କେବଳ ଏହି ଗୋଟିଏ ରାଜ କୁ ଲୁଚେଇବାକୁ ଯାଇ ଗୁପ୍ତ ଭାବରେ କରି ଦିଆ ଯାଇଥିଲା ଅଭିନେତା Rajkumar ଙ୍କ ଅନ୍ତିମ ସଂସ୍କାର, ଏବେ ଯାଇ ହେଲା ଖୁଲାସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ଅନେକ ସୁପର ହିଟ ଫିଲ୍ମ କରି ଲୋକ ମାନଙ୍କ ମନରେ ରାଜ୍ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାଜ କୁମାର । ରାଜ କୁମାରଙ୍କ ଅସଲ ନାମ ହେଉଛି କୁଳଭୂଷଣ ପଣ୍ଡିତ । ବନ୍ଧୁଗଣ ରାଜ କୁମାରଙ୍କ ଜନ୍ମ ୮ ଅକ୍ଟୋବର ୧୯୨୬ ମସିହାରେ ପାକିସ୍ତାନର ବେଲୁଚିସ୍ଥାନରେ ହୋଇଥିଲା ।

ରାଜ କୁମାର ନିଜ ପାଠ ପଢା ଶେଷ କରିବା ପରେ ମୁମ୍ବାଇର ‘ମାହିମ ଥାନା’ରେ ସବ ଇନ୍ସପେକ୍ଟର ରୂପରେ କାମ କରୁଥିଲେ । ଥରେ ଏକ କର୍ମଚାରୀ ରାଜ କୁମାରଙ୍କ ଉଚ୍ଚତା ଓ ମୁହଁ ଦେଖି ତାଙ୍କୁ ହିରୋ କହିଥିଲା ।

କର୍ମଚାରୀ ଜଣକଙ୍କ ଏହି କଥା ଶୁଣି ରାଜ କୁମାରଙ୍କ ମନ ଖୁସି ହୋଇଯାଇଥିଲା । ଏହାପରେ ସେ ଫିଲ୍ମ ଦୁନିଆରେ ନିଜ ଡେବ୍ୟୁ କରିଲେ । ଏହାପରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ କରି ସଫଳତା ହାସଲ କରିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ କେତେକ ଆୱାର୍ଡ ମଧ୍ୟ ମିଳିଛି । ରାଜ କୁମାରଙ୍କୁ ଦେଖିବା ପାଇଁ କୋଟି କୋଟି ଲୋକ ଚାହିଁ ରହୁଥିଲେ । ହେଲେ ରାଜ କୁମାର ନିଯା ଚେହେରାକୁ ଦେଖାଇବା ପାଇଁ ଏକ ବଡ ସର୍ତ୍ତ ରଖିଥିଲେ । ତାଙ୍କ ସର୍ତ୍ତ ମୁତାବକ ଯେତେବେଳେ ତାଙ୍କର ଅନ୍ତିମ ସତ୍କାର କରାଯିବ ସେତେବେଳେ ଯେମିତି ତାଙ୍କ ଫ୍ୟାନ୍ସ ମାନେ ଏହା ବିଷୟରେ ନଜାଣିବେ ।

ତାଙ୍କର ଦେହାନ୍ତ ପରେ ଅନ୍ତିମ ସତ୍କାର ଲୁଚେଇକି କରଯାଇଥିଲା । ତାଙ୍କ ଅନ୍ତିମ ସତ୍କାର ବେଳେ କେବଳ ପରିବାରର କିଛି ଲୋକ ସେହି ସ୍ଥାନରେ ଉପସ୍ଥିତ ଥିଲେ । ହେଲେ ସେତେବେଳେ ତାଙ୍କ ଫ୍ୟାନ୍ସ ମାନେ ଜଣାଇବାକୁ ଚାହୁଁ ଥିଲେ ଯେ, କାହିଁକି ରାଜ କୁମାରଙ୍କ ଅନ୍ତିମ ସତ୍କାର ଲୁଚେଇକି କରଯାଇଥିଲା ?, ଆସନ୍ତୁ ଜାଣିବା ରାଜ କୁମାର ଏମିତି ସର୍ତ୍ତ କାହିଁକି ରଖିଥିଲେ ।

ବନ୍ଧୁଗଣ ଯେତେବେଳେ ରାଜ କୁମାରଙ୍କ ଗଳାରେ କ୍ୟାନ୍ସର ହୋଇଯାଇଥିଲା ସେତେବେଳେ ରାଜ କୁମାରଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ସହିବାକୁ ପଡୁଥିଲା । ରାଜ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଲଗାତାର ଖରାପ ହେଇ ଯାଉଥିଲା । ସେହି ସମୟରେ ତାଙ୍କ ବିଷୟରେ କେହି ନଜାଣନ୍ତୁ ବୋଲି ସେ ଚାହୁଁ ଥିଲେ । ଏହି କଥା ବିଷୟରେ କେବଳ ତାଙ୍କ ପରିବାର ଲୋକ ଜାଣି ଥିଲେ ।

୩ ଜୁଲାଇ ୧୯୯୬ ମସିହାରେ ରାଜ କୁମାରଙ୍କ ଦେହାନ୍ତ ହୋଇଥିଲା । ରାଜ କୁମାରଙ୍କୁ ତାଙ୍କ ମୃତ୍ୟୁର ଅନୁଭୃତି ଆଗରୁ ହୋଇଯାଇଥିଲା । ସେଦିନ ରାଜ କୁମାର ନିଜ ପରିବାର ଲୋକଙ୍କୁ ଡାକି କହିଥିଲେ, ‘ମୁ ଆଜି ରାତିରେ ସମସ୍ତଙ୍କୁ ଛାଡି ଚାଲି ଯିବି । ମୁ ଯିବା ପରେ ମୋତେ ଜଳେଇ ଦେବ ହେଲେ ମୋ ମୃତ୍ୟୁର ଖବର କାହାକୁ ବି ଦେବ ନାହିଁ । ଏହି ସର୍ତ୍ତ ପାଇଁ ତାଙ୍କ ଅନ୍ତିମ ସତ୍କାର ଲୁଚେଇକି କରା ଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *