ନମସ୍କାର ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ବର୍ତ୍ତମାନ ସମୟରେ କରୋନା ଟାଇମ ଚାଲୁଥିବାରୁ ପ୍ରାୟ ସମସ୍ତେ ବର୍ତ୍ତମାନ ଘରେ ରହିଛନ୍ତି । ଅଭିନେତା ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ପ୍ରାୟ ସମୟ ଆକ୍ଟିଭ ରହୁଛନ୍ତି ଓ ନିଜ ଫ୍ୟାନ୍ସ ମାନଙ୍କ ସହ ଯୋଡି ହେଉଛନ୍ତି । ଆପଣ ମାନେ ତ ଓଡିଆ ସିରିଏଲ ତୁ ମୋ ଜୀବନ ସାଥି ନିଶ୍ଚୟ ଦେଖୁଥିବେ । ତେବେ ଏହି ସିରିଏଲ ଟି ବର୍ତ୍ତମାନ ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇ ପାରିଛି । ଏଥିରେ ନାୟକ ଭୂମିକାରେ ଆଦି ଅଛନ୍ତି ଯାହାଙ୍କ ରିଅଲ ନାମ ଅମର ଅଟେ ଓ ନାୟିକା ଭୂମିକାରେ ଭକ୍ତି ଅଛନ୍ତି ଯାହାଙ୍କ ରିଅଲ ନାମ ଜେସି ସାମଲ ଅଟେ ।
ସିରିଏଲ ରେ ଏମାନଙ୍କ ଯୋଡିକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ଓ ଢେର ସାରା ଭଲ ପାଇବା ଦେଇଛନ୍ତି । ଏମାନେ ନିଜର ଦମଦାର ଅଭିନୟ ପାଇଁ ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଆଦି ଓ ଭକ୍ତି ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ।
ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଜେସୀ ସାମଲ । ସେ ନିଜର ଏକ ଲାଇଭ ଭିଡିଓ ସମୟରେ ନିଜ ଫ୍ୟାନ୍ସ ମାନଙ୍କ ସହ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ସେ ନିଜ ଫ୍ୟାନ୍ସ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଉଥିବାର ନଜର ଆସୁଛନ୍ତି ।
ଜଣେ ୟୁଜର ପଚାରିଛନ୍ତି କି ଆପଣ ମ୍ୟାରେଜ କେବେ କରିବେ ଅମର ଙ୍କ ସହ । ଏହାର ଉତ୍ତର ରେ ସେ କହିଛନ୍ତି କି ନା’ ମୁଁ ଅମର ଙ୍କ ସହ ବିବାହ କରୁ ନାହିଁ । ତେବେ ଆଉ ଜଣେ ୟୁଜର ପଚାରିଛନ୍ତି କି ତୁମର ରିଅଲ ଜୀବନ ସାଥି କିଏ ? ତେବେ ସେ ଏହାର ଉତ୍ତରରେ କହିଛନ୍ତି ବହୁତ ସ୍ପେଶାଲ ଜଣେ ଅଛନ୍ତି ।
ବାହାଘର ହେଲେ ଜାଣି ପାରିବେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେଉଛି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଜେସୀ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ