Special Report: ନିଜ ପ୍ରଥମ ପତ୍ନୀ Reena Dutta ଙ୍କୁ ଡିଭୋର୍ସ ବାବଦରେ Amir Khan ଙ୍କୁ ଦେବାକୁ ପଡିଥିଲା 50 କୋଟି ଟଙ୍କା, ତ Kiran ଙ୍କୁ ଦେବେ କେତେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଏହି ଖବର ଶୁଣିବାକୁ ମିଳୁଛି ଯେ ଆମୀର ଖାଁ ନିଜ ଦ୍ଵିତୀୟ ପତ୍ନୀ କିରଣ ରାଓ ଙ୍କୁ ଛାଡ଼ପତ୍ର ଦେବାର ଘୋଷଣା କରିଛନ୍ତି । କିନ୍ତୁ ଏହାର କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ ।

ଆମିର ଖାଁ ଯେତେବେଳେ ‘ଲଗାନ’ ସିନେମା ରେ କାମ କରୁଥିଲେ କିରଣ ରାଓ ସେଥିରେ ଆସିଷ୍ଟାଣ୍ଟ ନିର୍ଦେଶକ ଥିଲେ । ଆମିର ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣ ଙ୍କ ଆକର୍ଷଣୀୟ ରୂପ ତାଙ୍କୁ ପାଗଳ କରିଥିଲା ଏବଂ ଯାହା ଯୋଗୁଁ ସେ ନିଜ ପ୍ରଥମ ସ୍ତ୍ରୀ ରୀନା ଦତ୍ତା ଙ୍କୁ ମଧ୍ୟ ଛାଡିବା ପାଇଁ ରାଜି ହୋଇ ଯାଇଥିଲେ । କିନ୍ତୁ ଏହି ଛାଡ଼ପତ୍ର ଆମିର ଙ୍କୁ ବହୁତ ମହଙ୍ଗା ପଡିଥିଲା ସୂଚନା ଅନୁଯାୟୀ ରୀନା ଦତ୍ତ ଅର୍ଥାତ ଆମିର ଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେବା ପାଇଁ ଆମିର ଙ୍କୁ ୫୦ କୋଟି ଟଙ୍କା ଆଲୁମିନି ରୂପରେ ଦେବାକୁ ପଡ଼ିଥିଲା ।

ରୀନା ଏବଂ ଆମିର ଙ୍କ ଛାଡ଼ପତ୍ର ୨୦୦୨ ମସିହାରେ ହୋଇଥିଲା ଏବଂ ଏହା ସେ ସମୟରେ ସବୁଠାରୁ ମହଙ୍ଗା ଛାଡପତ୍ର ଥିଲା । ଆମିର ଏବଂ ରୀନା ମଧ୍ୟ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କ ପରିବାର ଲୋକ ଏହି ବିବାହ ପାଇଁ ରାଜି ନଥିଲେ କିନ୍ତୁ ଏ ଦୁଇ ଜଣ ପରସ୍ପର ଙ୍କ ବିନା ରହି ପାରିବେ ନାହିଁ ବୋଲି ବିନା ଅନୁମତି ରେ ବିବାହ କରି ଦେଇଥିଲେ ।

ବିବାହ ପରେ ଆମିର ଙ୍କ ପରିବାର ଲୋକ ତାଙ୍କୁ ଗ୍ରହଣ ମଧ୍ୟ କରିଥିଲେ କିନ୍ତୁ ବିବାହ ର କିଛି ବର୍ଷ ପରେ ହିଁ ଦୁଇ ଜଣଙ୍କ ଭିତରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଏହାପରେ କିରଣ ଙ୍କୁ ଦେଖିବା ପରେ ଆମୀର ଖାଁ ନିଜ ପ୍ରଥମ ପତ୍ନୀ ରୀନା ଦତ୍ତା ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ଏଥିପାଇଁ ତାଙ୍କୁ ମୋଟା ରକମ ମଧ୍ୟ ଭରିବାକୁ ପଡିଥିଲା ।

ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି ଯେ,ନିଜର ପ୍ରଥମ ପତ୍ନୀ ରୀନା ଦତ୍ତା ଙ୍କୁ ଛାଡ଼ପତ୍ର ଦେବା ବେଳେ ଆଲୁମିନି ସ୍ୱରୂପ ଆମୀର ଖାଁ ୫୦ କୋଟି ଟଙ୍କା ଦେଇଥିଲେ । ଯାହା ସେ ସମୟ ର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଥିଲା । ତେବେ ନିଜ ଦ୍ୱିତୀୟ ପତ୍ନୀ କିରଣ ରାଓ ଙ୍କୁ ଛାଡ଼ପତ୍ର ଦେବା ଅଭିନେତା ଆମୀର ଖାଁ ଙ୍କୁ କେତେ ମାତ୍ରାରେ ମହଙ୍ଗା ପଡ଼ିବ? ଏହି ଯୋଡ଼ି ଙ୍କ ବିବାହ କୁ ୧୫ ବର୍ଷ ବିତି ସାରିଛି ।

କିନ୍ତୁ ହଠାତ ଏହି ଯୋଡ଼ି ଙ୍କ ଛାଡ଼ପତ୍ର ଖବର ଶୁଣି ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି । ସୂଚନା ଅନୁସାରେ କିଛି ୟୁଜର ଆମୀର ଓ କିରଣ ଙ୍କ ଛାଡ଼ପତ୍ର ପଛରେ ଅଭିନେତ୍ରୀ ଫାତିମା ସନା ଶେଖ ଙ୍କୁ ଦାୟୀ କରୁଛନ୍ତି । ତେବେ ତାହା କେତେ ଦୂର ସତ୍ୟ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *