ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଗତ କାଲି ଏହି କଣ୍ଠଶିଳ୍ପୀ ଙ୍କୁ ନେଇ ଏକ ଖବର ସାମ୍ନା କୁ ଆସିଥିଲା ଯେ, ସେ ଏବଂ ତାଙ୍କ ଭାଇ କାର୍ ରେ ଯାଉଥିବା ସମୟ ରେ ଉଭୟ ଙ୍କ ଆକ୍ସିଡେଣ୍ଟ ହୋଇଛି ଏବଂ ଉଭୟ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଅଛନ୍ତି ।
ତେବେ ଏହି ଖବର କୁ ନେଇ ସ୍ୱୟଂ ଅସୀମା ପଣ୍ଡା ଅଭିଯୋଗ କରିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସ୍ୱୟଂ ସୋସିଆଲ ମିଡିଆ ରେ ଲାଇଭ ଆସି କିଛି ଏଭଳି କହିଲେ ଯାହା ଶୁଣି ସମସ୍ତେ ଆଚମ୍ବିତ ହୋଇଗଲେ । କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓଡ଼ିଶା ର ସମସ୍ତ ଶ୍ରୋତା ଙ୍କୁ କହିଛନ୍ତି ଯେ, ଗତ କାଲି ଠାରୁ ତାଙ୍କ ଆକ୍ସିଡେଣ୍ଟ କୁ ନେଇ ଯେଉଁ ଖବର ଭାଇରାଲ ହେବାରେ ଲାଗିଛି ତାହା ସମ୍ପୂର୍ଣ୍ଣ ମିଛ ଅଟେ ।
ସେ କହିଲେ ଯେ, ତାଙ୍କର କିଛି ହୋଇନାହିଁ ସେ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛନ୍ତି ଏବଂ ଘରେ ଅଛନ୍ତି । ଗତ କାଲି ତାଙ୍କ ଭାଇ ଙ୍କ ଆକ୍ସିଡେଣ୍ଟ ହୋଇଛି । ସେ କାର୍ ରେ ନଥିଲେ । ତାଙ୍କ ଭାଇ ଗତ କାଲି ଅଫିସ ରୁ ଫେରିବା ସମୟ ରେ ତାଙ୍କର ଏକ ଟ୍ରକ ସହିତ ଆକ୍ସିଡେଣ୍ଟ ହୋଇଥିଲା । ତାଙ୍କ ଭାଇ ଙ୍କ ବିଶେଷ କିଛି କ୍ଷତି ହୋଇନାହିଁ ।
View this post on Instagram
ତାଙ୍କର କେବଳ ହାତ ଭାଙ୍ଗି ଯାଇଛି । ତାଙ୍କ ଆକ୍ସିଡେଣ୍ଟ ଖବର କୁ ନେଇ କରାଯାଇଥିବା ଏହି ଅପପ୍ରଚାର କୁ ଅସୀମା ପଣ୍ଡା ବିରୋଧ କରି କହିଛନ୍ତି ଯେ, କୌଣସି ବି ବ୍ୟକ୍ତି ର ପର୍ସନାଲ ମାମଲାରେ ଏଭଳି ଖବର ପ୍ରକାଶ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ । ବର୍ତ୍ତମାନ ତାଙ୍କ ପରିବାର ଚିନ୍ତା ରେ ଅଛନ୍ତି ଏବଂ ଏଭଳି ଖବର ସାମ୍ନା କୁ ଆସିବା ପରେ ସେମାନେ ଅଧିକ ବିବ୍ରତ ହୋଇଯାଇଛନ୍ତି ।
ସେ ଦର୍ଶକ ମାନଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି । କିନ୍ତୁ ଏଭଳି ଖବର ପ୍ରଚାର ନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏହା କହିଛନ୍ତି ଯେ, ଯେଉଁମାନେ ତାଙ୍କ ନାଁ ରେ ଏଭଳି ଅପପ୍ରଚାର କରୁଛନ୍ତି ଯଦି ସେମାନେ ଏଭଳି କରିବା ବନ୍ଦ ନ କରିବେ ତେବେ ସେ ସେମାନଙ୍କ ପ୍ରତି ମେଜର୍ ଆକ୍ସନ ନେବେ । ସେ ଏଭଳି ଫେକ୍ ନିଉଜ ପ୍ରଚାର କରୁଥିବା ବ୍ୟକ୍ତି ଙ୍କୁ ଚେତାବନୀ ଦେଇଛନ୍ତି ଯେ, ଏଭଳି ମିଛ ଖବର ଯେପରି ସେ ପୁଣିଥରେ ପ୍ରଚାର ନ କରନ୍ତୁ । ଆପଣ ମାନେ ମଧ୍ୟ ଏଭଳି ନ୍ଯୁଜ ଠାରୁ ଦୂରେଇ ରୁହନ୍ତୁ ।