ପର୍ନୋଗ୍ରାଫି ରାକେଟର ଖୋଲୁଛି ଗୁମର, ସାମ୍ନାକୁ ଆସିଲା ଏହି ସବୁ ସାଂଘାତିକ ତଥ୍ୟ, ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଣି ଚର୍ଚ୍ଚା ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ପତି ରାଜ୍ କୁନ୍ଦ୍ରା । ପର୍ନୋଗ୍ରାଫି ରାକେଟ ରେ ଜେଲ ଗଲେ କୁନ୍ଦ୍ରା । ଅଶ୍ଳୀଳ ସର୍ଟ ଫିଲ୍ମ ବନାଇ ଆପ୍ ରେ ଛଡ଼ା ଯାଉଥିଲା ।

ସେକ୍ସ ସ୍କାଣ୍ଡେଲ ର ଫାଇନାନସର ଥିଲେ ରାଜ କୁନ୍ଦ୍ରା । ପର୍ନୋଗ୍ରାଫି ରାକେଟ ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ୨୦୨୧ ଫେବ୍ରୁଆରୀ ରେ ପର୍ନୋଗ୍ରାଫି ରାକେଟ ରେ ରୁଜୁ ହୋଇଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରାଜ୍ କୁନ୍ଦ୍ରା ।


ମୁମ୍ବାଇ କ୍ରାଇମ ବ୍ରାଞ୍ଚ ନିକଟରେ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଥିବାରୁ ଆଗକୁ ରାଜ୍ କୁନ୍ଦ୍ରା ଙ୍କ ପାଇଁ ବିପଦ ବଢ଼ିପାରେ । ଅଭିଯୋଗ ଅନୁସାରେ, ପର୍ନୋଗ୍ରାଫିକ ଫିଲ୍ମ ପାଇଁ ୟୁକେ ର ଏକ କମ୍ପାନୀ ଏବଂ ଆପ୍ ତିଆରି କରାଯାଇଥିଲା । ମୁମ୍ବାଇ ରେ ଅଶ୍ଳୀଳ ସର୍ଟ ଫିଲ୍ମ ତିଆରି କରି ଟ୍ରାନ୍ସଫର୍ ଜରିଆରେ ୟୁକେ ର କମ୍ପାନୀ ସର୍ଭର ରେ ଅପଲୋଡ଼ କରାଯାଉଥିଲା ଏବଂ ଏହି ରାକେଟ କୁ ଶିଳ୍ପା ସେଟ୍ଟୀ ଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଫାଇନାନ୍ସ କରୁଥିଲେ ।

ତେବେ ଏ ଜବତ ମାମଲା ରେ ଜଡ଼ିତ ୯ ଜଣକୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ୨୦୦୯ ମସିହାରେ ରାଜ୍ କୁନ୍ଦ୍ରା ଶିଳ୍ପା ସେଟ୍ଟୀ ଙ୍କୁ ବିବାହ କରିଥିଲେ । ୨୦୧୨ ମସିହାରେ ଶିଳ୍ପା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଲେ । ଗତ ବର୍ଷ ସରୋଗେସି ଜରିଆରେ ଶିଳ୍ପା ଏବଂ ରାଜ୍ ଏକ କନ୍ୟା ସନ୍ତାନ ଙ୍କ ବାପା ମାଆ ହୋଇଛନ୍ତି ।

୨୦୧୩ ରେ କ୍ରିକେଟ ବ୍ୟଟିଙ୍ଗ ଏବଂ ସ୍ପଟ ଫିକ୍ସିଂ ସ୍କାଣ୍ଡେଲ ରେ ଦିଲ୍ଲୀ ପୋଲିସ କୁନ୍ଦ୍ରା ଙ୍କୁ ଜେରା କରିଥିଲା । ବର୍ତ୍ତମାନ ପର୍ନୋଗ୍ରାଫି ରାକେଟ ରେ କୁନ୍ଦ୍ରା ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *