ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ‘ତାରିଣୀ ଆଖିରେ ତାରା’ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ରେ ତୁଷାର ଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ଆପଣ ମାନେ ଦେଖିଥିବେ ।
ତୁଷାର ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି ଏବଂ ପ୍ରଶଂସା ମଧ୍ୟ କରନ୍ତି । ଆପଣ ମାନେ ତୁଷାର ଙ୍କୁ ପରଦା ରେ ଦେଖିଛନ୍ତି । କିନ୍ତୁ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ଫ୍ୟାମିଲି ଓ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ‘ତାରିଣୀ ଆଖିରେ ତାରା’ ଧାରାବାହିକ ରେ ତୁଷାର ଲିଡ଼ ଭୂମିକା ରେ ଅଭିନୟ କରିଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ସପ୍ଲୀନ ମିଶ୍ର । ଆପଣ ମାନେ ଏହି ଅଭିନେତା ଙ୍କୁ ଆଗରୁ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ରହିଛି ରହିବି ତୋରି ପାଇଁ ରେ ଅଜୟ ନାମକ ଭୂମିକା ରେ ଅଭିନୟ କରିଥିବାର ଦେଖିଥିବେ ।
ବର୍ତ୍ତମାନ ସମୟ ରେ ତୁଷାର ଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଛି । ଏହା ପୂର୍ବରୁ ସେ ମାତ୍ର ୧୮ ବର୍ଷ ବୟସ ରେ ହିଁ ଟିଭି ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ସେ ପ୍ରଥମେ ଆଲବମ୍ ରେ ଅଭିନୟ କରୁଥିଲେ । ଏହାପରେ ତାଙ୍କୁ ରହିଛି ରହିବି ତୋରି ପାଇଁ ଧାରାବାହିକ ରେ ଦେଖିବାକୁ ମିଳିଥିଲା ।
ଏହି ଧାରାବାହିକ ରେ ମଧ୍ୟ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହି ଧାରାବାହିକ ଶେଷ ହେବା ପରେ ସେ ତରଙ୍ଗ ଟିଭି ର ତାରିଣୀ ଆଖିର ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି । ଏହି ଧାରାବାହିକ ର ଗୋଟିଏ ଏପିସୋଡ଼ ରେ ଅଭିନୟ କରିବା ପାଇଁ ତୁଷାର ୧୦ ରୁ ୧୫ ହଜାର ଟଙ୍କା ନେଇଥାନ୍ତି ।
ଯଦି ଏହି ଅଭିନେତା ଙ୍କ ପରିବାର ସମ୍ବନ୍ଧରେ କହିବା ତେବେ ତାଙ୍କ ପରିବାର ରେ ତାଙ୍କ ବାପା, ମାଆ ଓ ସାନ ଭଉଣୀ ଅଛନ୍ତି । ତୁଷାର ନିଜ ସାନ ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି । ଏହା ସହିତ ତୁଷାର ଙ୍କୁ ଅଭିନୟ କ୍ଷେତ୍ରରେ ଆସିବା ନିମନ୍ତେ ତାଙ୍କ ପରିବାର ତାଙ୍କୁ ବହୁତ ସପୋର୍ଟ କରିଛନ୍ତି ବୋଲି ତୁଷାର ଏକ ଇଣ୍ଟରଭ୍ୟୁ ରେ କହିଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ