ଭାଉଜ-ଭାଉଜ କହି କହି ଭାଉଜ କୁ ହିଁ ବାହା ହେଇଗଲେ Ram Kapoor, ଏମାନଙ୍କ ପ୍ରେମ କାହାଣୀ ଶୁଣିଲେ ହେଇଯିବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଗୌତମୀ କପୁରଙ୍କୁ ନିଶ୍ଚୟ ଜାଣିଥିବେ । ଗୌତମୀ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ ଓ ତାଙ୍କର ବହୁତ ଲୋକପ୍ରିୟତା ରହିଛି ।

ସେ ଟିଭିର କିଛି ଫେମସ ସିରିଏଲ ତଥା ‘କ୍ୟୁ କି ସାଶ ଭି କଭି ବୋହୁ ଥି’ ଓ ‘କୁବୁଲ ହେ’ ଆଦିରେ କାମ କରିଛନ୍ତି । ଗୌତମୀ ଟିଭି ଅଭିନେତା ରାମ କପୁରଙ୍କ ସହ ବିବାହ କରିଛନ୍ତି ଓ ସେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ତାଙ୍କର ଜନ୍ମ ୨୧ ଜୁନ ୧୯୭୪ ମସିହାରେ ମୁମ୍ବାଇ ମହରାଷ୍ଟ୍ରରେ ହୋଇଥିଲା । ଆଜିକୁ ସେ ୪୭ ବର୍ଷ ବୟସର ହୋଇସାରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଗୌତମୀ କପୁରଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଟିଭି କଳାକାର ରାମ କପୁର ଓ ଗୌତମୀଙ୍କ ଲଭ ଷ୍ଟୋରି ୨୦୦୦ ମସିହାରେ ଆସିଥିବା ସିରିଏଲ ‘ଘର ଏକ ମନ୍ଦିର’ରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଗୌତମୀ ମଡେଲିଙ୍ଗରେ ନିଜ କାରିୟର ବନେଇ ସାରିଥିଲେ ଓ ଅନ୍ୟ ପକ୍ଷରେ ରାମ କପୁରଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିବାକୁ ପଡୁଥିଲା ।

ସେହି ସିରିଏଲରେ ଗୌତମୀ ରାମ କପୁରଙ୍କ ଭାଉଜର ଭୂମିକା ପଦର୍ଶନ କରୁଥିଲେ । ସେହି ସିରିଏଲ ଦ୍ଵାରା ଏହି ଦୁଇଜଣ ପ୍ରଥମେ ଭଲ ସାଙ୍ଗ ହୋଇଥିଲେ । ଧୀରେ ଧୀରେ ଏହି ଦୁଇଜଣଙ୍କ ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା । ଏମାନେ ପରସ୍ପର ସହ କିଛି ସମୟ ଲଭ ରିଲେସନରେ ରହିଥିଲେ ଓ ୨୦୦୩ ମସିହାରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଏହି ଦୁଇଜଣଙ୍କୁ ବିବାହ ପରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା  । ରାମଙ୍କୁ ପାର୍ଟି ଆଟେଣ୍ଡ କରିବାକୁ ଓ ଡ୍ରି-ଙ୍କ କରିବାକୁ ଭଲ ଲାଗୁଥିଲା ହେଲେ ଗୌତମୀଙ୍କୁ ଏ ସବୁ ଭଲ ଲାଗୁ ନଥିଲା । ହେଲେ ବିବାହର କିଛି ସମୟ ପରେ ରାମ ନିଜ ସ୍ତ୍ରୀଙ୍କ ପାଇଁ ନିଜକୁ ପରିବର୍ତ୍ତନ କରିଥିଲେ । ୨୦୦୩ ମସିହା ଭାଲେଣ୍ଟାଇନ ଡେ ଦିନ ଏହି ଦୁଇଜଣଙ୍କ ବିବାହ ଆର୍ଯ୍ୟ ସମାଜ ମନ୍ଦିରରେ ହୋଇଥିଲା । ବିବାହ ପରେ ଏହି ଦୁଇଜଣ ଦୁଇଟି ରୁମ ଥିବା ଘରେ ରହିବାକୁ ଲାଗିଲେ ।

ଏହାପରେ ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରିର ଅନେକ ସିରିଏଲରେ କାମ କରି ସଫଳତା ହାସଲ କରିଥିଲେ । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ଆଜି ଏହି ଦୁଇଜଣ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ଏହି ଦୁଇଜଣ ସିରିଏଲ ସହ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାମ ଓ ଗୌତମୀଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *