ହିନ୍ଦୀ ସିନେମାର ଦିଗଜ ଅଭିନେତା ଜିତେନ୍ଦ୍ର ଓ ଶୋଭା କପୁରଙ୍କ ଝିଅ ଏବଂ ଅଭିନେତା ତୁଷାର କପୁରଙ୍କ ଭଉଣୀ ଏକତା କପୁର ଏବେ ତାଙ୍କ ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ସେ ୭ ଜୁନ୍ ୧୮୭୫ ମସିହାରେ ମୁମ୍ବାଇରେ ଜନ୍ମ ହୋଇଥିଲେ ।
ଏକତା ଜଣେ ସଫଳ ପ୍ରଯୋଜକ ଓ ନିର୍ଦ୍ଦେଶକ ମଧ୍ୟ । ଏକତା ଛୋଟ ପରଦାରେ ଅନେକ ଗୁଡ଼ିଏ ଧାରାବାହିକ ପ୍ରଯୋଜନା କରିଛନ୍ତି । ତେବେ ଏକତା ଗୋଟିଏ ସନ୍ତାନର ମା ହେବା ସହ ଏବେ ପର୍ଯ୍ୟନ୍ତ ମଧ୍ୟ ବିବାହ କରି ନାହାଁନ୍ତି । ଏକତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର କୁଇନ୍ ବୋଲି କୁହାଯାଏ । ଏଥିରୁ ଆପଣ ତାଙ୍କର ସଫଳତାର ଅନ୍ଦାଜ ଲଗାଇ ପାରୁଥିବେ । ଜଣାଇ ରଖୁଛୁ ଯେ ଏକତା ନିଜ ଲମ୍ବା କ୍ୟାରିଅରରେ ଏ ପର୍ଯ୍ୟନ୍ତ ୧୩୦ ରୁ ଅଧିକ ଧାରାବାହିକ ପ୍ରଯୋଜନା କରି ସାରିଛନ୍ତି ।
ଏହା ତାଙ୍କ ପାଇଁ ଏକ ରେକର୍ଡ ଅଟେ । ଟିଭି ଇଣ୍ଡଷ୍ଟ୍ରି କଥା ଉଠିଲେ ଏକତା କପୁରଙ୍କ ନାମ ସବୁଠୁ ଆଗେ ନିଆଯାଏ । ଏକତା ଯେତେବେଳେ ମାତ୍ର ୧୫ ବର୍ଷର ଥିଲେ ସେବେ ଠାରୁ ସେ ନିଜ କ୍ୟାରିଅର ଆରମ୍ଭ କରି ଦେଇଥିଲେ । ଏତେ ଛୋଟ ବୟସରୁ ଏକତା ଜଣେ ଇଣ୍ଟର୍ଣ୍ଣ ଭାବେ କାମ କରିବା ଆରମ୍ଭ କରି ଦେଇଥିଲେ । ଆଗକୁ ଯାଇ ସେ ଟିଭି ଦୁନିଆରେ ପାଦ ଦେଇଥିଲେ ଓ ଗୋଟିଏ ପରେ ଗୋଟିଏ ହିଟ୍ ଟିଭି ଧାରାବାହିକ ପ୍ରଯୋଜନା କରି ଟିଭିର କୁଇନ ହୋଇ ଯାଇଥିଲେ ।
ଏକତା କପୁରଙ୍କ ପ୍ରଯୋଜିତ ଧାରାବାହିକ ହମ୍ ପାଞ୍ଚ୍, କ୍ୟୁଁକି ସାସ୍ ଭି କଭି ବହୁ ଥି, କହାନୀ ଘର୍ ଘର୍ କି, କହିଁ କିମି ରୋଜ୍, କସୈାଟି ଜିନ୍ଦେଗୀ କି, କହିଁ ତୋ ଯୋଗାଇ, କସମ୍ ସେ, ପବିତ୍ର ରିସ୍ତା, ବଡେ ଅଛେ ଲଗତେ ହେ, ଯୋଦ୍ଧା ଆକବର, ନାହିଁ, କୁମ୍ କୁମ୍ ଭାଗ୍ୟ ଓ କୁଣ୍ଡଳୀ ଭାଗ୍ୟ ପରି ଅନେକ ଧାରାବାହିକ ଦ୍ଵାରା ଦର୍ଶକଙ୍କ ହୃଦୟରେ ରାଜ୍ କରି ପାରିଛନ୍ତି । ସେ ଏବେ ମଧ୍ୟ ଅନେକ ଲୋକପ୍ରିୟ ଧାରାବାହିକ ପ୍ରଯୋଜନା କରୁଛନ୍ତି ।
ଘରେ ଆରମ୍ଭରୁ ହିଁ ଫିଲ୍ମି ମାହୋଲ ଥିବାରୁ ଏକତା କପୁରଙ୍କ ଦୃଷ୍ଟି ସର୍ବଦା ଫିଲ୍ମ ଦୁନିଆ ପ୍ରତି ରହିଥିଲା । ନିଜର କଠିନ ପରିଶ୍ରମ ଓ ନିଷ୍ଠା ହେତୁ ଆଜି ଏକତାଙ୍କୁ ଟିଭି କୁଇନ ନାମରେ ସାରା ଦେଶ ଜାଣିଛି । ଜଣେ ଇଣ୍ଟର୍ଣ୍ଣ ଭାବେ କାମ କରିବା ପରେ ୨୦୦୧ ମସିହାରେ ଏକତା ଫିଲ୍ମ ଇଣ୍ଡଷ୍ଟ୍ରି ରେ କ୍ୟୁଁ କି ମେଁ ଝୁଟ୍ ନେହି ବୋଲତା, କୁଛ ତୋ ହେ ଓ କ୍ରିଷ୍ଣା କଟେଜ ପରି ଫିଲ୍ମ ନିର୍ମାଣ କରିଥିଲେ । ତା ପରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ ଯାଦୁ ଦେଖାଇବାରେ ସଫଳ ହୋଇଥିଲେ । ତା ପରେ ସମୟ ସହ ସେ ଡିଜିଟାଲ ଆପ୍ସ ଅଲ୍ଟ ବାଲାଜୀରେ ୱେବ୍ ସିରିଜ୍ ରେ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରି ଦେଇଥିଲେ ।
୪୬ ବର୍ଷର ହୋଇଥିଲେ ମଧ୍ୟ କଣ ପାଇଁ ବିବାହ କରୁ ନାହାଁନ୍ତି ବୋଲି ସମସ୍ତେ ତାଙ୍କୁ ସାକ୍ଷାତକାରରେ ପ୍ରଶ୍ନ ପଚାରିଥାନ୍ତି । ତେବେ ଥରେ ସେ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ ବିବାହର ସବୁଠୁ ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଏହା ମନୁଷ୍ୟକୁ ଧୈର୍ଯ୍ୟହୀନ କରି ଦିଏ । ଆଉ ତାଙ୍କ ଠାରେ ଧୈର୍ଯ୍ୟର ଅଭାବ ବହୁତ ଅଛି । ସେଥିପାଇଁ ସେ ବିବାହ କରି ନାହାଁନ୍ତି । ତେବେ ବିବାହ ନ କରିଥିଲେ ମଧ୍ୟ ସେ ଗୋଟିଏ ପୁତ୍ର ସନ୍ତାନ ରବି କପୁରଙ୍କ ମା ଅଟନ୍ତି । ତାଙ୍କର ଜନ୍ମ ୨୦୧୯ ମସିହାରେ ସରୋଗେଶି ମାଧ୍ୟମରେ ହୋଇଥିଲା ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ