Ollywood ର କମେଡି ଷ୍ଟାର Papu Pam Pam ହଠାତ Tapu ଙ୍କ ବିଷୟରେ ମିଡିଆ ଆଗରେ କାହିଁକି କହିଲେ ଏମିତି… ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଓଲିଉଡ଼ ଜଗତ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଏବେ ଆଉ ଆମ ସହିତ ନାହାନ୍ତି । ଏହି କରୋନା ମହାମାରୀ ରେ ସେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କିନ୍ତୁ ତାଙ୍କ ଦେହ ଅଧିକ ଖରାପ ହେବାରୁ ସେହି ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ସେ ଓଡ଼ିଆ ସିନେମା ରେ ବହୁତ ସିନେମା ଏବଂ ଆଲବମ ରେ ନିଜ କଣ୍ଠଦାନ ଦେଇଛନ୍ତି ଏବଂ ତାଙ୍କୁ ଯଥା ତାଙ୍କ ସଙ୍ଗୀତ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏଭଳି ଏକ ଦିଗଜ କଣ୍ଠଶିଳ୍ପୀ କୁ ହରାଇବା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ।

ତେବେ ଏହା ସବୁ ପରେ ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ କଳାକାର ଙ୍କ ପ୍ରତି ହେଉଥିବା ଅବହେଳା କୁ ନେଇ ସେ ଏକ ଇଣ୍ଟରଭିଉ ଜରିଆରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା କି ପପୁ ପମପମ କଣ କହିଛନ୍ତି । ପପୁ ଙ୍କ କହିବା ଅନୁସାରେ କି ସରକାର ସବୁ କ୍ଷେତ୍ରରେ ଥିବା ଲୋକଙ୍କୁ ସେ ଖେଳକୁଦ ହେଉ କିମ୍ବା ଅନ୍ୟ କିଛି ସେମାନେ ଜିତିଲେ ସେମାନଂକୁ କୋଟି କୋଟି ଟଙ୍କା ର ପୁରସ୍କାର ପ୍ରଦାନ କରାଯାଉଛି । କିନ୍ତୁ କୌଣସି କଳାକାର ଙ୍କ ପ୍ରତି ଏହି ପରି ବ୍ୟବହାର ଦେଖା ଯାଉ ନାହିଁ ।

ବିଜୟ ମହାନ୍ତି, ଅଜିତ ଦାସ ,ହର ପଟ୍ଟନାୟକ ଏବଂ ବର୍ତ୍ତମାନ ତପୁ ମିଶ୍ର ସେମାନଙ୍କ ସହାୟତା ପାଇଁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ ଯଦି ସରକାର ଙ୍କ ତରଫରୁ ଗୋଟିଏ ଔଷଧ ର ସାହାଯ୍ୟ ମିଳି ପାରି ଥାଆନ୍ତା ତେବେ ହୁଏତ ତପୁ ମିଶ୍ର ଆଜି ବଂଚି ଯାଇ ପାରିଥାନ୍ତେ । ଏଠାରେ ପକ୍ଷୀ ଗଣନା ହେଉଛି, ପଶୁ ଗଣନା ହେଉଛି କିନ୍ତୁ କଳାକାର ଗଣନା ହେଉ ନାହିଁ ।

ତେବେ ପପୁ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ସେ ମୃତ୍ୟୁ ସହ ଲଢୁଥିଲେ ସେତେବେଳେ କେହି ତାଙ୍କୁ ସାହାଯ୍ୟ କରି ନଥିଲେ କେବଳ ସବ୍ୟସାଚୀ ଏବଂ ଅକ୍ଷୟ ପରିଜା ଙ୍କୁ ବାଦ ଦେଇ ତାଙ୍କୁ କେହି କୌଣସି ପ୍ରକାରର ସାହାଯ୍ୟ କରି ନଥିଲେ । ସରକାର ମଧ୍ୟ କୌଣସି ସାହାଯ୍ୟ କରି ନଥିଲେ ।

ତେବେ ବର୍ତ୍ତମାନ ଫୁଣି ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି ତପୁ ମିଶ୍ର ଙ୍କ ମୃତ୍ୟୁ ତେବେ ୧୫ ଦିନ ଧରି ତପୁ ମିଶ୍ର ହସ୍ପିଟାଲରେ ଥିଲେ ଏବଂ ଏହା ମିଡ଼ିଆ ଆଦିରେ ପ୍ରସାରିତ ମଧ୍ୟ ହୋଇଥିଲା କିନ୍ତୁ ସରକାର କୌଣସି ପ୍ରକାରର ସାହାଯ୍ୟ ମଧ୍ୟ କରି ନଥିଲା । ପରେ ଏକ ଲକ୍ଷ ଟଙ୍କା ଆସିଥିଲା କିନ୍ତୁ ଏହା ତାଙ୍କ ର କୌଣସି କାମ ରେ ଆସିବ ନାହିଁ ତେଣୁ ସେ ତାକୁ ଫେରାଇ ଦେଇଥିଲେ ।

ତେବେ ଏଭଳି କଳାକାର ମାନଙ୍କ ପ୍ରତି ସରକାର ଅବହେଳା କରିବା କେତେ ଦୂର ଠିକ ବୋଲି ସେ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଖେଳ ରେ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ସେମାନଙ୍କ କାମ କିମ୍ବା ସଫଳତାର ପ୍ରଶଂସା କରାଯାଉଛି ପୁରସ୍କାର ଦିଆ ଯାଉଛି ସେହି ଭଳି କଳାକାର ମାନଂକୁ ମଧ୍ୟ ସମ୍ମାନ, ସାହାଯ୍ୟ ଆଦି ଦେବା ସରକାର ଙ୍କ ଦାୟିତ୍ୱ ଅଟେ । ତେବେ ଆପଣ ମାନେ କଣ ପପୁ ଙ୍କ ସହ ସହମତି ଅଛନ୍ତି କି ? ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚୟ ଲେଖି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *