ହଠାତ Sunanda ଙ୍କ ବିଷୟରେ ଏ କଣ କହିଗଲେ Pragyan, ହସିବାକୁ ଲାଗିଲେ ସମସ୍ତେ, ଦେଖନ୍ତୁ Video

ଓଡିଆ କମେଡିୟାନ ପ୍ରଜ୍ଞା ରଞ୍ଜନ ଖଟୁଆ ନିଜର ବିବାହକୁ ନେଇ ବହୁତ ଖୁସି ଅଛନ୍ତି ଓ ଆପଣ ତାଙ୍କର ସବୁ ଭିଡିଓରେ ଜାଣି ପାରିବେ । ଏହା ମଧ୍ୟରେ ସେ ନିଜର ବିବାହକୁ ଭୁତ ମନ୍ତବ୍ୟ ବି ଦେଇଛନ୍ତି । କହିବାକୁ ଗଲେ ରିଶେପସନ ପାର୍ଟିରେ ସେ ନିଜର ପତ୍ନୀଙ୍କ ବିଷୟରେ କିଛି କହୁଛନ୍ତି ଯାହାର କି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସୁଛି । ପ୍ରଜ୍ଞା ନିଜର ପତ୍ନୀଙ୍କ ବିଷୟରେ କହିଲେ କି ପ୍ରଭୁଙ୍କ ଆଶୀର୍ବାଦରେ ସବୁ କିଛି ହୋଇଗଲା ।

ମୋର ବିଶ୍ଵାସ ପ୍ରଭୁ ଜଗନ୍ନାଥ ମୋ ପାଖରେ ଅଛନ୍ତି । ସେଥିପାଇଁ ସବୁ କାମ ବିନା ବାଧାରେ ହୋଇ ଯାଇଛି । ଜଗନ୍ନାଥ ମୋର ପିତା, ମାତା, ବନ୍ଧୁ, ସଖା ମୋର ସବୁ କିଛି । ସେ ନିଜର ପତ୍ନୀ ସୁନନ୍ଦାଙ୍କ ବିଷୟରେ କହିଲେ କି ଆଗରୁ ମୁଁ ପତ୍ନୀ କହି ପାରୁ ନ ଥିଲି । ଭୟ ଲାଗୁ ଥିଲା । କାଳେ ମୋତେ କେହି ବାଡେଇବ କି କଣ କରିବ ।

କିନ୍ତୁ ଆଜି ମୁଁ ତାଙ୍କୁ ପତ୍ନୀ କହି ପାରିବି । କାରଣ ଆଜି ଠାରୁ ମୋର ତାଙ୍କ ଉପରେ ଅଧିକାର ଅଛି କାରଣ ସେ ମୋର ସ୍ତ୍ରୀ । ମୋର ଅର୍ଦ୍ଧାଗିନି । ଆଜି ତାଙ୍କର ନୂଆ ନାଁ ଦିଆ ଯାଇଛି । ତାଙ୍କର ନୂଆ ନାଁ ହେଉଛି ନନ୍ଦିନୀ । ତାଙ୍କ ନାଁ ଥିଲା ସୁନନ୍ଦା କିନ୍ତୁ ସେ ସୁନନ୍ଦିନୀ । କହିବାକୁ ଗଲେ ମୁଁ ତାଙ୍କୁ ଏଥିପାଇଁ ପସନ୍ଦ କରିଥିଲି ତା ଭିତରେ କିଛି ବି ନାହିଁ ।

ଯେମିତି ମୁଁ ସେମିତି ସିଏ । ମୁଁ ଯେମିତି ଭଗବାନଙ୍କୁ ଭଲ ପାଏ ଓ ସେ ବି ଭଲ ପାଆନ୍ତି । ସୁନନ୍ଦାଙ୍କ ଗୋଟିଏ ଭଲ କଥା ହେଉଛି ସେ ପଖାଳ ଖାଇ ପାରେ ଓ ଚାଓମିନ ଖାଇ ପାରେ ଏବଂ ଶାଢୀ ପିନ୍ଧି ପାରେ ଓ ଜୀନ ପ୍ୟାଣ୍ଟ ବି ପିନ୍ଧି ପାରେ । ସବୁ ପରିବେଶରେ ସେ ରହି ପାରେ । ମୁଁ ଯେତେବେଳେ କଲେଜରେ ପଢୁଥିଲି ସେତେବେଳେ ଚିନ୍ତା କରିଥିଲି କି ଯଦି ବି ବାହା ହେବି ଏହି ଝିଅକୁ ହିଁ ବାହା ହେବି ।

ତେଣୁ ଜଗନ୍ନାଥଙ୍କ ଆଶୀର୍ବାଦରେ ତାହା ଆଜି ସମ୍ଭବ ହୋଇଛି । କିନ୍ତୁ ତାର ମୋର ଗୋଟିଏ ଓଲଟା କଥା ସେ ମୁଁ ଆଲୁଭର୍ତ୍ତା ଖାଏ ଓ ସେ ଆମିଷର ଶେଷ ପର୍ଯ୍ୟନ୍ତ ଯାଆନ୍ତି । ଅର୍ଥାତ ମୁଁ ସାଧା ଖାଦ୍ୟ ପସନ୍ଦ କରେ ଓ ସେ ଆମିଷ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *