚୀ କିଛି ଏଭଳି କାମ କରିଛନ୍ତି ଯେଉଁ କାରଣରୁ ସେ ଖୁବ ଚର୍ଚ୍ଚା ରେ ଆସିଛନ୍ତି ଏବଂ ପ୍ରଶଂସା ର ପାତ୍ର ସାଜିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଜନ୍ମ ଦିବସ ରେ ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଦେଢ଼ ଶହ ବସ୍ ଚାଳକ ଙ୍କ ପରିବାର କୁ ଦିଆଗଲା ରାସନ୍ ସହାୟତା ।
ଅର୍ଚ୍ଚିତା ଙ୍କ ଜନ୍ମଦିନ ରେ ଏହି ଉତ୍ତମ କାର୍ଯ୍ୟ ଟି ହୋଇଥିବାରୁ ଆମେ ଉଭୟ ବହୁତ ଆନନ୍ଦିତ । ମହାମାରୀ କୋରନା କାଳ ରେ ଦୁଃଖ କଷ୍ଟ ରେ ବୁଡ଼ି ଯାଇଛନ୍ତି ବସ୍ ଡ୍ରାଇଭର, ହେଲ୍ପର ଏବଂ କର୍ମଚାରୀ । ଗତକାଲି ସୋସିଆଲ ମିଡିଆ ରେ ଏକ ଲାଇଭ ଭିଡିଓ ଆସି ପହଂଚିଥିଲା । ସେଠାରେ କିଛି ବସ୍ ଡ୍ରାଇଭର, ହେଲ୍ପର ଓ କର୍ମଚାରୀ ବରମୁଣ୍ଡା ବସ୍ ଷ୍ଟାଣ୍ଡ ସାମ୍ନା ରେ ଛିଡ଼ା ହୋଇ ସହାୟତା ମାଗୁଥିଲେ ।
ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ, ‘କୋରନା ପରିସ୍ଥିତି ସୃଷ୍ଟି ହେବା ପର ଠାରୁ ଆମେ ବହୁତ ଅସୁବିଧା ରେ ଅଛୁ । ଗତ ବର୍ଷ ଯାହା ଯେମିତି ହୋଇଥିଲା । ଏହି ବର୍ଷ ଦୁଇ ମାସ ହେବ ବସ୍ ଚାଲୁନାହଁ । ଆମ ପରିସ୍ଥିତି ଦେଖି ହେବ ନାହିଁ । ରାଜ୍ୟ ରେ ୧୨,୦୦୦ ଗାଡ଼ି ଚାଲୁଥିବା ବେଳେ ବର୍ତ୍ତମାନ ଲକଡାଉନ ପାଇଁ ସବୁ ବନ୍ଦ ହୋଇ ଯାଇଛି ।
ଅଧିକାଂଶ ବସ୍ କର୍ମଚାରୀ ବର୍ତ୍ତମାନ ଗାଁ ରେ । ଆମେ ଗୋଟିଏ ବେଳା ଖାଇବାକୁ ପାଇଲେ ଆଉ ଦୁଇ ବେଳା ଉପାସ ରେ ରହୁଛୁ । ଭାତ ଦୂର ର କଥା ମୁଢ଼ି ଓ ଚୂଡ଼ା ମଧ୍ୟ ମିଳୁନାହିଁ । ଯଦି କେହି ସାହାଯ୍ୟ କରିବେ ତେବେ ଆମ ଜୀବନ ବଞ୍ଚି ଯାଆନ୍ତା । ‘
ସବ୍ୟସାଚୀ କହିଛନ୍ତି ଯେ, ଏହି ଭିଡିଓ ପାଇବା ପରେ ଆମେ ସଙ୍ଗେ ସଙ୍ଗେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ୟମ କରିଲୁ ଏବଂ ସେମାନଙ୍କ ପାଇଁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ରାସନ ସାମଗ୍ରୀ ଓ କଞ୍ଚା ପରିବା ପହଂଚାଇଲୁ । ସୌଭାଗ୍ୟ କୁ ଏହି ଦିନ ଅର୍ଚ୍ଚିତା ଙ୍କ ଜନ୍ମଦିନ ଥିଲା । ଯେଉଁ କାରଣ ରୁ ଏହି ଦିନ ସବୁଦିନ ପାଇଁ ସ୍ମରଣୀୟ ହୋଇଗଲା ।
ରାଜଧାନୀ ପରିବହନ ସଙ୍ଘ ର ପ୍ରତ୍ୟେକ କର୍ମଚାରୀ ଓ ସଂଘ ର ସଭାପତି ନବକିଶୋର ମହାନ୍ତି ଙ୍କୁ ଧନ୍ୟବାଦ । ତେବେ ଏହିପରି ଭାବରେ ଏକ ଉତ୍ତମ କାର୍ଯ୍ୟ କରି ଅର୍ଚ୍ଚିତା ଙ୍କ ଜନ୍ମଦିନ ପାଳନ କରିଲେ ଅଭିନେତା ସବ୍ୟସାଚୀ । ଯାହା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ ଅଟେ । ସବ୍ୟ ଙ୍କ ଏଭଳି ମହତ କାମ ପାଇଁ ହୃଦୟରୁ ଗୋଟେ ଲାଇକ ଓ ସେୟାର କରିବେ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ