ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ family biography & lifestyle

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ସିନେମା ଜଗତ ର ସୁପରଷ୍ଟାର ଏବଂ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ବିଷୟରେ କିଛି ଆଲୋଚନା କରିବା ତେବେ ଆସନ୍ତି ଜାଣିନେବା । ଅପରାଜିତା ମହାନ୍ତି ଓଡ଼ିଆ ସିନେମା ର ଏକ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କୁ ଲୋକମାନେ ଟିକି ଅପା ମଧ୍ୟ ଡାକିଥାନ୍ତି ।

ସେ ୯୦ ଦଶକର ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଥିଲେ ଏବଂ ଓଲିଉଡ କୁ ସେ ଅନେକ ସୁପରହିଟ ସିନେମା ପ୍ରଦାନ କରିଛନ୍ତି । ତେବେ ସେ ବର୍ତ୍ତମାନ ସୁଧା ମଧ୍ୟ ଅନେକ ସିନେମା ରେ ଅଭିନୟ କରି ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ଅପରାଜିତା ଙ୍କୁ ଓଲିଉଡ ର ଡ୍ରିମ ଗାର୍ଲ ମଧ୍ୟ କୁହାଯାଏ । ୧୯୬୫ ମସିହା ମେ ମାସ ୧୫ ତାରିଖ ରେ ଅପରାଜିତା ଜନ୍ମଲାଭ କରିଥିଲେ । ବର୍ତ୍ତମାନ ସେ ମାତ୍ର ୫୫ ବର୍ଷ ବୟସ ରେ ପାଦ ଦେଇଛନ୍ତି ।

ଅପରାଜିତା ମହାନ୍ତି ଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ମହାନ୍ତି ଯିଏ କି ଓଲିଉଡ ର ଏବଂ ୯୦ ଦଶକ ର ଜଣେ ସଫଳ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଏବଂ ସେମାନେ ଦୁଇ ଜଣଙ୍କ ର ଗୋଟିଏ ମାତ୍ର ସନ୍ତାନ ଅଛି ଯାହାର ନାମ ହେଉଛି ବାବୁଶାନ । ବାବୁଶାନ ବର୍ତ୍ତମାନ ର ଜଣେ ସଫଳ ଏବଂ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା ସେ ମଧ୍ୟ ଓଲିଉଡ ଜଗତକୁ ଅନେକ ସୁପରହିଟ ସିନେମା ପ୍ରଦାନ କରିଛନ୍ତି ।

ଅପରାଜିତା ମହାନ୍ତି ୧୯୮୦ ମସିହାରେ ତାଙ୍କ ଅଭିନୟ ଜୀଵନ କୁ ଆରମ୍ଭ କରିଥିଲେ । ତାଙ୍କ ର ପ୍ରଥମ ଚଳଚ୍ଚିତ୍ର ହେଉଛି ସୀତା ଲବ କୁଶ । ଏହି ସିନେମା ପରେ ସେ ଆଉ ପଛକୁ ଚାହିଁ ନଥିଲେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଓଲିଉଡ କୁ ପ୍ରଦାନ କରି ଚାଲିଲେ । ଉଦଣ୍ଡି ସୀତା,ଜୋର ଯାହାର ମୁଲକ ତାର, ଚକା ଡୋଳା କରୁଛି ଲୀଳା, ଜଗା ହାତରେ ପଘା,ସହର ଜଳୁଛି,ଦାଦାଗିରି, ଚକା ଭଉଁରି ପରି ଅନେକ ସୁପର ହିଟ ସିନେମା ସେ ଆମ ମାନଂକୁ ପ୍ରଦାନ କରିଛନ୍ତି ।

ଅପରାଜିତା ମହାନ୍ତି ଏକ ମୁସଲମାନ ପରିବାର ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ମାଆ ଥିଲେ ହିନ୍ଦୁ ନାରୀ । ଏହା ସହିତ ଅପରାଜିତା ମଧ୍ୟ ହିନ୍ଦୁ ଘରକୁ ବୋହୁ ହେଇକି ଆସିଛନ୍ତି । ଅନେକ ଇଣ୍ଟରଭିଉ ରେ ସେ ଉଭୟ ଧର୍ମ କୁ ସମାନ ଦୃଷ୍ଟି ରେ ଦେଖନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି । ତା ଛଡା ତାଙ୍କ ଘରେ ମଧ୍ୟ ସବୁ ଧର୍ମର ଈଶ୍ୱର ପୂଜା ପାଉଛନ୍ତି ।

ଅପରାଜିତା ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ର ଜଣେ ସଦସ୍ୟ ଅଛନ୍ତି । ତାଙ୍କ ପରିବାର ରେ ସ୍ୱାମୀ ଉତ୍ତମ ମହାନ୍ତି, ପୁଅ ବାବୁଶାନ ଏବଂ ବୋହୁ ତୃପ୍ତି ଅଛନ୍ତି ବର୍ତ୍ତମାନ ଅପରାଜିତା ଜେଜେ ମାଆ ମଧ୍ୟ ହୋଇଗଲେଣି । ଅପରାଜିତା ମହାନ୍ତି ଗୋଟିଏ ଚଳଚ୍ଚିତ୍ର ରେ କାମ କରିବା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ କୌଣସି ପ୍ରଡକ୍ଟ ର ଆଡ଼ ପାଇଁ ୫ ରୁ ୬ ଲକ୍ଷ ନେଇଥାନ୍ତି । ତେବେ ତାଙ୍କର ଏକ ବହୁତ ବଡ଼ ଘର ଅଛି ଏବଂ ତିନୋଟି କାର ମଧ୍ୟ ରହିଛି । ଆଜି ପର୍ଯ୍ୟନ୍ତ ଅପରାଜିତା ମହାନ୍ତି ଲୋକ ମାନଙ୍କ ହୃଦୟ ରେ ବାସ କରୁଛନ୍ତି ଏବଂ କରୁଥିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *