ବନ୍ଧୁଗଣ କଥାରେ ଅଛି ଯିଏ କଷ୍ଟ କରେ ତାକୁ ସଫଳତା ମିଳେ । ଦୁନିଆରେ ଏମିତି ବହୁତ ଲୋକ କଷ୍ଟ କରି ସଫଳତା ପାଇଛନ୍ତି ଓ ଅନ୍ୟ ଲୋକ ମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । ଆପଣ ମାନେ ଏମିତି ବହୁତ ସୁପର ଷ୍ଟାର ଓ ବିଜେନେସ ମ୍ୟାନଙ୍କ ବିଷୟରେ ଜାଣିଥିବେ ।
ଯେଉଁ ମାନେ ନିଜ ଜୀବନରେ ବହୁତ କଷ୍ଟ ଏବଂ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀ ସିନେମାର ଏକ ଦିଗଜ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ଏହି କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଖେସରି ଲାଲ ୟାଦବ । ଏହି ସୁପର ଷ୍ଟାର ଜଣକଙ୍କ ଫିଲ୍ମ ଆଜିକୁ କୋଟି କୋଟି ଟଙ୍କା କମାଉଛି । ଖେସରି ଲାଲଙ୍କ ଜୀବନୀ ବିଷୟରେ ଜାଣିଲେ ବନ୍ଧୁଗଣ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ଆଜିଆମେ ଆପଣ ମାନଙ୍କୁ ଖେସରି ଲାଲଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଖେସରି ଲାଲଙ୍କ ଜୀବନୀ ବିଷୟରେ । ଖେସରି ଲାଲ ବିହାରର ଏକ ସାଧାରଣ ପରିବାରରୁ ଆସିଛନ୍ତି । ଖେସରି ଗତ ୧୦ ବର୍ଷ ହେବ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମରେ କାମ କରିସାରିଛନ୍ତି ।
ସେ ନିଜ କାରିୟରର ଆରମ୍ଭ ଗତ ୧୦ ବର୍ଷ ତଳେ କରିଥିଲେ ଓ ତା ପରଠୁ ସେ କେବେ ପଛକୁ ଚାହିଁ ଦେଖିନଥିଲେ । ବନ୍ଧୁଗଣ ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଏକ ଇଣ୍ଟର୍ବ୍ୟୁରେ ସେ ନିଜ ଜୀବନ ସହ ଜଡିତ କିଛି ରହସ୍ୟ ପୂର୍ଣ୍ଣ କଥା ବିଷୟରେ ଖୁଲାସା କରିଥିଲେ । ଖେସରି ସେହି ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ସେ ପ୍ରଥମେ ବିହାରର ଛପରା ସହରରେ କ୍ଷୀର ବିକ୍ରି କରୁଥିଲେ । ଏହାପରେ ସେ ନିଜ ପତ୍ନୀଙ୍କ ସହ ଏକ ଲିଟି-ଚୋଖାର ଦୋକାନ ମଧ୍ୟ ଖୋଲିଥିଲେ ।
ସେ ଦୋକାନ ଚଲେଇବା ସହ କେତେକ କାର୍ଯ୍ୟ କ୍ରମରେ ଯାଇ ଗୀତ ଗାଉଥିଲେ । ସେହି ସମୟରେ ଖେସରିଙ୍କ ସିଲେକ୍ସନ ବିଏସେଏଫରେ ହୋଇଯାଇଥିଲା । ସେହି ସମୟରେ ତାଙ୍କ ପରିବାର ଲୋକ ନିଜ ପୁଅର ଚାକିରି ପାଇଁ ମିଠା ବାଣ୍ଟିଥିଲେ ହେଲେ ଖେସରିଙ୍କ ମନ ନାଚ ଗୀତ ଓ ଅଭିନୟରେ ଥିଲା ସେ ଏହି ଚାକିରି କରିବାକୁ ଚାହୁଁ ନଥିଲେ । ସେ କିଛି ସମୟ ପର୍ଯ୍ୟନ୍ତ ବିଏସଏଫରେ ଚାକିରି କରିଥିଲେ ହେଲେ ପରେ ସେ ସେହି ଚାକିରିରୁ ଇସ୍ତଫା ଦେଇଥିଲେ । ଏହାପରେ ଖେସରି ନିଜ ପ୍ରଥମ ଆଲବମ ପାଇଁ ଦିନ ରାତି କଷ୍ଟ କରିଥିଲେ ।
ସେ ୧୨ ହଜାର ଟଙ୍କା ଜମା କରେଇ ନିଜ ଆଲବମ ବାହାର କରିଥିଲେ । ତାଙ୍କର ପ୍ରଥମ ଆଲବମ ‘ମାଲ ଭେଟାଇ ମେଲା’ ଯେବେ ଆସିଲା ସେତେବେଳେ ସେହି ଆଲବମଟିକୁ ଲୋକମାନେ ବହୁତ ପସନ୍ଦ କରିଲେ ଓ ସେହି ଆଲବମରୁ ଖେସରି ଫେମସ ମଧ୍ୟ ହୋଇଗଲେ । ଏହାପରେ ସେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ହାସଲ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଖେସରି ଲାଲଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ