ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସ୍ଵର୍ଗତ ମିହିର ଦାସ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ମିହିର ଯିବା ପରେ ସାରା ଓଡିଶା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ ଓ ତାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ । ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ଦୀର୍ଘ ଦିନ ଧରି ମିହିର କିଡ୍ନି ରୋଗରେ ପୀଡିତ ଥିଲେ ତେବେ ତାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ଓ ତାଙ୍କର ଚିକିତ୍ସା ଚଳୁଥିଲା । ହେଲେ ବନ୍ଧୁଗଣ ଶେଷରେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ବଡ ଲସ୍ ହୋଇଛି କାରଣ ମିହିରଙ୍କ ଭଳି ଅଭିନେତା ଆଗାମୀ ସମୟରେ ମିଳିବେ ନା ନାହିଁ ତାର କୌଣସି ସମ୍ଭାବନା ନାହିଁ ।
ତେବେ ବନ୍ଧୁଗଣ ଗତ କାଲି ଥିଲା ମିହିରଙ୍କ ଦଶକ୍ରୀୟା ଏବଂ ଆଜି ହେଉଛି ମିହିରଙ୍କ ଏକାଦଶ କର୍ମ । ବନ୍ଧୁଗଣ ଗତ କାଲି ଦଶକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଶ୍ରିତମ ଦାସ ଗତ କାଲି ସଭାର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଥିଲେ ଯାହା ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଏହା ସହିତ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗତ କାଲି ସଭା ଫଟୋ ପୋଷ୍ଟ କରିଥିଲେ । ସିଦ୍ଧାନ୍ତ ଫଟୋ ଛାଡି ଲେଖିଥିଲେ-‘ଆଜି ସ୍ଵର୍ଗତ ମିହିର ଦାସଙ୍କ ଦଶ ଅବସରରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରିତମ ଦାସଙ୍କ ଆହ୍ଵାନ କ୍ରମେ ଏବଂ ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ସଭାପତିତ୍ଵରେ ପଟିଆ ସ୍ଥିତ ଆରଟିଓ ୨ ନିକଟସ୍ଥ ଷ୍ଟାଇଲା ଗାର୍ଡେନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଗଲା’ ।

ଆଗକୁ ସେ ଲେଖିଛନ୍ତି-‘ଏହି ସଭାରେ ସମସ୍ତ କଳାକାର ରହି ମିହିର ଭାଇଙ୍କ ସ୍ମୃତି ଚାରଣ କରିଥିଲେ । ତେବେ ମିହିର ଦାସଙ୍କ ନାମରେ କୌଣସି ଏକ ପାର୍କ କିମ୍ବା ରାସ୍ତା ନାମିତ ହେଉ ବୋଲି ସଂଘ ତରଫରୁ ସରକାରଙ୍କୁ ନିବେଦନ କରିବାର ନିଷ୍ପତ୍ତି ନିଆଗଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

