ନମସ୍କାର ବନ୍ଧୁଗଣ ଓଲିଉଡ଼ ଜଗତ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଏବେ ଆଉ ଆମ ସହିତ ନାହାନ୍ତି । ଏହି କରୋନା ମହାମାରୀ ରେ ସେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
କିନ୍ତୁ ତାଙ୍କ ଦେହ ଅଧିକ ଖରାପ ହୋଇଯାଇଥିଲା ଏବଂ ସେ ସେହି ହସ୍ପିଟାଲରେ ୧୯ ଜୁନ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ସେ ଓଡ଼ିଆ ସିନେମା ରେ ବହୁତ ସିନେମା ଏବଂ ଆଲବମ ରେ ନିଜ କଣ୍ଠଦାନ ଦେଇଛନ୍ତି ଏବଂ ତାଙ୍କୁ ଯଥା ତାଙ୍କ ସଙ୍ଗୀତ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏଭଳି ଏକ ଦିଗଜ କଣ୍ଠଶିଳ୍ପୀ କୁ ହରାଇବା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ।
ତେବେ ଆସନ୍ତୁ ତପୁ ମିଶ୍ର ନିଜ ବାହାଘର ରେ କିପରି ସଜ ହୋଇଥିଲେ ଏବଂ କିପରି ସବୁ ପୋଗ୍ରାମ ହୋଇଥିଲା ଏବଂ ସେ କେତେ ଖୁସି ହୋଇଥିଲେ ଏବଂ ନିଜ ଇଣ୍ଟରଭିଉ ରେ ନିଜ ସ୍ୱାମୀ ଙ୍କ ବିଷୟରେ କଣ କହିଛନ୍ତି ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
ତପୁ ମିଶ୍ର ୨୦୧୮ ମସିହାରେ ଅଭିନେତା ଏବଂ ବ୍ୟବସାୟୀ ଦୀପକ ପୂଜାରୀ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ତାଙ୍କ ବିବାହ ଦିନ ସେ ବହୁତ ଖୁସି ଥିଲେ ଏବଂ ଅନେକ ଇଣ୍ଟରଭିଉ ରେ ମଧ୍ୟ ସେ ବହୁତ ଭଲ ଭାବରେ ନିଜ ବିବାହ ବିଷୟରେ ଏବଂ ନିଜ ସ୍ୱାମୀ ଙ୍କ ବିଷୟରେ ବହୁତ କଥା ମଧ୍ୟ କହିଛନ୍ତି ।
ସେ ନିଜ ଇଣ୍ଟରଭିଉ ରେ କହିଥିଲେ କି ସେ ଏକ ସାଧାରଣ ଝିଅ ଭଳି ସଜ ବାଜ ହୋଇ ସବୁ ନୀତି ନିୟମ କୁ ମାନି ବିବାହ କରିଛନ୍ତି । ତେବେ ସେ ଏହାକୁ ଲଭ କମ ଆରେଞ୍ଜ ବିବାହ ବୋଲି କହିଥିଲେ ।
ଦୀପକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ପରେ ଦୁଇ ପରିବାର ଙ୍କ ସହ ମତି ରେ ବିବାହ ମଧ୍ୟ ହୋଇଥିଲା । ତେବେ ସେ ଦୀପକ କରିଥିବା ଧାରାବାହିକ ରେ ଟାଇଟଲ ଗୀତ ମଧ୍ୟ ଗାଇଛନ୍ତି ଏବଂ ତାଙ୍କ ବନ୍ଧୁ ପୁନମ,ଜିନା ଆଦି ଙ୍କ ସହ ସେ କାମ ମଧ୍ୟ କରିଛନ୍ତି ।
ତେବେ ତପୁ ନିଜ ସ୍ୱାମୀ ଙ୍କ ବିଷୟରେ ଏହା ମଧ୍ୟ କହିଛନ୍ତି କି ସେ ଜଣେ ସଙ୍ଗୀତ ପ୍ରେମୀ ଏବଂ ସେ ସବୁ କାର୍ଯ୍ୟ ରେ ସପୋର୍ଟ ମଧ୍ୟ କରିଥାନ୍ତି ଏବଂ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି ।
ତେବେ ସେ ନିଜ ବିବାହ ରେ ବହୁତ ଖୁସି ଥିଲେ ଏବଂ ତାଙ୍କର ହଳଦୀ,ମେହେନ୍ଦୀ, ସଙ୍ଗୀତ ଆଦି ପୋଗ୍ରାମ ହୋଇଥିଲା ଏବଂ ସେ ବହୁତ ସୁନ୍ଦର ଭାବେ ସଜ ହୋଇ ବହୁତ ସୁନ୍ଦର ଦେଖାଯାଉଥିଲେ ।
ତେବେ ବର୍ତ୍ତମାନ ତପୁ ଆମ ଗହଣ ରେ ଆଉ ନାହାନ୍ତି ତାଙ୍କ ହସ,ଗୀତ,ସ୍ୱର କୁ ସାରା ଓଡ଼ିଶା ବାସୀ ମାନେ ସାରା ଜୀବନ ଭୁଲି ପାରିବେ ନାହିଁ । ଏହା ଆମ ପାଇଁ ଓଡ଼ିଆ ସିନେମା ପାଇଁ ଏକ ଅପୁରଣୀୟ କ୍ଷତି ।