ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।
ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।
ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।
ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃ-ତ୍ୟୁ ବରଣ କରିଥିଲେ । ତାଙ୍କ ମୃ-ତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ମୃ-ତ୍ୟୁ ପୂର୍ବରୁ ତପୁ ଲାଇଭ ଆସିଥିଲେ ଏହି ଲାଇଭ ଭିଡିଓ ରେ ତାଙ୍କର ଶେଷ ଇଛା କଣ ତପୁ ସେ ବିଷୟ ରେ କହିଥିଲେ ।
ତପୁ ପ୍ରଥମେ କହିଥିଲେ ଜୀବନ ଟା ବହୁତ ଛୋଟ ଅଟେ । କେତେ ବେଳେ କାହାର ଜୀବନ ଚାଲିଯିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ଆମ ମନ ରେ କାହା ପ୍ରତି ମଧ୍ୟ ରାଗ ରୁଷା, ଅଭିମାନ,ଅହଂକାର ଆଦି ଭାବ ରଖିବା ଉଚିତ ନୁହେଁ । ମୁଁ ବଡ଼ ଲୋକ ତୁ ଛୋଟ ଏହି ସବୁ ପ୍ରକାର ର ମନୋଭାବ ରଖିବା ଉଚିତ ନୁହେଁ । ତପୁ କହିଥିଲେ ଲୋକ ମାନେ ଭଲ ପାଇବା ର ସହିତ ମେସେଜ କରୁଛନ୍ତି କିନ୍ତୁ ସେ ତାର କୌଣସି ଉତ୍ତର ଦେଇ ପାରୁନାହାନ୍ତି ।
କାରଣ ଲୋକ ମାନଙ୍କ ର ଭଲ ପାଇବା ମେସେଜ ମାଧ୍ୟମରେ ଏତେ ଆସୁଛି ଯେ ସେ ସମସ୍ତଙ୍କ ର ଉତ୍ତର ଦେଇ ପାରୁନାହାନ୍ତି । ସେ କହିଥିଲେ ତାଙ୍କ ପରିବାର ରୁ କିମ୍ବା ସମ୍ପର୍କୀୟ ଙ୍କ ମଧ୍ୟରୁ କେହି ଫିଲ୍ମ ଇଣ୍ଡଷ୍ଟ୍ରି ରେ ପୂର୍ବ ରୁ ନାହାନ୍ତି । ସେ ନିଜ ଟ୍ୟାଲେଣ୍ଟ ଜରିଆ ରେ ଆଜି ଏଠି ପହଞ୍ଚି ପାରିଛନ୍ତି । ଖାସ କରି ଲୋକ ମାନଙ୍କ ଭଲ ପାଇବା ପାଇଁ ସେ ଆଜି ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ତେଣୁ ସେ ଯେତେ ଦିନ ପର୍ଯ୍ୟନ୍ତ ଗୀତ ଗାଇ ପାରିବେ ସେତେ ଦିନ ପର୍ଯ୍ୟନ୍ତ ଲୋକ ମାନଂକୁ ମନୋରଞ୍ଜନ କରିଆସୁଥିବେ ।