Anubhav-Varsha ବିବାଦ: ବର୍ଷାଙ୍କ ଜନ୍ମଦିନରେ ବର୍ଷାଙ୍କୁ ଏମିତି କାହିଁକି କହିଲେ Anubhav, ଟ୍ୱିଟ୍ କରି ଲେଖିଲେ “ଆମେ ଭଲ ସ୍ୱାମୀ-ସ୍ତ୍ରୀ …”

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ହେଉଛି ଓଲିଉଡ କୁଇନ ବର୍ଷା ପ୍ରିୟାଦର୍ଶନୀ ଙ୍କ ଜନ୍ମଦିନ । ଏହି ଜନ୍ମଦିନ ପ୍ରତି ବର୍ଷ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ନିଜ ସ୍ୱାମୀ ଅନୁଭବ ଙ୍କ ସହିତ ପାଳନ କରନ୍ତି ।

କିନ୍ତୁ ଗତ ଦୁଇ ବର୍ଷ ଧରି ହେବ ଉଭୟ ଙ୍କ ଡିଭୋର୍ସ କେସ ଚାଲିବା ପରେ ଦୁଇ ଜଣ ପରସ୍ପର ଙ୍କ ଠାରୁ ଅଲଗା ରହୁଛନ୍ତି । କିନ୍ତୁ ଏହି ମଧ୍ୟରେ ଏକ ରୋଚକ କଥା ବର୍ଷା ଙ୍କ ଜନ୍ମଦିନ ରେ ସାମ୍ନା କୁ ଆସିଛି । ଯାହା କି ସ୍ୱୟଂ ଅନୁଭବ ଦେଇଛନ୍ତି ଏବଂ ଅନୁଭବ କିଛି ଚମକାଇ ଦେଲା ଭଳି ମେସେଜ କରିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଅନୁଭବ ବର୍ଷା ଙ୍କୁ କରିଥିବା ମେସେଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅନୁଭବ ନିଜର ଟ୍ୱିଟର ହାଣ୍ଡେଲ ଆକାଉଣ୍ଟ ରେ ଏକ ମେସେଜ ସେୟାର କରିଛନ୍ତି ଏବଂ ସେଥିରେ ସେ ବର୍ଷା ପ୍ରିୟାଦର୍ଶନୀ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଯଦିଓ ମୁଁ ଜଣେ ଭଲ ସ୍ୱାମୀ ଓ ତୁମେ ଜଣେ ଭଲ ସ୍ତ୍ରୀ ହୋଇ ପାରିନାହଁ ।

କିନ୍ତୁ ଦୁଇ ଜଣକ ମଧ୍ୟରେ ଭଲ ବନ୍ଧୁତା ରହିଛି । ତୁମେ ସଦାବେଳେ ହସୁଥାଅ, ଖୁସି ରେ ରୁହ ଏବଂ ପ୍ରଭୁ ଜଗନ୍ନାଥ ତୁମ ଉପରେ ନିଜର ଆଶୀର୍ବାଦ ସଦା ସର୍ବଦା ରଖନ୍ତୁ । ଏଭଳି କିଛି ମେସେଜ ମାଧ୍ୟମରେ ଲେଖି ଅନୁଭବ ବର୍ଷା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ବର୍ଷ ବର୍ଷା ଙ୍କ ଜନ୍ମଦିନ ରେ ଅନୁଭବ ଙ୍କ ତରଫ ରୁ କୌଣସି ମେସେଜ ବା ଶୁଭକାମନା ଆସି ନଥିଲା ।

କିନ୍ତୁ ଏହି ବର୍ଷ ଅନୁଭବ ଙ୍କ ଦ୍ଵାରା କରାଯାଇଥିବା ଏଭଳି ମେସେଜ ରେ ଫାନ୍ସ ମାନଙ୍କ ମନରେ ନୂତନ ଆଶା ଜାଗ୍ରତ ହୋଇଛି । ଯଦିଓ ଅନୁଭବ ଙ୍କ ଏହି ମେସେଜ ରେ ବର୍ଷା କୌଣସି ରିପ୍ଲାଏ ଦେଇ ନାହାନ୍ତି । ତେବେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ଙ୍କ ଜନ୍ମଦିନ ରେ ଅନୁଭବ ଙ୍କ ଏଭଳି ପଦକ୍ଷେପ ଉଭୟ ଙ୍କ ଜୀବନ ରେ ଏକ ନୂଆ ଗତି ଆଣିବ ବୋଲି ଫାନ୍ସ ମାନେ କହୁଛନ୍ତି । 

ସେମାନଙ୍କ ମନରେ ଏଥିପାଇଁ ଖୁସି ର ଲହର ଖେଳି ଯାଇଛି । କିନ୍ତୁ ଏହା କେତେ ଦୂର ସତ ତାହା କେବଳ ବର୍ଷା ଓ ଅନୁଭବ ହିଁ କହି ପାରିବେ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ମଧ୍ୟ ଆପଣ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଶେୟାର କରି ଓଲିଉଡ ର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *