ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଓ କମେଡିୟାନ ପପୁ ପମ୍ପ ପମ୍ପଙ୍କ ନୂଆ ଫିଲ୍ମକୁ ବଡ ପରଦାରେ ରିଲିଜ ହୋଇଛି । ଯାହାର ନାଁ Mr. କହ୍ନେୟା । ଯାହାର ଟ୍ରେଲର ବହୁତ ଦିନ ପୂର୍ବରୁ ରିଲିଜ ହୋଇ ସାରିଥିଲା । କିନ୍ତୁ ଦୁଇ ହେବ ଏହା ବଡ ପରଦାରେ ରିଲିଜ ହୋଇଛି । କିନ୍ତୁ କୁହାଯାଉଛି କି ଏଥିରେ କୃଷ୍ଣଙ୍କ ଚରିତ୍ରକୁ ଖରାପ ରୂପରେ ପରିବେଷଣ କରାଯାଇଛି । ସେଥିପାଇଁ କିଛି ଧାର୍ମିକ ଅନୁଷ୍ଠାନର ଲୋକମାନେ ଏହି ଫିଲ୍ମକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରୁଛନ୍ତି ।
କହିବାକୁ ଗଲେ ବର୍ତ୍ତମାନ ଚାରିଆଡେ ପପୁ ପମ୍ପ ପମ୍ପଙ୍କ ଏହି ଫିଲ୍ମକୁ ନେଇ ଚର୍ଚା ଚାଲିଛି । କେବଳ ଫିଲ୍ମ ନୁହେଁ ଏହାର ଏକ ଗୀତ ଉପରେ ବି ଲୋକମାନେ ପ୍ରଶ୍ନ କରୁଛନ୍ତି । ଏହା ସହିତ ଏହା ବି କୁହାଯାଉଛି କି ଏହି ଫିଲ୍ମ ଅନ୍ୟ ଫିଲ୍ମ ଠାରୁ କପି ହୋଇଛି ।
ଯାହାର ଉତ୍ତର ଦେଇ ପପୁ ପମ୍ପ ପମ୍ପଙ୍କ କହିଲେ କି ଭଲ ସିନେମାଟି ରିଲିଜ ହୋଇଛି । ସମସ୍ତେ ଆସି ଦେଖନ୍ତୁ । UA ସାର୍ଟିଫିକେଟ ମିଳିଛି । ଅର୍ଥାତ ସମସ୍ତେ ଦେଖିଲା ଭଳି ସିନେମା । କୌଣସି ବି ପ୍ରକାରର ଖରାପ କଥା ଏଥିରେ ନାହିଁ । ଯେତିକି ଟଙ୍କା ଦେଇ ଟିକେଟ କାଟିବେ ତାର ଦଶ ଗୁଣା ଅଧିକ ମନୋରଞ୍ଜନର ଗ୍ୟାରେଣ୍ଟି ମୁଁ ଦେଉଛି । ସିଦ୍ଧାର୍ଥ ପ୍ରଡକ୍ଶନ ବହୁତ ଭଲ ଭଲ ସିନେମା କରେ । ଏଥିରେ ବହୁତ ବଡ ବଡ ଷ୍ଟାର କାମ କରିଛନ୍ତି ।
ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ୟ ବି ଅଛନ୍ତି । ସିନେମା ଦେଖନ୍ତୁ ଆପଣଙ୍କ ମନୋରଞ୍ଜନ ସୁନିଶ୍ଚିତ । ବହୁତ ଦିନ ପରେ ଏକ ବଡ ସିନେମା ରିଲିଜ ହୋଇଛି । ଓଡିଆ ସିନେମା, ଓଡିଆ କଳାକାର ଭଲ ପାଆନ୍ତୁ । କପି ପେଷ୍ଟର ଧାରା ହଟି ଗଲାଣି । ନୂଆ କାହାଣୀ ନେଇ ନୂଆ ସିନେମା ଆସୁଛି । Mr. କହ୍ନେୟା ଏକ ନୂଆ କାହାଣୀ । ଯଦି କେହି ଚିନ୍ତା କରୁଛନ୍ତି କି ଏହା ତେଲୁଗୁ, ତାମିଲ ଓ କନ୍ନଡ ଫିଲ୍ମରୁ କପି ହୋଇଛି ତେବେ ମୋତେ ପ୍ରମାଣ ଦିଅନ୍ତୁ ମୁଁ ସିନେମା ଲାଇନ ଛାଡିଦେବି ।
କହିବାକୁ ଗଲେ ଗତକାଲି ବି ପପୁଙ୍କ ଫିଲ୍ମ Mr. କହ୍ନେୟାକୁ ନେଇ ହଙ୍ଗମା ହୋଇଥିଲେ । କିଛି ଲୋକମାନେ ଆପତ୍ତି କରିଥିଲେ କି ଏଥିରେ କୃଷ୍ଣଙ୍କୁ ଅପମାନ କରାଯାଇଛି । କିନ୍ତୁ ପପୁ ଏହାର ଉତ୍ତର ଦେଇ କହିଥିଲେ କି ଆପଣ ପ୍ରଥମେ ସିନେମା ଦେଖନ୍ତୁ ଏହା ପରେ ଯାଇ କହିବେ ।