ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବଲିଉଡ ପରି ସାଉଥ ଇଣ୍ଡଷ୍ଟ୍ରିର ମଧ୍ୟ କିଛି କଳାକାର ମାନେ ଲିଭିଙ୍ଗ ରିଲେସନରେ ରହିବାକୁ ବହୁତ ପସନ୍ଦ କରନ୍ତି । ସାଉଥର କିଛି ଏପରି କଳାକାର ଅଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ଲିଭିଙ୍ଗ ରିଲେସନରେ ରହିଛନ୍ତି । ଆଜିଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବିବାହ ପୂର୍ବରୁ ଲିଭିଙ୍ଗ ରିଲେସନରେ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ବିଷୟରେ ।
ନୟନ୍ତାରା ଓ ଶିମ୍ବୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଅଭିନେତା ଶିମ୍ବୁ ଓ ଅଭିନେତ୍ରୀ ନୟନ୍ତାରା । ଏହି ଦୁଇଜଣ ପ୍ରଥମ ଥର ପାଇଁ ସାଉଥ ଫିଲ୍ମ ‘ବଲଭ’ରେ ହୋଇଥିଲା । ଫିଲ୍ମ ସେଟରୁ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ ଓ ଏହି ଦୁଇଜଣ ପରସ୍ପର ସହ ଲିଭିଙ୍ଗ ରିଲେସନରେ ରହିଥିଲେ । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ଯାହାଫଳରେ ଏମାନେ ଅଲଗା ହୋଇଯାଇଥିଲେ ।
କମଲ ହାସନ ଓ ସାରିକା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କମଲ ହସନ ଓ ସାରିକା । କମଲ ବିବାହ ପରେ ସାରିକାଙ୍କ ସହ ଲଭ ରିଲେସନରେ ରହିଥିଲେ । ଏହି ଦୁଇଜଣଙ୍କ ସାକ୍ଷାତ ଏକ ଫିଲ୍ମ ସେଟରେ ହୋଇଥିଲା । ପ୍ରଥମ ବିବାହ କରି ମଧ୍ୟ କମଲ ସାରିକାଙ୍କ ସହ ଲିଭିଙ୍ଗରେ ରହି ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।
ସମନ୍ଥା ଓ ନାଗ ଚୈତନ୍ୟ- ବନ୍ଧୁଗଣ ଆମ ଲିଷ୍ଟ ତୃତୀୟ ସ୍ଥାନରେ ଅଛନ୍ତି ସାଉଥ ଅଭିନେତା ନାଗ ଚୈତନ୍ୟ ଓ ଅଭିନେତ୍ରୀ ସମନ୍ଥା । ଏହି ଦୁଇଜଣ ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି । କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ପ୍ରେମ କରିବା ପରେ ଏହି ଦୁଇଜଣ 2 ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ ଲିଭିଙ୍ଗ ରିଲେସନରେ ରହିଥିଲେ । କିଛି ବର୍ଷ ଲିଭିଙ୍ଗରେ ରହିବା ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ଅଛନ୍ତି ।
ସିଦ୍ଧାର୍ଥ ଓ ସୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୃତି ହସନ ଓ ସିଦ୍ଧାର୍ଥ । ଏହି ଦୁଇଜଣ ପରସ୍ପର ସହ ଏକ ଫିଲ୍ମର ସେଟରେ ସାକ୍ଷାତ କରିଥିଲେ । ସାକ୍ଷାତ କରିବା ପରେ ଏହି ଦୁଇଜଣ ପରସ୍ପର ସହ ପ୍ରେମ କରି ବହୁତ ସମୟ ପର୍ଯ୍ୟନ୍ତ ଲିଭିଙ୍ଗ ରିଲେସନରେ ରହିଥିଲେ । ବନ୍ଧୁଗଣ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ବର୍ତ୍ତମାନ ଏହି ଦୁଇଜଣ ଅଲଗା ହୋଇ ରହୁଛନ୍ତି ।