ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ଅର୍ଚ୍ଚିତା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଗତ କାଲି ଅର୍ଚ୍ଚିତାଙ୍କ ଜନ୍ମ ଦିନ ଥିଲା ଓ ତାଙ୍କ ଶାଶୁ ଘରେ ତାଙ୍କ ଜନ୍ମ ଦିନ ଧୁମଧାମରେ ପାଳନ ହୋଇଥିଲା । ଜନ୍ମ ଦିନର କିଛି ଫଟୋ ଅର୍ଚ୍ଚିତା ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ତାଙ୍କର ସବୁ ଫଟୋ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଜନ୍ମ ଦିନ ଅବସରରେ ଅର୍ଚ୍ଚିତା ପୁଣି ଥରେ ସୋସିଆଲ ମିଡିଆରେ ଲାଇଭ ଆସିଛନ୍ତି ଓ ନିଜ ଫ୍ୟାନ୍ସ ମାନଙ୍କ ପାଇଁ କିଛି ବିଶେଷ କଥା କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଅର୍ଚ୍ଚିତା କିଛି ସମୟ ପୂର୍ବରୁ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଲାଇଭ ଆସିଛନ୍ତି । ଏହି ଭିଡିଓରେ ଅର୍ଚ୍ଚିତା କହୁଛନ୍ତି-‘ମୁ ସମସ୍ତଙ୍କୁ ନମସ୍କାର ଜଣାଉଛି । ମୁ ଆଶା କରୁଛି ସମସ୍ତେ ଭଲରେ ଥିବେ ଓ ଖୁସିରେ ଥିବେ । ସମସ୍ତଙ୍କର କମେଣ୍ଟସ ଦେଖି ମୁ ଆଜି ଲାଇଭ ଆସିଛି । ମୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆପଣ ମାନେ ମତେ ଏତେ ଭଲ ପାଇବା ଦେଇଥିବାରୁ ମୁ ଆପଣ ମାନଙ୍କୁ ଧନ୍ୟବାଦ ଜଣାଉଛି’ ।
ଏହାପରେ ଆଗକୁ ଅର୍ଚ୍ଚିତା କହୁଛନ୍ତି-‘ମୁ ପାଖା ପାଖି ଅଧିକାଂଶ ଲୋକଙ୍କୁ ପର୍ଶନାଲି ରିପ୍ଳାଏ ଦେଇଛି ଯଦି କାହାକୁ ଦେଇ ନଥିବି ତା ହେଲେ ବର୍ତ୍ତମାନ ମୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଦେବାସ୍ନାନ ପୂର୍ଣ୍ଣିମା ଦିନ ମୁ ଜନ୍ମ ହୋଇଥିଲି । ମୁ ବହୁତ ଭାଗ୍ୟଶାଳୀ ଭାବେ ନିଜକୁ ବୋଧେ ପ୍ରଭୁ ଶ୍ରୀଜଗନ୍ନାଥ ମତେ ବହୁତ ଭଲ ପାନ୍ତି । ସେଥିପାଇଁ ମୁ ଏତେ ଶୁଭ ଦିନରେ ଜନ୍ମ ହୋଇଛି’ ।
ଏହାପରେ ଆଗକୁ ଅର୍ଚ୍ଚିତା କହିଲେ-‘ମୁ ସବୁବେଳେ ମୋ ଜନ୍ମ ଦିନକୁ ମୋ ପରିବାର ଲୋକଙ୍କ ସହ ପାଳନ କରେ । ହେଲେ ମୁ ମୋର କିଛି ସମ୍ପର୍କୀୟ ଓ ପରିବାର ଲୋକଙ୍କୁ ମନେ ପକାଉଛି । କାରଣ କରୋନା ପାଇଁ ମୋର ସମ୍ପର୍କୀୟ ଲୋକ ମୋ ଜନ୍ମଦିନରେ ଉପସ୍ଥିତ ନଥିଲେ ଓ ଗତ ବର୍ଷ ମଧ୍ୟ ଏହି ପରିସ୍ଥିତି ହୋଇଥିଲା । ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ କଷ୍ଟରେ ଅଛନ୍ତି । ମୁ ମଧ୍ୟ ଭଗବାନଙ୍କୁ ଏହା ପ୍ରାର୍ଥନା କରୁଛି ଯେ, ଏହି ଦିନ ଯେତେ ଶୀଘ୍ର ଏହି ପାରିବ ସେତେ ଶୀଘ୍ର ଚାଲିଯାଉ’ ।
ଏହାପରେ ଆଗକୁ ଅର୍ଚ୍ଚିତା କହିଲେ-‘ ଆପଣ ମାନେ ସବ୍ୟଙ୍କ ବିଷୟରେ ପଚାରୁ ଥିଲେ । ବର୍ତ୍ତମାନ ସେ ଟିକେ ବ୍ୟସ୍ତରେ ଅଛନ୍ତି । ଆପଣ ମାନେ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ ସବ୍ୟ ମୋ ଜନ୍ମ ଦିନ ଭୁଲି ଯାଇଥିଲେ । ଏହାପରେ ତାଙ୍କୁ ମୁ ମନେ ପକାଇଥିଲି ।
ଏହାପରେ ଆଗକୁ ଅର୍ଚ୍ଚିତା କହିଲେ-‘ ଆପଣ ମାନେ ସବ୍ୟଙ୍କ ବିଷୟରେ ପଚାରୁ ଥିଲେ । ବର୍ତ୍ତମାନ ସେ ଟିକେ ବ୍ୟସ୍ତରେ ଅଛନ୍ତି । ଆପଣ ମାନେ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ ସବ୍ୟ ମୋ ଜନ୍ମ ଦିନ ଭୁଲି ଯାଇଥିଲେ । ଏହାପରେ ତାଙ୍କୁ ମୁ ମନେ ପକାଇଥିଲି ।
ସେ ମୋତେ ନପଚାରି ସୋସିଆଲ ମିଡିଆରେ ମୋ ଜନ୍ମ ଦିନର ଫଟୋ ସେୟାର କରିଥିଲେ । ମୋ ଜନ୍ମ ଦିନକୁ ଭୁଲିଯାଇଥିବା କଥାକୁ ନକହିବା ପାଇଁ ସେ କହିଥିଲେ ହେଲେ ମୁ ଆପଣ ମାନଙ୍କୁ କିଛି ଲୁଚେଇ ପାରିବି ନାହିଁ । ହେଲେ ତା ପରେ ବହୁତ ଧୁମଧାମରେ ମୋ ଜନ୍ମ ଦିନ ପାଳନ କରଯାଇଥିଲା ଓ ସବ୍ୟ ମଧ୍ୟ ମୋତେ ବହୁତ ସ୍ପେଶିଆଲ ଫିଲ କରେଇଥିଲେ’ ।
ଅର୍ଚ୍ଚିତା ନିଜ ସ୍ଵାମୀ ସବ୍ୟଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇଜଣ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ଓ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଅଧିକ ଭଲ ପାଇବା ଅଛି ।