ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ରେ ନିଜର ଫଟୋ ପାଇଁ ବେଶ ଚର୍ଚ୍ଚା ରେ ଅଛନ୍ତି । ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଡିସୁଜା ମଧ୍ୟ ଗ୍ଲାମରିୟସ ଦୁନିଆ ର ସବୁଠାରୁ ସୁନ୍ଦର ଯୋଡ଼ି ମଧ୍ୟରୁ ଅନ୍ୟତମ ଅଟନ୍ତି ।
ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଙ୍କୁ ଆପଣ ଏକାଠି ଫିଲ୍ମ ‘ତେରେ ନାଲ ଲଭ ହୋଗୟା’ ରେ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ସମୟ ରେ ଜେନେଲିଆ ଡିସୁଜା ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି । ବିବାହ ପରେ ସେ ନିଜର ଫିଲ୍ମୀ କ୍ୟାରିଅର କୁ ବିଦାୟ ଦେଇଛନ୍ତି ।
ଆପଣ ଏହା ଜାଣିଥିବେ ଯେ, ଜେନେଲିଆ ଙ୍କ ପତି ରିତେଶ ଦେଶମୁଖ ଙ୍କ ପିତା ବିଳାସରାୱ ଦେଶମୁଖ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଥିଲେ । ଜେନେଲିଆ ଓ ରିତେଶ ଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା । ଏହାପରେ ଜେନେଲିଆ ଫିଲ୍ମ ରେ ଲିଡ଼ ରୋଲ ରେ ଅଭିନୟ କରିବା ଛାଡ଼ି ଦେଇଥିଲେ ।
ଅଭିନେତ୍ରୀ ଜେନେଲିଆ ଡିସୁଜା ଙ୍କୁ ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ସେ ଏବେ ମଧ୍ୟ ପୂର୍ବ ଭଳି ବହୁତ ସୁନ୍ଦର ଦେଖା ଯାଆନ୍ତି । ଜେନେଲିଆ ପ୍ରାୟ ସମୟ ନିଜ ପରିବାର ସହିତ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରନ୍ତି ଏବଂ ଚର୍ଚ୍ଚା ରେ ରୁହନ୍ତି । ଦୀର୍ଘ ଦିନ ଧରି ଜେନେଲିଆ ମଧ୍ୟ ଜିମ୍ ଯାଉଥିବାର ନଜର ଆସୁଛନ୍ତି । ଜିମ୍ ବାହାରେ ମିଡିଆ ସାମ୍ନା ରେ ଜେନେଲିଆ ପୋଜ ଦେବାଇ ନଜର ଆସିଥିଲେ । ଯେଉଁଥିରେ ତାଙ୍କର ଫିଟ୍ନେସ ଓ ସୁନ୍ଦରତା ସ୍ପଷ୍ଟ ରୂପରେ ଦେଖିବାକୁ ମିଳିଥିଲା ।
୧୫ ନଭେମ୍ବର ରେ ରିଲିଜ ହୋଇଥିବା ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ରକୁଲ ପ୍ରୀତ ସିଂ ଏବଂ ତାରା ସୁତ୍ତାରିୟା ଙ୍କ ଦ୍ଵାରା ଅଭିନୀତ ଫିଲ୍ମ ‘ମର୍ଜାବା’ ବକ୍ସ ଅଫିସ ରେ ଜବରଦସ୍ତ ପ୍ରଦର୍ଶନ କରିଛି । ଏହି ଫିଲ୍ମ ରେ ସକସେସ ପାର୍ଟି ରେ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଉଭୟ ଏକତ୍ର ବହୁତ ସୁନ୍ଦର ପୋଜ ଦେବାର ମଧ୍ୟ ନଜର ରେ ଆସିଥିଲେ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।