Akshay-Salman ଙ୍କ ଠାରୁ ବି Raj Kundra ଙ୍କ ପାଖରେ ଅଛି ଅଧିକ ସମ୍ପତ୍ତି, ଦିନେ ବିକୁଥିଲେ ସାଲ, ଆଜି କେମିତି ହେଇଗଲେ ଏତେ କୋଟି ଟଙ୍କାର ମାଲିକ ?

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ତଥା ଦେଶ ବିଦେଶରେ ପ୍ରସିଦ୍ଧ ବିଜନେସ ମ୍ୟାନ ରାଜ କୁନ୍ଦ୍ରା ଏବେ ଏକ ବଡ ମୁସ୍କିଲରେ ପଡି ଯାଇଛନ୍ତି । ଯାହା ହେତୁ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ ।

ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ବନାଇବା ଓ ସେହି ଫିଲ୍ମରେ ଝିଅମାନଙ୍କୁ ଜବରଦସ୍ତି କାମ କରାଇବା ଅପରାଧରେ ଗିରଫ କରିଛି ମୁମ୍ବାଇ ପୋଲିସ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ରାଜ କୁନ୍ଦ୍ରାଙ୍କୁ ବର୍ତ୍ତମାନ ୨୩ ଜୁଲାଇ ପର୍ଯ୍ୟନ୍ତ ହିରାସତରେ ନେଇଛି ପୋଲିସ । ଏହା ପରେ ତାଙ୍କୁ କୋର୍ଟରେ ପେଶ କରାଯିବ । ଅନ୍ୟପଟେ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଶିଳ୍ପା ସେଟ୍ଟୀ ଯଥା ସମ୍ଭବ ସମସ୍ତ ପ୍ରୟାସ ଚଳାଇଛନ୍ତି ।

ଖବର ମୁତାବିକ, ଶିଳ୍ପା ସେଟ୍ଟୀ ନିଜ ସ୍ବାମୀଙ୍କ ପାଇଁ ଦେଶର ବଡ ବଡ ଓକିଲଙ୍କ ସହ ପରାମର୍ଶ କରୁଛନ୍ତି । ରାଜ କୁନ୍ଦ୍ରା ଜଣେ ବହୁତ ବଡ ଓ ପ୍ରସିଦ୍ଧ ବିଜନେସ ମ୍ୟାନ । ଟଙ୍କା ପାଖରେ କୋଟି କୋଟି ହଜାର ତାଙ୍କର ସମ୍ପତ୍ତି ଅଛି । କିନ୍ତୁ ଏ ପର୍ଯ୍ୟନ୍ତ ଆସିବାକୁ ସେ ଖୁବ ସଂଘର୍ଷ ଓ ପରିଶ୍ରମ ମଧ୍ୟ କରିଛନ୍ତି ।

ବିଜନେସ ଆରମ୍ଭରେ ସେ ଶାଲ ବିକ୍ରି କରିବା କାମ କରୁଥିଲେ ଓ ଧୀରେ ଧୀରେ ଆଗକୁ ବଢି ଧନୀ ବିଜନେସ ମ୍ୟାନଙ୍କ ସୂଚୀରେ ନିଜକୁ ସାମିଲ କରାଇ ପାରିଛନ୍ତି । ଆଜି ତାଙ୍କ ପାଖରେ ଯେତେ ସମ୍ପତ୍ତି ଅଛି ତାହା ହିନ୍ଦୀ ସିନେମାର ବଡ ବଡ ଷ୍ଟାରଙ୍କ ପକ୍ଷେ ମଧ୍ୟ ନାହିଁ । ରାଜ କୁନ୍ଦ୍ରା ୯ ସେପ୍ଟେମ୍ବର ୧୯୭୫ରେ ଲଣ୍ଡନରେ ଜନ୍ମ ହୋଇଥିଲେ ଓ ସେଠାରେ ବଢିଥିଲେ । ତାଙ୍କ ବାପା ଲୁଧିଆନାର ଥିଲେ ଓ ପରେ ଲଣ୍ଡନ ଶିଫ୍ଟ ହୋଇ ଯାଇଥିଲେ ।

ଏକ ଖବର ଅନୁସାରେ ରାଜ କୁନ୍ଦ୍ରାଙ୍କ ବାପା ଜଣେ ବସ କଣ୍ଡକ୍ଟର ଥିଲେ ଓ ତାଙ୍କ ମା ଗୋଟେ ଦୋକାନରେ କାମ କରୁଥିଲେ । କିନ୍ତୁ ପରେ ତାଙ୍କ ବାପା ଏକ ଛୋଟ ବିଜନେସ ମଧ୍ୟ ଆରମ୍ଭ କରି ଦେଇଥିଲେ । ରାଜ କୁନ୍ଦ୍ରା ୧୮ ବର୍ଷର ହେବା ମାତ୍ରେ ହିଁ କାମ କରିବା ଆରମ୍ଭ କରି ଦେଇଥିଲେ ଓ ନେପାଲ ଚାଲି ଯାଇଥିଲେ । ସେଠାରୁ ସେ ପଶ୍ମିନା ଶାଲ କିଣି ବ୍ରିଟେନର ଏକ ଫ୍ୟାସନ ହାଉସକୁ ବିକିବା ଆରମ୍ଭ କରି ଦେଇଥିଲେ । ଏଥିରୁ ତାଙ୍କୁ ଖୁବ ଲାଭ ହେବ ପରେ ସେ ଦୁବାଇରେ ଏଞ୍ଜେସିୟଲ ଜେନେରାଲ ଟ୍ରେଡିଙ୍ଗ କମ୍ପାନୀର ଆରମ୍ଭ କରି ଦେଇଥିଲେ ।

ସେଠାରେ ମଧ୍ୟ ତାଙ୍କୁ ଖୁବ ସଫଳତା ମିଳିବା ପରେ ସେ ବଲିଉଡରେ ନିବେଶ କରିବା ଆରମ୍ଭ କରି ଦେଇଥିଲେ । ଏହି ପ୍ରକାରେ ରାଜ କୁନ୍ଦ୍ରା ଧୀରେ ଧୀରେ କୋଟି କୋଟି ହଜାର ଟଙ୍କାର ମାଲିକ ବନିଗଲେ । ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜ କୁଣ୍ଡର ପ୍ରାୟ ୨୮୦୦ ହାଜର କୋଟି ସମ୍ପତିର ମାଲିକ ଅଟନ୍ତି । ଏତେ ସମ୍ପତ୍ତି ଅକ୍ଷୟ କୁମାର, ସଲମନ ଖାନ, ଅମୀର ଖାନ ପରି ବଡ ବଡ ବଲିଉଡ ସୁପରଷ୍ଟାର ମାନଙ୍କ ପକ୍ଷେ ମଧ୍ୟ ନାହିଁ ।

ରାଜ କୁନ୍ଦ୍ରା ୨୦୦୪ରେ ବ୍ରିଟେନର ୧୯୮ ତମ ସବୁଠୁ ଧନୀ ବ୍ୟକ୍ତି ଭାବେ ଚୟନ ହୋଇଥିଲେ । ୨୦୦୩ ମସିହାରେ ରାଜ କୁନ୍ଦ୍ରା, କବିତାଙ୍କୁ ବିବାହ କରିଥିଲେ । ମାତ୍ର ତାଙ୍କ ସହ ୨୦୦୫ରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । କବିତାଙ୍କ ସହ ରାଜ କୁନ୍ଦ୍ରାଙ୍କର ଡୋଲିନା ନାମକ ଏକ ଝିଅ ମଧ୍ୟ ଅଛି । ଏହା ପରେ ସେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ୨୦୦୯ରେ ବିବାହ କରିଥିଲେ । ରାଜ ଓ ଶିଳ୍ପାଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *