ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମାସର ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । କେତେକ ସୋ ଗୁଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ତ ଅନ୍ୟ କେତେକ ସୋ ଅଧିକ ଲୋକପ୍ରିୟତା ହାସଲ କରିନଥାଏ ।
ଗତ କିଛି ଦିନ ହେବ ଏକ ଓଡିଆ ସୋ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ସେହି ସୋଟି ହେଉଛି ରଜ କୁଇନ୍ । ରଜ କୁଇନ୍ ହେଉଛି ଏକ ଏପରି ସୋ ଯେଉଁଠି କିଛି ଝିଅ ମାନେ ନିଜ ଟ୍ୟାଲେଣ୍ଟ ଦେଖାଇବାକୁ ଆସିଥାନ୍ତି ଓ ଜଜ୍ ମାନେ ସେମାନଙ୍କୁ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ସୁଯଗ ଦେଇଥାନ୍ତି । ପୂର୍ବରୁ ଏହି ସୋଟି ବହୁତ ଭଲ ଚାଲିଥିଲା ହେଲେ ଗତ କିଛି ଦିନ ହେବ ଏହି ସୋ ପାଇଁ ବହୁତ ବାଦବିବାଦ ସୃଷ୍ଟି ହୋଇଛି ।
ଏହି ସୋର ଜଜ୍ ମାନେ ଝିଅ ମାନଙ୍କୁ ଏଣେତେଣେ ପ୍ରଶ୍ନ ପଚାରି ବେଜିତ କରୁଛନ୍ତି । ଜଜ୍ ମାନଙ୍କର ଏହି ସ୍ଵଭାବକୁ ଦେଖି ଦର୍ଶକ ମାନେ ସୋ ପ୍ରତି କେତେକ ନେଗେଟିଭ ପ୍ରତିକ୍ରିୟା ଦେଉଛନ୍ତି । ଅନ୍ୟ ପକ୍ଷରେ ଏହି ସୋରେ ଥିବା ଜଜ୍ ମାନେ ବହୁତ ମାତ୍ରାରେ ଟ୍ରୋଲର ଶିକାର ମଧ୍ୟ ହେଉଛନ୍ତି । ଏହି ସମୟରେ ଓଡିଆ ଅଭିନେତ୍ରୀ ଝିଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ରଜ କୁଇନ୍ ସୋ ଉପରେ ଝିଲିକ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଝିଲିକଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଝିଲିକ ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ଗତ କିଛି ସମୟ ହେବ ଝିଲିକ ରଜ କୁଇନ୍ ସୋର ଜଜ୍ ମାନଙ୍କୁ ନେଇ ନିଜର ଏକ ବଡ ବୟାନ ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଯୁବକ ଅଭିନେତ୍ରୀ ଝିଲିକଙ୍କୁ ପ୍ରଶ୍ନ କରୁଛନ୍ତି ଓ ଝିଲିକ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି ।
ଯୁବକ ଜଣକ ପ୍ରଶ୍ନ କରୁଛନ୍ତି ଯେ-‘ଝିଲିକ ଆପଣ ଜଣେ ଅଭିନେତ୍ରୀ ଆପଣ କୁହନ୍ତୁ ଓଡିଆ କଳାକାରଙ୍କୁ ଜନସାଧାରଣ ଅଥବା ଦର୍ଶକେ ଯେଉଁଭଳି ଭାବରେ ଟ୍ରୋଲିଙ୍ଗ କରୁଛନ୍ତି ତାହା କେତେ ଦୂରେ ଠିକ ? ଏ ସବୁ କେତେ ମାତ୍ରାରେ ଅଭିନେତା ତଥା ଅଭିନେତ୍ରୀଙ୍କ ଉପରେ ପ୍ରଭାବ ପକାଉଛି ?, ଓଡିଆ କଳାକାର ଙ୍କ ମାନସିକ ଚିନ୍ତାଧାରା ଉପରେ ଏହା କେତେ ଦୂରେ ପ୍ରଭାବ ପକାଉଛି ?
ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଝିଲିକ କହୁଛନ୍ତି-‘ଲୋକ ମାନଙ୍କ କାମ ଆମ୍ଭକୁ ଜର୍ଜ କରିବା । ମାତ୍ର ଆମ୍ଭେ ଜାଣିଛୁ ଯେ ଆମ୍ଭେ କେତେଦୂରେ ସଠିକ ତଥା ଭୁଲ ଅଛୁ । ଠିକ ଅଛି ଯଦି କାହାକୁ କଳାକାର ମାନେ ପସନ୍ଦ ଆସୁନାହାନ୍ତି ତେବେ ଆପଣ ମାନେ କାହିଁକି ପରଦାରେ ଦେଖୁଛନ୍ତି ? ଦର୍ଶକେ ଦେଖିବେ ମାତ୍ର ଫଲୋ ମଧ୍ୟ କରିବେ କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଯେଉଁମାନେ କି ଏଭଳି ଟ୍ରୋଲିଙ୍ଗ କରିଥାନ୍ତି । ଆମ୍ଭେ ମାନେ କାହାର ଚିନ୍ତାଧାରା କୁ ଅବଶ୍ୟ ବଦଳାଇ ଦେଇପାରିବୁ ନାହିଁ’ ।
ଏହାପରେ ଆଗକୁ ଝିଲିକ କହିଲେ-‘ମାତ୍ର ସେ ସବୁକୁ ଭୁଲି ଆମ୍ଭକୁ ଆଗକୁ ବଢିବାର ଅଛି । କିଛି କରି ଦେଖାଇବାର ଅଛି । ଲୋକଙ୍କ କାମ କହିବା ତାଙ୍କ ପାଟି କୁ ଆମ୍ଭେ ବଦଳାଇ ପାରିବୁ ନାହିଁ । ମାତ୍ର ସବୁକୁ ଇଗନୋର ମାରି କାମ କରିଚାଲ । ସବୁ ଲୋକ ସମାନ ନୁହନ୍ତି ଏଥିପାଇଁ ଏହା ଆଦୌ ଆବଶ୍ୟକ ନୁହେଁ ଯେ, ସବୁ ଲୋକେ ଅଥବା ଦର୍ଶକେ ଆମ୍ଭକୁ ପସନ୍ଦ କରିବେ । ମାତ୍ର ସମସ୍ତ କଥା କୁ ଭୁଲି ଆଗେଇବାର ଅଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକଙ୍କର ଏହି କଥା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।