ବିନା ବିବାହରେ ହିଁ ମାତା-ପିତା ହେଇ ଯାଇଥିଲେ Bollywood ର ଏହି ୫ ଜଣ ଷ୍ଟାର, ନମ୍ବର ୫ ଙ୍କ ନାଁ ଜାଣି ଆପଣ ଚମକି ପଡିବେ- Bollywood News

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ମାନଙ୍କୁ ବାପା ମା ହେବାର ଇଛା ରହିଥାଏ । ଏଣିକି ସେମାନେ ସାଧାରଣ ମଣିଷ ହୁଅନ୍ତୁ ବା ସେଲିବ୍ରେଟି । ଯେତେବେଳେ କୌଣସି ମଣିଷର ଜୀବନରେ ଏକ ସନ୍ତାନ ଆସିଥାଏ ସେତେବେଳେ ତାର ଜୀବନ ଖୁସିରେ ଭରି ଉଠିଥାଏ ।

ସାଧାରଣତଃ ସମସ୍ତ ମଣିଷ ବିବାହ କରିବା ପରେ ମା ବାପା ହେବାର ଇଛା ରଖିଥାନ୍ତି ହେଲେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ବିବାହ ନକରି ମା ବାପା ହୋଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବିବାହ ନକରି ମା ବାପା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ କଳାକାର ମାନଙ୍କ ବିଷୟରେ ।

ମାହି ଗିଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାହି ଗିଲ । ଆପଣ ମାନେ ସମସ୍ତେ ମାହିଙ୍କୁ ଅନେକ ବଲିଉଡ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କିଛି ମାସ ପୂର୍ବରୁ ମାହି ଏକ ବଡ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥିଲେ । ମାହି କହିଥିଲେ, ତାଙ୍କର ଏକ ଅଢେଇ ବର୍ଷର ଝିଅ ଅଛି । ବିବାହ ନକରି ମାହି ମା ହୋଇଯାଇଥିଲେ । ବର୍ତ୍ତମାନ ମଧ୍ୟ ମାହି କୁଆଁରୀ ଅଛନ୍ତି ହେଲେ ଆଗାମୀ ସମୟରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ବିବାହ କରିପାରନ୍ତି ।

ତୁଷାର କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ତୁଷାର କପୁର । ତୁଷାର କପୁର ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତୁଷାର କପୁର ବିବାହ ନକରି ବାପା ହୋଇଯାଇଛନ୍ତି । ତାଙ୍କର ଲକ୍ଷ ନାମକ ଏକ ଛୋଟ ପୁଅ ଅଛି । ଲକ୍ଷର ଜନ୍ମ ସେରୋଗେସୀ ଦ୍ଵାରା ହୋଇଥିଲା । ତୁଷାର ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ହେଲେ ସେ ନିଜ ପୁଅ ସହ ବହୁତ ଖୁସିରେ ରହୁଛନ୍ତି ।

ଏକତା କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଏକତା କପୁର । ଏକତା କପୁର ହେଉଛନ୍ତି ଜଣେ ଫିଲ୍ମ ମେକର । ନିଜ ଭାଇ ତୁଷାରଙ୍କ ପରି ଏକତା ମଧ୍ୟ ବିନା ବିବାହର ମ ହୋଇଛନ୍ତି  । ଏକତା ମଧ୍ୟ ସରୋଗେସୀ ଦ୍ଵାରା ଏକ ପୁତ୍ର ସନ୍ତାନର ମା ହୋଇଛନ୍ତି । ତାଙ୍କ ପୁଅର ନାମ ହେଉଛି ରବି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଆଜି ପର୍ଯ୍ୟନ୍ତ ଏକତା ମିଡିଆ ସାମ୍ନାରେ ନିଜ ପୁଅର ମୁହଁ ଦେଖାଇ ନାହାନ୍ତି ।

କରନ ଜୋହାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଫିଲ୍ମ ମେକର କରନ ଜୋହାର । କରନ ମଧ୍ୟ ବିବାହ ନକରି ସିଙ୍ଗଲ ପ୍ଯାରେଣ୍ଟ ହୋଇଛନ୍ତି । ସରୋଗେସୀ ଦ୍ଵାରା ସେ ଦୁଇଟି ଜୁଡୁବା ଛୁଆଙ୍କ ବାପା ହୋଇଛନ୍ତି । ତାଙ୍କର ପୁଅର ନାମ ହେଉଛି ୟଶ ଓ ଝିଅର ନାମ ହେଉଛି ରୁହି । ସେ ନିଜର ଦୁଇ ଛୁଆଙ୍କର ଧ୍ୟାନ ବହୁତ ଭଲ ଭାବରେ ରଖନ୍ତି ।

ନୀନା ଗୁପ୍ତା- ପୁରୁଣା ଜମାନାର ଅଭିନେତ୍ରୀ ନୀନା ଗୁପ୍ତା 1989 ରେ ମସାବା ଗୁପ୍ତା ନାମକ ଏକ ଝିଅକୁ ଜନ୍ମ ଦେଇଥିଲେ । ନୀନା ସେତେବେଳେ ବିବାହିତ ନଥିଲେ। ଯଦିଓ ତାଙ୍କର ପ୍ରେମ ସମ୍ପର୍କ ପ୍ରସିଦ୍ଧ କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କ ସହିତ ଚାଲୁଥିଲା । ଏପରି ପରିସ୍ଥିତିରେ, ମସାବା ନୀନା ଏବଂ ରିଚାର୍ଡଙ୍କ ଝିଅ ଅଟନ୍ତି । ବର୍ତ୍ତମାନ ମସାବା ଜଣେ ଫ୍ୟାଶନ୍ ଡିଜାଇନର୍ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *