ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଦିନ କୁ ଦିନ ତୀବ୍ର ବେଗ ରେ ବ୍ୟାପିବାରେ ଲାଗିଛି । ଅନେକ ଦିଗଜ୍ଜ କଳାକାର ମାନେ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।
ସେହିପରି ଓଲିଉଡ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ମଧ୍ୟ ଏହି ମହାମାରୀ ରେ ନିଜର ପ୍ରାଣ ହରାଇଛନ୍ତି । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । ତାଙ୍କର ନିଧନ ଓଲିଉଡ ପାଇଁ ଏକ ଅପୁରଣୀୟ କ୍ଷତି । ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇ ଥିଲା ।
ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇ ଥିଲା । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ପ୍ରାୟ ଏକ ମାସ ଧରି ଚିକିତ୍ସିତ ହେବା ପରେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତପୁ ।
ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କିନ୍ତ ସେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଗଲେ ।
ତେବେ ତପୁ ମିଶ୍ର ଙ୍କ ନି-ଧ-ନ ରେ ସମସ୍ତେ ମର୍ମାହତ ହୋଇଛନ୍ତି । ତାଙ୍କୁ ମନେ ପକାଇ ତାଙ୍କ ଭାଇ ଅଭୟ କହିଛନ୍ତି ଯେ, ତପୁ ଙ୍କ ନି-ଧ-ନ ରେ ସେ ଭାଙ୍ଗି ପଡିଛନ୍ତି । ତାଙ୍କ ମୃ-ତ୍ୟୁ ର ଖବର କୁ ବିଶ୍ୱାସ କରିବା ଅସମ୍ଭବ ହୋଇ ପଡ଼ିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ତପୁ ମିଶ୍ର ଙ୍କୁ ଓଡ଼ିଶା ର ଅଲ୍କା ୟାଗ୍ନିକ କହିଲେ ଅତୃପ୍ତି ହେବ ନାହିଁ । ତାଙ୍କର ସମସ୍ତ ଗୀତ ହିଟ୍ ସାବ୍ୟସ୍ତ ହୋଇଛି । କିନ୍ତୁ ସେ ଏଭଳି ଦିନେ ହଠାତ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ବୋଲି କାହାକୁ ମଧ୍ୟ ଜଣା ନଥିଲା ।
ତପୁ ଙ୍କ ସ୍ଥାନ ବର୍ତ୍ତମାନ ଖାଲି ରହିଗଲା । ତାଙ୍କ ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ । ଶେଷରେ ସେ କହିଛନ୍ତି ଯେ, ନାନୀ ଅର୍ଥାତ ତପୁ ମିଶ୍ର ଙ୍କ ଭଲ ପାଇବା ଓ ସ୍ନେହ କୁ ସେ କେବେବି ଭୁଲି ପାରିବେ ନାହଁ ଏବଂ ସେ ତପୁ ଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।