Indian Idol ସ୍ଟେଜ ରେ “ବଚପନ କା ପ୍ୟାର” ଗାଇ ସହଦେବ ମଚେଇଲା ହଙ୍ଗାମା, ଝୁମିଲେ Judges ଆଉ Contestants, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ ଆଦି ସବୁ ଭାଷା ରେ ରିୟାଲିଟି ସୋ ର ଚାହିଦା ବଢିବାକୁ ଲାଗିଲାଣି ଏବଂ ଏହି ଚାହିଦା ଯୋଗୁଁ ଦିନ କୁ ଦିନ ବିଭିନ୍ନ ରିୟାଲିଟି ସୋ ସବୁ ଚ୍ୟାନେଲ ରେ ଦେଖିବାକୁ ମିଳି ଲାଣି ।

ନୃତ୍ୟ, ସଙ୍ଗୀତ,ଅଭିନୟ ଆଦି ଅନେକ ପ୍ରକାରର ରିୟାଲିଟି ସୋ ରହୁଛି ଏବଂ ବହୁତ ଲୋକ ଏହି ରିୟାଲିଟି ସୋ ରେ ଆସି ନିଜ ପାଖରେ ଥିବା ନୃତ୍ୟ ର କିମ୍ବା ସଙ୍ଗୀତ ର ଆଦି ର ପ୍ରତିଭା କୁ ପ୍ରଦର୍ଶିତ କରୁଛନ୍ତି । ତେବେ ଏହି ରିୟାଲିଟି ସୋ ଗୁଡିକ ସର୍ଵଦା ଖୁବ ଚାହିଦା ରେ ମଧ୍ୟ ରହୁଛି ଏବଂ ଏହାର ଟି ଆର ପି ମଧ୍ୟ ବହୁତ ବଢୁଛି । ବର୍ତ୍ତମାନ ଦେଶ ରେ ସବୁଠାରୁ ଲୋକପ୍ରିୟ ଏବଂ ନମ୍ବର ୧ ରେ ଥିବା ରିୟାଲିଟି ସୋ ହେଉଛି ଇଣ୍ଡିଆନ ଆଇଡଲ ୧୨ ।

ତେବେ ବର୍ତ୍ତମାନ ଛଅ ଜଣ ପ୍ରତି ଯୋଗିତା ଅଛନ୍ତି ସେମାନେ ହେଉଛନ୍ତି ଅରୁନିତା କାଞ୍ଜିଲାଲ, ପବନ ଦୀପ ରାଜନ,ନିହାଲ ତୋରି,ସାୟଲୀ କାମ୍ବଲେ,ଶଂମୁଖପ୍ରିୟ ଏବଂ ମହମ୍ମଦ ଦାନିଶ, ତେବେ ଏହାର ଫାଇନାଲ ଅଗଷ୍ଟ ପନ୍ଦର ରେ ହେବାକୁ ଯାଉଛି ।

ତେବେ ଏହାର ସେମି ଫାଇନାଲ୍ ରେ ସୋ-ସି-ଆ-ଲ ମି-ଡ଼ି-ଆ ରେ ବର୍ତ୍ତମାନ ର ସବୁଠାରୁ ଚର୍ଚ୍ଚିତ ବଚପନ କା ପ୍ୟାର ଗାଉଥିବା ଛୋଟ ପିଲା ଯାହାର ନାମ ସହଦେଵ । ତାଙ୍କୁ ଅତିଥି ଭାବେ ଡ଼କାଯାଇଥିଲା । ତେବେ ଆଜିକାଲି ସୋ-ସି-ଆ-ଲ ମି-ଡ଼ି-ଆ ର ଏଭଳି କ୍ରେଜ ଏବଂ ଏଭଳି ପାୱାର ଅଛି ଯାହା ଦ୍ୱାରା କେହି ବି କେତେବେଳେ ବି ଷ୍ଟାର ହୋଇ ପାରିବେ । ଯେପରି ସହଦେବ ।

ସହଦେଵ ଏକ ଗୀତ ଗାଇଥିଲେ ଯାହା ହେଉଛି ବଚପନ କା ପ୍ୟାର ମେରି ଭୁଲ ନା ଜାନା । ତେବେ ତାଙ୍କର ଗୀତ ଗାଇବାର ଅନ୍ଦାଜ ସମସ୍ତ କୁ ଆକର୍ଷିତ କରିଥିଲା ଏବଂ ସେ ରାତାରାତି ଭା-ଇ-ରା-ଲ ହୋଇ ପ୍ରସିଦ୍ଧ ହୋଇଗଲେ । ଏହା ପରେ ତାଙ୍କୁ ବାଦଶାହା ମଧ୍ୟ ଗୀତ ର ଅଫର କରିଛନ୍ତି ଏବଂ ବର୍ତ୍ତମାନ ନମ୍ବର ୱାନ ରିୟାଲିଟି ଶୋ ଇଣ୍ଡିଆନ ଆଇଡଲ ରେ ମଧ୍ୟ ସେ ଅତିଥି ଭାବରେ ନଜର ଆସିଛନ୍ତି ।

ତେବେ ଆଦିତ୍ୟ ନାରାୟଣ ଏକ ଭି-ଡି-ଓ ସେୟାର କରିଥିଲେ ଯେଉଁଥିରେ ସହଦେଵ ଙ୍କ ସହିତ ସମସ୍ତେ ଏହି ବଚପନ କା ପ୍ୟାର ଗୀତ ଗାଉଥିବାର ନଜର ମଧ୍ୟ ଆସୁଛନ୍ତି । ଏହା ଛଡା ଶୁଣିବାକୁ ମିଳୁଛି କି ସହଦେବଙ୍କୁ ପବନ ଦୀପ ଙ୍କ ସହ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଛି । ତେବେ ସହଦେଵ ଡାନ୍ସ ଦିୱାନେ ସେଟ କୁ ମଧ୍ୟ ଅତିଥି ଭାବେ ଯୋଗଦାନ କରିବେ ବୋଲି ଖବର ମିଳୁଛି । ଯେଉଁଥିରେ ମାଧୁରୀ ଦୀକ୍ଷିତ, ତୁଷାର କାଳୀୟା,ଏବଂ ଧର୍ମେସ ଜଜ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *