କରୋନା କାଳରେ ତପୁ ମିଶ୍ରଙ୍କ ଘରକୁ ଆସିଲା ଏକ ବଡ ଦୁଃଖ ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଦେଶରେ ବ୍ୟାପିଥିବା କୋରନା ମହାମାରୀ ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।

ଏହି ମହାମାରୀ ଦିନକୁ ଦିନ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ରେ ଲୋକ ମାନେ ସଂକ୍ରମିତ ହେଉଛନ୍ତି ଏବଂ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ମହାମାରୀ ର ଦ୍ଵିତୀୟ ଲହର ଦେଶରେ ଭୟଙ୍କର ମାତ୍ରାରେ ବ୍ୟାପିଛି । ଲୋକ ମାନେ ପୋକ ମାଛି ଭଳି ମୃ-ତ୍ୟୁ ବରଣ କରୁଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ କଳାକାର ମଧ୍ୟ ଏହି ମହାମାରୀ ରେ ପୀଡ଼ିତ ହୋଇଥିଲେ ଏବଂ ମୃ-ତ୍ୟ ବରଣ କରିଥିଲେ । ସେହିପରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଏହି ମହାମାରୀ ର ଶିକାର ଅନେକ କଳାକାର ହୋଇଛନ୍ତି । ବିଗତ ବର୍ଷ ଶ୍ରିତମ ଦାସ ଙ୍କ ଠାରୁ ନେଇ ଓଲିଉଡ ର ଅନେକ କଳାକାର ଏହି ମହାମାରୀ ରେ ପୀଡ଼ିତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖ ଖବର ସାମ୍ନା କୁ ଆସିଛି ।

ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ କଣ୍ଠଶିଳ୍ପୀ ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅସୁସ୍ଥତା ସମ୍ବନ୍ଧରେ ଜାଣି ସମସ୍ତ ଓଲିଉଡ କଳାକାର ଙ୍କ ମଧ୍ୟରେ ଦୁଃଖ ର ଲହର ସୃଷ୍ଟି ହୋଇଛି । ଗତ ୨ ବର୍ଷ ତଳେ କଣ୍ଠଶିଳ୍ପୀ ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ଜୀବନ ରେ ସବୁକିଛି ଠିକ ଚାଲୁଥିବା ବେଳେ ହଠାତ ଆସିଗଲା ଦୁଃଖ ର ଛାୟା ।

ମେ ମାସ ପ୍ରଥମ ସପ୍ତାହ ରେ ତପୁ ଙ୍କ ପିତା କୋଭିଡ଼ ରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ ମାସ ୧୦ ତାରିଖ ଦିନ ତାଙ୍କ ଦେହାନ୍ତ ର ଖବର ଘରକୁ ମିଳିଥିଲା । ପିତା ଙ୍କ ମୃ-ତ୍ୟୁ ରେ ତପୁ ଭାଂଗି ପଡ଼ିଥିଲେ । ପରେ ତାଙ୍କ ଦେହ ମଧ୍ୟ ଅସୁସ୍ଥ ହୋଇଥିଲା । କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ମେ ୧୯ ତାରିଖ ସନ୍ଧ୍ୟା ରେ ନିଶ୍ୱାସ ନେବାରେ ଅସୁବିଧା ଦେଖା ଯାଇଥିଲା ଓ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଥିଲା ।

ତପୁ ଙ୍କ ଆରୋଗ୍ୟ କାମନା ନିମନ୍ତେ ସମସ୍ତ ଓଲିଉଡ କଳାକାର ପ୍ରାର୍ଥନା କରିଥିଲେ ଓ ତାଙ୍କୁ ଫେସବୁକ ରେ ଟ୍ୟାଗ କରି ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଦୁଇ ଦିନ ପରେ ଆଜି ତପୁ ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ଭଲ ଖବର ଆସିଛି । ଗଣ ମାଧ୍ୟମରେ ତପୁ ଙ୍କ ଜଣେ ସମ୍ପର୍କୀୟ କହିଥିଲେ ଯେ ତପୁ ଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି ଏବଂ ଅକ୍ସିଜେନ ଲେବଲ ମଧ୍ୟ ଠିକ ରହିଛି । ତପୁ ମିଶ୍ର ଙ୍କ ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ଆମ ତରଫରୁ ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *