ବନ୍ଧୁଗଣ ଗତ କିଛି ଦିନ ତଳେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ନିଜ ପ୍ରାଣ ହରାଇଥିଲେ । ଏହି ଖବର ପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଥିଲା । ତପୁ ଗତ କିଛି ଦିନ ହେବ କରୋନା ମହାମାରୀରେ ଆକ୍ରାନ୍ତ ଥିଲେ ।
ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ । ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଗୁରୁତ୍ଵର ହେବାରୁ ସେ ପ୍ରାଣ ହରାଇଥିଲେ । ତପୁ ଏକ ଭଲ ଗାୟିକା ହେବା ସହ ଏକ ଭଲ ମଣିଷ ମଧ୍ୟ ଥିଲେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ତପୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।
ତପୁ ଏହି ଭିଡିଓରେ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ତପୁ ସେହି ଭିଡିଓରେ କହିଛନ୍ତି-‘ ମୋତେ ଆପଣ ମାନେ ଟିଭି ରିଆଲିଟି ସୋରେ ନିଶ୍ଚୟ ଦେଖିଥିବେ । ମୁ କେବେହେଲେ କାହାର ମିଛ ପ୍ରଶଂସା କରେନାହିଁ । ମୋତେ ଯାହା ଭଲ ଲାଗେ ମୁ ସେଇଟା ମୁହଁ ଉପରେ କହିଦିଏ ଓ ଯାହା ମୋତେ ଭଲ ଲାଗେନି ତାକୁ ବି ମୁହଁରେ କହିଦିଏ । ମୁ ଯେତେବେଳେ ଜଜ୍ ର ସିଟରେ ବସେ ସେତେବେଳେ ମୋର କିଛି ବିଶେଷ ଦାଇତ୍ଵ ରହିଥାଏ’ ।
ଏହାପରେ ଆଗକୁ ତପୁ କହିଲେ-‘ମୁ ସବୁବେଳେ ପିଲା ମାନଙ୍କୁ ଭଲ ରାସ୍ତାରେ ନେବାକୁ ଚେଷ୍ଟା କରେ । ଯେଉଁ ପିଲା ମାନଙ୍କର ଟ୍ୟାଲେନ୍ଟ ଅଛି ସେମାନଙ୍କୁ ଆଗକୁ ମଉକା ମିଳିବା ଉଚିତ । ମୋତେ ଏମିତି ବହୁତ ଅଫର ମିଳିଛି ପିଲା ମାନଙ୍କୁ ଗୀତ ଶିଖାଇବା ପାଇଁ । ମୋର ବି ଇଛା ଅଛି ହେଲେ କଣ କରିବି ମୋ ପାଖରେ ଅଧିକ ସମୟ ରହୁନାହିଁ’ ।
ଏହାପରେ ଆଗକୁ ତପୁ କହିଲେ-‘ମୁ ବହୁତ ଷ୍ଟ୍ରେଟ ଫର୍ୱାଡ ମୁ ସବୁବେଳେ ସଠିକ କଥା କହିଥାଏ । ଯଦି ଆପଣ ମାନଙ୍କୁ ଗୀତ ଶିଖିବାକୁ ଇଛା ଅଛି ତା ହେଲେ ଆପଣ ମୋର ୟୁ ଟ୍ଯୂବ ଭିଡିଓ ନିଶ୍ଚୟ ଦେଖନ୍ତୁ ।
ୟୁ ଟ୍ଯୂବରେ ମୁ ଆଗକୁ ଆପଣ ମାନଙ୍କ ଭଲ ଭଲ ଟିପ୍ସ ଦେବି । ଆପଣ ମାନେ ହେଉଛନ୍ତି ମୋ ପରିବାର ଆଉ ମୁ ଆପଣଙ୍କ ସହିତ ସବୁ କଥା ସେୟାର କରିବି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତପୁଙ୍କର ଏହି ଚିନ୍ତାଧାରା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତପୁ ଙ୍କ ହୃଦୟରୁ ଗୋଟିଏ ଲାଇକ ଓ ସେୟାର କରିବେ ।