‘ବୋହୂ ଉପରେ ମୋର ବହୁତ ଆଶା’ ନିଜ ଶେଷ ଇଣ୍ଟରଭ୍ୟୁରେ କିଛି ଏମିତି କହିଥିଲେ ଅଭିନେତା Mihir Das, ଭାଇରାଲ ହେଲା Video 

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତେବେ ଗତ କିଛି ସମୟ ପୂର୍ବରୁ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି ।

ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ମିହିର ଦାସଙ୍କ ଶେଷ ଜନ୍ମଦିନ ପାଳନ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ମିହିର ତାଙ୍କ ବୋହୂ ସହ ବସି କେକ୍ କାଟୁଥିବାର ନଜର ଆସୁଛନ୍ତି । ମିହିର ବୋହୂ ଓ ଦୁଇ ପୁଅଙ୍କୁ ବହୁତ ଅଧିକ ଭଲ ପାନ୍ତି । ଜନ୍ମ ଦିନର କେକ୍ କାଟିବା ପରେ ମିହିର କ୍ୟାମେରା ସାମ୍ନାରେ କିଛି କଥା କହିଥିଲେ । ମିହିରଙ୍କ ମତରେ-‘ବହୁତ ଦିନ ପରେ ପ୍ରକୃତ ଜନ୍ମ ଦିନଟି ଆଜି ମିଡିଆ ଜଣାଇଲା ନହଲେ ଆଜି ପର୍ଯ୍ୟନ୍ତ ସବୁବେଳେ ବିଭିନ୍ନ ତାରିଖରେ ମୋର ଜନ୍ମ ଦିନ ହେଇ ଆସୁଥିଲା ଯାହାକୁ ସଂପୂର୍ଣ୍ଣ ଭୁଲ ଥିଲା’ ।

ଆଗକୁ ମିହିର କହିଛନ୍ତି-‘ଫେବୃୟାରି ୧୧ଟା ହିଁ ସତ ତେଣୁ ଆପଣ ବୁଝି ବିଚାରୀ ଆସିଛ ଧନ୍ୟବାଦ । ଏସବୁ ମନ ଦିଆନିଆ କଥା ଏ କେକ୍ କୁ ନେଇ କାଟିକୁଟି ଟିକେ ଟିକେ ଖାଇ  ଭିତରୁ ଖୁସି ହେବା ଟା ହିଁ ଠିକ ଜନ୍ମ ଦିନ ପାଳନ ଭଳି ମତେ ଲାଗେ । ମୋ ବୋହୂ ଆଜି ମତେ ପନିରର ଗୋଟେ ବଢିଆ ଆଇଟମ ଖାଇବାକୁ ଦେଇଥିଲା । ମୁ ଭେଜିଟେରିଆନ ତେଣୁ ମୋ ମନ ମୁତାବକ ଗୋଟେ ବଢିଆ ଡିଶଟେ ହେଇଥିଲା’ ।

ଆଗକୁ ମିହିର କହିଛନ୍ତି-‘ମୁ ଭିତରେ ବହୁତ ଖୁସି ଅଛି ଆଉ ମୋ ବୋହୂ ପାଇଁ ଆଶୀର୍ବାଦ ଆଉ ଆମେ ବହୁତ ଆଶା କରୁଛୁ ତା ଠାରୁ ସେ ବି ଚେଷ୍ଟାରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଭଳି ଭାବରେ ମିହିର ନିଜ ବୋହୂ ବିଷୟରେ ଓ ନିଜ ଜନ୍ମ ଦିନ ବିଷୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *