ବ୍ଲକବଷ୍ଟର ଫିଲ୍ମ ‘Puspa’ ର Hindi ଡବିଙ୍ଗରେ କାହା ପାଇଁ କେଉଁ ମାନେ ଦେଇଛନ୍ତି ଭଏସ, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ଦିନ ହେବ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ‘ପୁଷ୍ପା’ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ଏହି ଫିଲ୍ମଟି ରିଲିଜ ହେବା ପରେ ସାଉଥ ଇଣ୍ଡଷ୍ଟ୍ରିର ଏହା ଏକ ଆଇକନିକ ଫିଲ୍ମ ହୋଇପାରିଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ ଫିଲ୍ମର ଦିଗଜ ଅଭିନେତା ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସିଛନ୍ତି । ଏହି ଦୁଇଜଣଙ୍କ ସହିତ ଅନ୍ୟ କେତେକ ପ୍ରସିଦ୍ଧ କଳାକାର ମାନେ ଏହି ଫିଲ୍ମରେ କାମ କରିଛନ୍ତି ।

ଏହି ଫିଲ୍ମର କାହାଣୀଟି ବହୁତ ଭଲ ହୋଇଥିବା ସହିତ ସମସ୍ତ କଳାକାର ବହୁତ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ମନ ଜିତିଛନ୍ତି । ପୁଷ୍ପା ଫିଲ୍ମର ହିନ୍ଦୀ ଡବିଙ୍ଗଙ୍କୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଇଛନ୍ତି । ଯେଉଁ ମାନେ ଏହି ଫିଲ୍ମରେ ନିଜ ଆବାଜ ଦେଇଛନ୍ତି ସେମାନଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସଚିନ ଗୋଲେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ଗୋଲେ ସେ ପୁଷ୍ପାର ଭାଇର ଆବାଜ ଦେଇଛନ୍ତି । ଏହି ଫିଲ୍ମରେ ପୁଷ୍ପା ଭାଇର ଭୂମିକାରେ ଅଜୟ ନଜର ଆସିଛନ୍ତି । ସଚିନ ହିନ୍ଦୀ ଡବିଙ୍ଗ ପାଇଁ ଆବାଜ ଦେଇଛନ୍ତି ।

ଉଦୟ ଶ୍ରୀନିସ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଉଦୟ ଶ୍ରୀନିସ ଯିଏ ମଙ୍ଗଲମ ଶ୍ରୀନୁର ହିନ୍ଦୀ ଡବିଙ୍ଗ ଆବାଜ ଦେଇଛନ୍ତି । ମଙ୍ଗଲମ ଶ୍ରୀନୁ ଭୂମିକାରେ ସୁନୀଲ ନଜର ଆସିଛନ୍ତି ।

ସମୟ ଠକ୍କର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସମୟ ଠକ୍କର ଯିଏ ସିଦପା ନାଇଡୁର ହିନ୍ଦୀ ଡବିଙ୍ଗ ଭଏସ ଦେଇଛନ୍ତି । ଏହି ଫିଲ୍ମର ସିଡପା ନାଇଡୁ ଭୂମିକାରେ ରାଓ ରମେଶ ନଜର ଆସିଛନ୍ତି ।

ରାଜେସ ଖଟର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଜେସ ଖଟର ଯିଏ ଭନବାର ସିଂହଙ୍କ ଭଏସ ଦେଇଛନ୍ତି । ଭନବାରଙ୍କ ଭୂମିକାରେ ଅଭିନେତା ଫାହାଦ ଫାସିଲ ନଜର ଆସିଛନ୍ତି ।

ମନୋଜ ପାଣ୍ଡେ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମନୋଜ ପାଣ୍ଡେ । ମନୋସ ଏହି ଫିଲ୍ମରେ ଜୋଲି ରେଡିଙ୍କ ଭଏସ ଦେଇଛନ୍ତି । ଜୋଲି ରେଡି ଭୂମିକାରେ ଧନଞ୍ଜୟ ନଜର ଆସିଛନ୍ତି ।

ସବିନା ମୌଷମ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସବିନା ମୌଷମ । ଏହି ଫିଲ୍ମରେ ସବିନା ଦକସାୟାନୀଙ୍କ ଭଏସ ଦେଇଛନ୍ତି ଓ  ଦକସାୟାନୀଙ୍କ ଭୂମିକା ଅନାସୁୟା ଭର୍ଦବାଜ କରିଛନ୍ତି ।

ସ୍ମିତା ରୋଷମେୟର- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ସ୍ମିତା ରୋଷମେୟର । ସ୍ମିତା ଏହି ଫିଲ୍ମରେ ରଶ୍ମିକା ମନ୍ଦନାଙ୍କ ଭଏସ ଦେଇଛନ୍ତି ।

ଶ୍ରେୟାସ ତଲପଡେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଶ୍ରେୟାସ । ଶ୍ରେୟାସ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ଭଏସ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *