ଦେଖନ୍ତୁ Photo: ହିରୋଇନ ହେବା ଆଗରୁ School Time ରେ କିଛି ଏମିତି ଦେଖା ଯାଉଥିଲେ Elina Samantray, ଆପଣ ବି ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଓଲିଉଡ ର କୁଇନ ଭାବରେ ପରିଚିତ ।

ଏଲିନା ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସେ ଅନେକ ବ୍ଳକବଷ୍ଟର ଓଡ଼ିଆ ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ର ଜବାବ ନାହିଁ ବୋଲି କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେ, ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବା ପୂର୍ବରୁ ଏଲିନା କିପରି ଥିଲେ ଏବଂ କଣ କରୁଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ବନ୍ଧୁଗଣ ଅଭିନେତ୍ରୀ ଏଲିନା ସାମନ୍ତରାୟ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର ରାଉରକେଲା ଠାରେ ଅବସ୍ଥିତ ।

ସେ ନିଜର ପାଠପଢ଼ା ରାଉରକେଲା ର ଦିଲ୍ଲୀ ପବ୍ଲିକ ସ୍କୁଲ ରେ କରିଥିଲେ । ସେ ନିଜର ପିଲାଦିନ ର ସମ୍ପୂର୍ଣ୍ଣ ଜୀବନ ରାଉରକେଲା ରେ ହିଁ ଅତିବାହିତ କରିଛନ୍ତି । ଏହି ଅଭିନେତ୍ରୀ ନିଜର ପାଠପଢ଼ା ସମାପ୍ତ କରିବା ପରେ ଖୁବ କମ ବୟସ ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ସେ ନିଜ କ୍ୟାରିଅର ରେ ପ୍ରଥମେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ରିଆଲିଟି ସୋ ମୁଁ ବି ହିରୋଇନ ହେବି ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।

ପରେ ସେ ସେହି ସୋ ର ବିଜେତା ମଧ୍ୟ ସାଜିଥିଲେ । ଏହାପରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁ ହି ତୁ’ । ସେହି ଫିଲ୍ମ ରେ ତାଙ୍କୁ ଅଭିନେତା ଅରିନ୍ଦମ ଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ଏଲିନା ଙ୍କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ । ପରେ ସେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ ।

ତାଙ୍କର ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଲଭ ଷ୍ଟେସନ’, ‘ଅଭୟ’, ‘କାବୁଲା ବାରବୁଲା’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅ ଟା ବିଗିଡ଼ି ଗଲା’, ‘ଲଭ ୟୁ ହମେସା’ ଆଦି ଅନ୍ୟତମ । ବର୍ତ୍ତମାନ ଏହି ଅଭିନେତ୍ରୀ ଓଲିଉଡ ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଗଣା ହୁଅନ୍ତି ଏବଂ ଓଡ଼ିଶା ର ସମସ୍ତ ଦର୍ଶକ ତାଙ୍କ ପାଇଁ ଦିୱାନା ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *