ନମସ୍କାର ବନ୍ଧୁଗଣ ଆଜିକାଲି ର ନୂତନ ପିଢ଼ି ରେ ନାରିବାଦ କୁ ନେଇ ଅନେକ ପ୍ରସଙ୍ଗ ଆସୁଛି ଏବଂ ଏହି ନାରୀ ବାଦ କୁ ନେଇ ସେମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି ।
ତେବେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ଠିକ କିନ୍ତୁ କିଛି ଝିଅ ଏହି ସ୍ୱତନ୍ତ୍ରତା ର ଏବଂ ନିୟମ ର ସଠିକ ଭାବେ ବିନିଯୋଗ ନ କରି ନିଜର ଫାଇଦା ଉଠାଇବା ରେ ବ୍ୟସ୍ତ ହୋଇ ଯାଉଛନ୍ତି । ତେବେ ଏହା ନିଶ୍ଚିତ ଭାବେ ଭୁଲ ଆଟେ । ତେବେ ଏହି କିଛିଦିନ ତଳେ ମହିଳା ଦିବସ ଥିଲା ଏବଂ ସମସ୍ତ ମହିଳା ମାନଙ୍କୁ ସମ୍ମାନ ଜଣାଇ କିମ୍ବା ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଥିଲା ।
ନନ୍ଦିଘୋଷ ଟିଭି ରେ ସେହି କାର୍ଯ୍ୟକ୍ରମ ରେ ଅନେକ ଅଭିନେତ୍ରୀ ଏବଂ ବିଶିଷ୍ଟ ମହିଳାମାନେ ଯୋଗଦାନ କରିଥିଲେ ଏବଂ ସେଠାରେ ପଚରା ଯାଉଥିବା ପ୍ରଶ୍ନ ର ଉତ୍ତର ଦେଉଥିଲେ । ତେବେ ସେଠାରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଥିଲେ ତେବେ ଅଭିନେତ୍ରୀ ବିଦୁସ୍ମିତା ବର୍ଷା ଙ୍କୁ ଏକ ପ୍ରଶ୍ନ ପଚାରିଲେ ଏବଂ ବର୍ଷା ମଧ୍ୟ ତାର ଉତ୍ତର ଦେଇଥିଲେ । ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରେ ଆଲୋଚନା କରି ନେବା ।
ତେବେ ସେହି କାର୍ଯ୍ୟକ୍ରମ ରେ ଅଭିନେତ୍ରୀ ବିଦୁସ୍ମିତା ବର୍ଷା ଙ୍କୁ ପ୍ରଶ୍ନ କରିଥିଲେ କି ଜଣେ ଝିଅ ଯଦି ଛୋଟ ଡ୍ରେସ ପିନ୍ଧଛି ଏବଂ ସିନେମା ପାଇଁ ନୃତ୍ୟ କିମ୍ବା କୌଣସି ଅଭିନୟ କରିଲେ ସେ ଚରିତ୍ର ହୀନା ଏବଂ ଯିଏ ଭଲ ଡ୍ରେସ ପିନ୍ଧେ ସେଚରିତ୍ର ଵାନ । ତେବେ ଏହି ମାନସିକତା କଣ ପାଇଁ ।
ତେବେ ଏହି ପ୍ରଶ୍ନ ରେ ବର୍ଷା ଉତ୍ତର ଦେଇଥିଲେ କି ଏହା ଭାବିବା ଏକ ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ମାନସିକତା । କାହାର ପୋଷାକ ରୁ ତାର ଚରିତ୍ର ବିଷୟରେ ଜାଣିବା କିମ୍ବା କହିବା ଉଚିତ ନୁହେଁ ।
ତେବେ ତା ସହିତ ଆମେ ସିନେମା ରେ ଯଦି ନିଜର ପୋଷାକ ପିନ୍ଧିବା ଉପରେ ଲିମିଟେଡ଼ ରଖିବା ଅର୍ଥାତ ଆମେ ଛୋଟ ଡ୍ରେସ କୁ ଯଦି ବାରଣ କରିବା ତେବେ ଏହା କୌଣସି ପ୍ରକାରର ଖରାପ କଥା ନାହିଁ ।
କାରଣ ସିନେମା ଏହି ପିଢ଼ି ର ପିଲା ମାନଙ୍କ ଉପରେ ବହୁତ ପ୍ରଭାବିତ କରିଥାଏ ଏବଂ ତା ଛଡା ଛୋଟ ବଡ଼ ସମସ୍ତେ ସିନେମା ଦେଖିଥାନ୍ତି ଏବଂ ଏହାର ପ୍ରଭାବ ତାଙ୍କ ଉପରେ ମଧ୍ୟ ପଡିଥାଏ । ତେଣୁ ସିନେମା ରେ ଆମକୁ ଭାବି ଚିନ୍ତି କାମ କରିବା ଉଚିତ ।
କିନ୍ତୁ ଏହି ଉତ୍ତର ବୋଧ ହୁଏ ବିଦୁସ୍ମିତା ଙ୍କୁ ପସନ୍ଦ ଆସିଲା ନାହିଁ ତେବେ ସେ ଫୁଣି ପୁଅ ଙ୍କ ହାପ ପ୍ୟାଣ୍ଟ ପିନ୍ଧି ବୁଲିବା ଉପରେ ମଧ୍ୟ ପ୍ରଶ୍ନ କଲେ ତେବେ ବର୍ଷା ଙ୍କ ଉତ୍ତର ଥିଲା କି ଘର ଭିତର ଏବଂ ବାହାର କଥା ଦୁଇଟା ଅଲଗା କଥା । ତେବେ ଏହି ବିଷୟରେ ଆପଣ ଙ୍କ ମତ କଣ ଆପଣ ନିଶ୍ଚିତ ଜଣାଇବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ