ଦେଖନ୍ତୁ ଭିଡିଓ : Archita ଙ୍କ ଜନ୍ମ ଦିନ ଭୁଲିଗଲେ Sabysachi, ଆଉ ତା’ ପରେ Archita କଲେ କିଛି ଏମିତି…ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଓଲିଉଡ ଜଗତର ଲୋକପ୍ରିୟ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ବିବାହ ବହୁତ ଚର୍ଚ୍ଚା ରେ ଥିଲା । ତେବେ ଲୋକମାନେ ସିନେମା ରେ ଯେତିକି ଏହି ଯୋଡି କୁ ପସନ୍ଦ କରନ୍ତି ସେତିକି ବାସ୍ତବ ଜୀବନରେ ମଧ୍ୟ ଏହି ଦମ୍ପତି କୁ ସେତେ ଭଲ ପାଇବା ଏବଂ ପସନ୍ଦ ମଧ୍ୟ କରୁଛନ୍ତି ।

ତେବେ ଏହି ଭିତରେ ଅର୍ଚ୍ଚିତା ଙ୍କ ଜନ୍ମଦିନ ମଧ୍ୟ ଆସି ଯାଇଥିଲା । ତେବେ ଏହା ଥିଲା ବିବାହ ପରେ ତାଙ୍କର ନିଜ ସ୍ୱାମୀ ଏବଂ ଶାଶୂ ଘରେ ପ୍ରଥମ ଜନ୍ମଦିନ । ଅର୍ଚ୍ଚିତା ବହୁତ ଖୁସି ମଧ୍ୟ ଥିଲେ । କିନ୍ତୁ ସବ୍ୟସାଚୀ ଅର୍ଚ୍ଚିତା ଙ୍କ ଜନ୍ମଦିନ କଥା ଭୁଲି ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହା ପରେ କଣ ହେଲା । ଠିକ ରାତି ବାରଟା ସମୟରେ ଅର୍ଚ୍ଚିତା ଏକ ପ୍ଲେଟ ରେ କିଛି ମିଠା ଧରି ସବ୍ୟସାଚୀ ଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ଘଂଟା ରେ କେତେ ସମୟ ହୋଇଛି ବୋଲି ଦେଖିବାକୁ କହିଲେ ।

ଏହା ପରେ ସବ୍ୟସାଚୀ ଘଂଟା କୁ ଦେଖି ଏବଂ ଅର୍ଚ୍ଚିତା ଙ୍କ ହାତ ରେ ମିଠା ଥାଳି ଦେଖି ସବ୍ୟସାଚୀ ଏକଦମ ଚୁପ ହୋଇଗଲେ ଏବଂ ହସି ହସି ଅର୍ଚ୍ଚିତା ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇ ଥିଲେ ଏବଂ ମିଠା ଖାଇବେ ବୋଲି ଡାକିଲେ ।

ତେବେ ଏହାର ପାଞ୍ଚ ମିନିଟ ପରେ ଅର୍ଚ୍ଚିତା ଚୁପ ହୋଇକି ବସିଥାନ୍ତି ଏବଂ ସବ୍ୟସାଚୀ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହିଥାନ୍ତି ତେବେ ଅର୍ଚ୍ଚିତା କ୍ୟାମେରା ଅନ କରି ରଖିଛନ୍ତି ଦେଖି ସବ୍ୟସାଚୀ ପୁଣି ଥରେ ହସିଲେ ଏବଂ ମିଠା ନିଜେ ଖାଇଦେଲେ । ତେବେ ଅର୍ଚ୍ଚିତା ମଧ୍ୟ ସବ୍ୟସାଚୀ ଙ୍କୁ ବ୍ୟଙ୍ଗ କରି କହୁଥାନ୍ତି କି ହଁ ତମେ ମୋ ପାଇଁ ଯେଉଁ କେକ ଅର୍ଡର କରିଥିଲ ମୁଁ ଫ୍ରିଜ ରୁ ନେଇ ଆସିଛି ।

ତେବେ ସବ୍ୟସାଚୀ କିଛି କହୁ ନଥାନ୍ତି ଖାଲି ହସୁଥାନ୍ତି । ତେବେ ଏହାର ୧୫ ମିନିଟ ପରେ ସବ୍ୟସାଚୀ ନିଜ କାର୍ଯ୍ୟ ରେ ଵ୍ୟସ୍ତ ଥିଲେ ସେ ଅନେକ ମିଟିଙ୍ଗ ରେ ମଧ୍ୟ ଯୋଗଦାନ କରିଥିଲେ ଏବଂ ଲୋକ ମାନଙ୍କ ର କିପରି ଏବଂ କେଉଁ ଭାବେ ସାହାଯ୍ୟ କରି ହେବ ସେହି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଅର୍ଚ୍ଚିତା କେବଳ ଚୁପ ହୋଇକି ସବୁ ଦେଖୁଥାନ୍ତି ।

ଏହାର କିଛି ସମୟ ପରେ ସବ୍ୟସାଚୀ ନିଜ ମିଟିଙ୍ଗ ରେ ଥିବା ଲୋକ ମାନଙ୍କୁ ଅର୍ଚ୍ଚିତା ଙ୍କ ଜନ୍ମଦିନ ସମ୍ପର୍କରେ କହି ଥିଲେ ଏଵଂ ସମସ୍ତେ ଭିଡିଓ କଲ ରେ ଅର୍ଚ୍ଚିତା ଙ୍କୁ ଖୁବ ଶୁଭେଚ୍ଛା ଜଣାଇ ଥିଲେ ଏବଂ ବହୁତ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ ।

ଅର୍ଚ୍ଚିତା ମଧ୍ୟ ତାଙ୍କ ଶୁଭେଚ୍ଛା କୁ ଗ୍ରହଣ କରିବା ସହ ତାଙ୍କୁ ଅନେକ ଧନ୍ୟବାଦ ମଧ୍ୟ କହିଥିଲେ । ତେବେ ଏହି ଭଳି ଥିଲା ଅର୍ଚ୍ଚିତା ଙ୍କ ନିଜ ଶାଶୂ ଘରେ ପ୍ରଥମ ଜନ୍ମଦିନ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *