ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।
ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।
ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇ ଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।
ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃ-ତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ମୃ-ତ୍ୟୁ ପୂର୍ବରୁ ତପୁ ଲାଇଭ ଆସିଥିଲେ ଏହି ଲାଇଭ ଭିଡିଓ ରେ ତାଙ୍କୁ କଣ ଭଲ ଲାଗେ ଓ ସେ କଣ କରିବାକୁ ବେଶୀ ପସନ୍ଦ କରନ୍ତି ସେ ବିଷୟ ରେ କହିଥିଲେ ।
ତାଙ୍କୁ ନିଜ ନଖ ରେ ବିଭିନ୍ନ ପ୍ରକାର ନେଲ ପଲିସ ଲଗାଇବାକୁ ବହୁତ ଭଲ ଲାଗିଥାଏ । ସେ କହିଥିଲେ ସ୍କୁଲ ରେ ପଢିବା ବେଳେ ସେ ତାଙ୍କ ସାଙ୍ଗ ମାନଙ୍କୁ ନେଲ ପଲିସ ଲଗାଇବା ଶିଖାଇଥିଲେ । ତାଙ୍କୁ ଷ୍ଟାଇଲିସ ରହିବା ପାଇଁ ବହୁତ ଭଲ ଲାଗେ । ତାଙ୍କୁ ଚିଙ୍ଗୁଡ଼ି ଖାଇବା ପାଇଁ ସବୁଠାରୁ ବେଶୀ ଭଲ ଲାଗେ ।
ତାଙ୍କ କଣ୍ଠ ଏତେ ମିଠା ହୋଇଥିଲେ ମଧ୍ୟ ସେ କେବେ ବି ବେଶୀ ମିଠା ଖାଆନ୍ତି ନାହିଁ ବୋଲି କହିଥିଲେ । ସେ କେବଳ କୋଲଡ୍ରିଂକ୍ସ ଓ ରାବିଡ଼ି ଆଇସକ୍ରିମ ଖାଇଥାନ୍ତି । ସେ ଖାଇ ସାରିବା ପରେ ମିଠା ଆବଶ୍ୟକ କରିଥାନ୍ତି ତେଣୁ ସେ କୋଲଡ୍ରିଂକ୍ସ ପିଇଥାନ୍ତି । ସେ ଆଗରୁ ବହୁତ ଚକଲେଟ ଖାଉଥିଲେ ।
କିନ୍ତୁ ତାହା ଦ୍ଵାରା ସେ ଅଧିକା ମୋଟା ହୋଇଗଲେ ସେଥିପାଇଁ ସେ ଚକଲେଟ ଖାଇବା ଛାଡି ଦେଲେ । ଏହା ସହିତ ତାଙ୍କୁ ବିରିୟାନି ଖାଇବାକୁ ମଧ୍ୟ ବହୁତ ଭଲ ଲାଗିଥାଏ । ତାଙ୍କୁ କଟକ ର ବିରିୟାନି ବହୁତ ଭଲ ଲାଗିଥାଏ । ସେ କହିଥିଲେ କଟକ ବିରିୟାନି ଭଳି ବିରିୟାନି ଆଉ କେଉଁଠି ବି ମିଳିବ ନାହିଁ । ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ