ବଲିଉଡ ର ଲୋକପ୍ରିୟ ଗାୟକମାନଙ୍କ ନାଁ ନେଲେ ସେଇଥିରେ ଅତି ପ୍ରସିଦ୍ଧ ବେଶ ଚର୍ଚ୍ଚିତ ଗାୟକ କୁମାର ସାନୁ ଙ୍କ ନାଁ ମଧ୍ୟ ଆସିଥାଏ । ସେ ନିଜର ଗୀତ ରେ ପୁରା ଦୁନିଆ କୁ ନିଜର ଦିୱାନା ବନେଇ ଦେଇଛନ୍ତି ।
ସେ ୯୦ ମସିହା ରେ ବହୁତ ହିଟ ଗୀତ ଲୋକଙ୍କୁ ଭେଟ ଦେଇଥିଲେ କହିବାକୁ ଗଲେ ସେତେବେଳେ ବଲିଉଡ ରେ ସାନୁଙ୍କର ରାଜ ଚାଲିଥିଲା । ସାନୁ ବିଶେଷ ରୋମାଣ୍ଟିକ ଗୀତ ପାଇଁ ବହୁତ ପ୍ରସିଦ୍ଧ । ସେ ଅନେକ ଫିଲ୍ମ ରେ ନିଜର ସୁରିଲା ଆବାଜ ରେ ଲୋକଙ୍କ ମନ କିଣି ନେଇଛନ୍ତି । ସାନୁ ନିଜର ପେସା ଓ ବ୍ୟବାହିକ ଜୀବନରେ ଖୁସି ଅଛନ୍ତି । କୁମାର ସାନୁ ୨୦ ଅକ୍ଟୋବର ୧୯୫୭ ରେ ପଶ୍ଚିମ ବଙ୍ଗଳା ର ରାଜଧାନୀ କଲିକତା ଠାରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରକୃତ ନାମ ହେଲା କେଦାରନାଥ ଭଟାଚାରର୍ଯ୍ୟ ।
ବଲିଉଡ ରେ ପ୍ରଵେଶ କରିବା ପରେ ସେ ନିଜ ନାଁ ବଦଲାଇଦେଇଥିଲା କେଦାରନାଥ ରୁ କୁମାର ସାନୁ କରିଥିଲେ । ସେ ୧୯୮୦ ରେ ରିତା ଭଟଚାର୍ଯ୍ୟ ଙ୍କୁ ବିବାହ କରିଥିଲେ । ନିଜ କ୍ୟାରିୟର କରିବାକୁ ସେ ପତ୍ନୀଙ୍କ ସହ ମୁମ୍ବାଇ ଆସିଥିଲେ, ସେଇଠି ତାଙ୍କର ୨ ଟି ପୁଅ ଜନ୍ମ ହୋଇଥିଲେ ‘ଜାକୋ’ଓ ‘ଜାନ’ । ଏହା ପରେ ଅଭିନେତ୍ରୀ କୁନିକା ଲାଲ ଙ୍କ ସହ ସାନୁ ଙ୍କ ନାମ ଚର୍ଚ୍ଚା କୁ ଆସିଥିଲା ।
୨ ଜଣ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା, ନିଜ ସ୍ୱାମୀ ଙ୍କ ପ୍ରେମ ସମ୍ପର୍କ ଦେଖି ପତ୍ନୀ ରିତା ବହୁତ ଭାଙ୍ଗିପଡିଥିଲେ । ଏହା ୧୯୯୩ ରେ ହୋଇଥିଲା । କୁନିକା ଲାଲ ବଲିଉଡରେ ବେଶି ନାଁ କରି ପାରି ନଥିଲେ । କୁନିକା ଲାଲ ଓ କୁମାର ସାନୁ ଙ୍କ ସମ୍ପର୍କ ବେଶି ଦିନ ଚାଲି ନଥିଲା । ଏହା ପରେ ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପରେ ‘ଜୁର୍ମ’ ଫିଲ୍ମର ପ୍ରିମିୟର ରେ ଅଭିନେତ୍ରୀ ମିନକ୍ଷୀ ସେଶ୍ରାଦୀ ଙ୍କ ସହ କୁମାର ସାନୁ ଙ୍କ ର ପ୍ରଥମ ଦେଖା ହୋଇଥିଲା ।
ସାନୁ ସେ ଫିଲ୍ମରେ ‘ଜବ କୋଈ ବାତ ବିଗଡ ଯାଏ’ ଏହି ଗୀତ ରେ କଣ୍ଠଦାନ କରିଥିଲେ । ସାନୁ ଙ୍କୁ ପ୍ରଥମ ନଜର ରେ ମିନକ୍ଷୀ ଙ୍କ ସହ ପ୍ରେମ ହୋଇଯାଇଥିଲା, କିନ୍ତୁ ମିନକ୍ଷୀ ଙ୍କୁ ପ୍ରେମ ହୋଇ ନଥିଲା ପରେ ଦୁହେଁ ପାଖା ପାଖି ଆସିଥିଲେ, ପାଖା ପାଖି ଆସିବାରୁ ମିନାକ୍ଷୀ ମଧ୍ୟ ସାନୁ ଙ୍କୁ ପ୍ରେମ କରିଥିଲେ । ଏହା ଦେଖି ରିତା ସାନୁ ଙ୍କୁ ଛାଡପତ୍ର ଦେଇ ପୁଅ ଙ୍କୁ ନେଇ ଚାଲି ଯାଇଥିଲେ ।
ଏହା ପରେ ମିନାକ୍ଷୀ ଓ ସାନୁ ଙ୍କ ର ବ୍ରେକଅପ ହୋଇଯାଇଥିଲା । ଏକ ଇଣ୍ଟରଭିଉ ରେ ସାନୁ ଙ୍କ ସ୍ତ୍ରୀ ରିତା କହିଥିଲେ କି ସାନୁ ଙ୍କର ବହୁତ ଗ୍ରାଲଫ୍ରେଣ୍ଡ ଅଛନ୍ତି । ସେଇଠି ସାନୁ ସ୍ୱୀକାର କରିଥିଲେ ମିନାକ୍ଷୀ ଙ୍କୁ ସେ ଭଲ ପାଆନ୍ତି ବୋଲି । ୧ ବିବାହ ଓ ୨ ଟି ପ୍ରେମ ସମ୍ପର୍କ ପରେ ସାନୁ ସଲୋନୀ ଭଟଚାର୍ଯ୍ୟ ଙ୍କୁ ବିବାହ କରିଥିଲେ ଓ ତାଙ୍କର ୨ଟି ଝିଅ ‘ଶେନନ’ ଓ ‘ଏନ’ । ସେ ଏବେ ଲଣ୍ଡନରେ ରହୁଛନ୍ତି । ଶେନନ ବର୍ତ୍ତମାନ ବାପାଙ୍କ ଚଲାପଥ ରେ ଚାଲିବା ଆରମ୍ଭ। କରି ଦେଲେଣି ଏହା କହିବାର କାରଣ ହେଉଛି କି ୨୦୧୪ରେ ସେ ନିଜର ମ୍ୟୁଜିକ ଆଲବମ କରିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ