ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ଆକ୍ଟର Kuna Tripathy ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତା କୁନା ତ୍ରିପାଠୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ତାଙ୍କୁ ଚଳଚ୍ଚିତ୍ର ରେ ଉଭୟ ପଜିଟିଭ ଓ ନେଗେଟିଭ ଭୂମିକା ରେ ଦେଖିବାକୁ ମିଳିଥାଏ । ଦର୍ଶକ ମାନେ ତାଙ୍କୁ ସବୁ ପ୍ରକାର ଭୂମିକା ରେ ଦେଖିବାକୁ ପସନ୍ଦ କରନ୍ତି ମଧ୍ୟ । ଆପଣ ମାନେ କୁନା ତ୍ରିପାଠୀ ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ଏହି ଅଭିନେତା ଙ୍କ ବାସ୍ତବ ଜୀବନ ସମ୍ବନ୍ଧରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ସମ୍ପୂର୍ଣ୍ଣ ଜୀବନୀ ଓ ପରିବାର ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ କୁନା ତ୍ରିପାଠୀ ଏକାଧାରରେ ଜଣେ ଅଭିନେତା, ନିର୍ଦେଶକ, ଲେଖକ ଏବଂ ଅଧ୍ୟକ୍ଷ ମଧ୍ୟ ଅଟନ୍ତି । ତାଙ୍କର ଭଲ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ । କିନ୍ତୁ ସେ କୁନା ତ୍ରିପାଠୀ ନାମ ରେ ବେଶ ଭଲ ଭାବରେ ଜଣାଶୁଣା ଅଟନ୍ତି ।

ଏହି ଅଭିନେତା ୧୯୬୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି କଟକ ଏବଂ ସେ ବର୍ତ୍ତମାନ କଟକ ରେ ରହୁଛନ୍ତି । ତାଙ୍କର ପିତା ଙ୍କ ନାମ ହେଉଛି ପରମାନନ୍ଦ ତ୍ରିପାଠୀ । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । କୁନା ତ୍ରିପାଠୀ ଙ୍କ ପତ୍ନୀ ଙ୍କ ନାମ ହେଉଛି ସଙ୍ଗୀତା ତ୍ରିପାଠୀ । ତାଙ୍କର ଦୁଇ ଜଣ ଝିଅ ମଧ୍ୟ ଅଛନ୍ତି । କୁନା ତ୍ରିପାଠୀ ଛୋଟବେଳୁ ହିଁ ଅଭିନୟ କ୍ଷେତ୍ରରେ ରୁଚି ରଖିଥିଲେ । ସେ ମାତ୍ର ୩ ବର୍ଷ ବୟସରେ ନିଜ ଅଭିନୟ କ୍ୟାରିଅର ର ଆରମ୍ଭ କରିଥିଲେ ।

ପ୍ରଥମେ ସେ ଡ୍ରାମା ଓ ନାଟକ ରେ ଅଭିନୟ କରିଥିଲେ । ୧୦୦ ରୁ ଉର୍ଦ୍ଧ୍ବ ନାଟକ ରେ ଅଭିନୟ କରିବା ପରେ ସେ ଆକାଶବାଣୀ ରେ କାର୍ଯ୍ୟରତ ଥିଲେ । ଏହାପରେ ତାଙ୍କୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ନେଗେଟିଭ ରୋଲ ରେ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ତାଙ୍କର ଅଭିନୟ କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ । ଏହି ଅଭିନେତା ଙ୍କୁ ଅନେକ ମେଗା ଧାରାବାହିକ ରେ ମଧ୍ୟ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଓଟିଭି ରେ ପ୍ରସାରିତ ନ୍ୟୁଜ ଫ୍ୟୁଜ ରୁ ମଧ୍ୟ ସେ ବେଶ ଚର୍ଚ୍ଚିତ ହୋଇପାରିଥିଲେ ।

ବର୍ତ୍ତମାନ ସମୟରେ ଓଲିଉଡ ଅଭିନେତା କୁନା ତ୍ରିପାଠୀ ଙ୍କୁ ସାର୍ଥକ ଟିଭି ରେ ପ୍ରସାରିତ ଖାଡେଙ୍ଗା ଫ୍ୟାମିଲି ରେ ଦେଖିବାକୁ ମିଳିଛି । କୁନା ତ୍ରିପାଠୀ ଜଣେ ଖଳନାୟକ ଓ ହାସ୍ୟ ଅଭିନେତା ରୂପରେ ବିଶେଷ ସୁନାମ ଅର୍ଜନ କରିଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତା କୁନା ତ୍ରିପାଠୀ ଏବଂ ତାଙ୍କର ଅଭିନୟ କିପରି ଲାଗେ ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *