34 ଟି ଝିଅଙ୍କର ମା’ ଅଟନ୍ତି Bollywood ର ଏହି Actress, ଅଳିଆ ଗଦାରେ ପଡିଥିବା ପିଲାକୁ ନିଜ ଝିଅ ରୂପେ ଆପଣେଇ ନେଇଥିଲେ Mithun

ବନ୍ଧୁଗଣ ବଲିଉଡର ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବଲିଉଡରେ ଏପରି କିଛି ଦିଗଜ କଳାକାର ଅଛନ୍ତି ଯେଉଁ ମାନେ ସମାଜ ସେବକ ମଧ୍ୟ ଅଟନ୍ତି ।

କେତେକ କଳାକାର ଅସହାୟ ଲୋକଙ୍କର ସହାୟତା କରିଛନ୍ତି ତ କେତେ ଜଣ ବେସାହାରା ଛୁଆ ମାନଙ୍କୁ ସାହାରା ଦେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଦିଗଜ କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଅନାଥ ଛୁଆ ମାନଙ୍କୁ ଆଡପ୍ଟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁସ୍ମିତା ସେନ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୁସ୍ମିତା ସେନ  ।ସୁସ୍ମିତା ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସୁସ୍ମିତା ବର୍ତ୍ତମାନ ୪୫ ବର୍ଷର ହୋଇସାରିଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ହେଲେ ସେ ଦୁଇଟି ଝିଅର ମା ଅଟନ୍ତି କାରଣ ସେ ଦେହି ଦୁଇଟି ଛୁଆଙ୍କୁ ଆଡପ୍ଟ କରିଛନ୍ତି ।

ମନ୍ଦିରା ବେଦି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦି । ମନ୍ଦିରା ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ମନ୍ଦିରା ମଧ୍ୟ ପ୍ରଦେଶର ଜବଲପୁର ସହରରୁ ତାରା ନାମକ ଏକ ଝିଅକୁ ଆଡପ୍ଟ କରିଛନ୍ତି । ଏହା ସହିତ ତାଙ୍କର ଏକ ପୁଅ ମଧ୍ୟ ଅଛି । ସେ ନିଜ ଦୁଇ ଛୁଆଙ୍କୁ ବହୁତ ଭଲ ପାନ୍ତି ।

ମିଥୁନ ଚକ୍ରବର୍ତ୍ତୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଗୋଟେ ସମୟରେ ମିଥୁନ ବଲିଉଡର ଦିଗଜ କଳାକାର ଥିଲେ ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ମିଥୁନଙ୍କର ତିନୋଟି ଝିଅ ସହିତ ଦିଶାନୀ ନାମକ ଏକ ଝିଅ ମଧ୍ୟ ଅଛି । ଦିଶାନୀଙ୍କୁ ସେ ଏକ ଅଳିଆ ଗଦାରୁ ପାଇଥିଲେ ଓ ତାର ଲାଳନ ପାଳନ କରିଥିଲେ । ଦିଶାନୀ ବର୍ତ୍ତମାନ ବଡ ହୋଇସାରିଛନ୍ତି ଓ ଆମେରିକାରେ ପାଠ ପଢୁଛନ୍ତି ।

ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସନି ଲିଓନି । ସନି ସୋସିଆଲ ମିଡିଆରେ ନିଜ ହଟ୍ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । ସନି ଓ ତାଙ୍କ ସ୍ଵାମୀ ଡାନିୟଲ ୨୦୧୭ ମସିହାରେ ମହରାଷ୍ଟ୍ରର ଲାତୁରରୁ ଏକ ଝିଅକୁ ଆଡପ୍ଟ କରିଥିଲେ । ସେମାନେ ସେହି ଝିଅର ନାମ ନିଶା କୌର ରଖିଛନ୍ତି । ସନି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଛୁଆ ମାନଙ୍କର ଫଟୋ ସେୟାର କରନ୍ତି ।

ପ୍ରୀତି ଜେଣ୍ଟା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ପ୍ରୀତି ଜେଣ୍ଟା । ପ୍ରୀତି ଏକା ସହ ୩୪ଟି ଝିଅଙ୍କୁ ଆଡପ୍ଟ କରିଛନ୍ତି । ୨୦୦୯ ମସିହାରେ ଋଷିକେଶର ଏକ ଅନାଥ ଆଶ୍ରମରୁ ପ୍ରୀତି ୩୪ ଜଣ ଝିଅଙ୍କୁ ଆଡପ୍ଟ କରିଛନ୍ତି । ପ୍ରୀତି ନିଜ ଝିଅ ମାନଙ୍କ ସହ ଅଧିକାଂଶ ସମୟ ଅତିବାହିତ କରନ୍ତି ଓ ସେମାନଙ୍କୁ ବହୁତ ଭଲ ପାନ୍ତି ।

Leave a Reply

Your email address will not be published. Required fields are marked *