ବନ୍ଧୁଗଣ ବର୍ତ୍ତମାନ କରୋନା ସ୍ଥିତି ଦେଶରେ ଜଟିଳ ହେବାରେ ଲାଗିଛି । ଏମିତିରେ ପ୍ରତ୍ଯେକ ଦିନ କିଛି ନା କିଛି ଖରାପ ଖବର ଶୁଣିବା ପାଇଁ ମିଳି ଯାଉଛି । ବଲିଉଡ ହେଉ ବା ଓଲିଉଡ ନୀତିଦିନ କିଛି ନା ଖରାପ ଖବର ଆସି ଯାଉଛି ।
ସେହିପରି ଗତ ୨ ଦିନ ତଳେ ଏକ ଖବର ଆସି ପହଞ୍ଚିଥିଲା କି ଓଡିଆ ସିଙ୍ଗର ତପୁ ମିଶ୍ର ICU ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରା ଯାଇଥିଲା । ସେ କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ ରେ ଭର୍ତ୍ତି କରା ଯାଇଥିଲା । ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ କରି ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ଅକରିଥିଲେ ।
ଏମିତିରେ ବର୍ତ୍ତମାନ ତାଙ୍କର ସମସ୍ତ ପ୍ରଶଂସକ ଏହି କଥା ଅଜାଣିବା ପାଇଁ ଚାହୁଞ୍ଚନ୍ତି କି ସେ ବର୍ତ୍ତମାନ କିପରି ଅଛନ୍ତି ? ତାଙ୍କ ସ୍ବାସ୍ଥ୍ୟବସ୍ଥା କିଅପରି ରହିଛି । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଆପଣଙ୍କୁ କହି ଦେଉଛୁ କି ସୂଚନା ଅନୁସାରେ ବର୍ତ୍ତମାନ ତପୁ ମିଶ୍ର ବିଲକୁଲ ଭଲ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ।
ତାଙ୍କ ଶରୀରରେ ଅକ୍ସିଜେନ ଲେବଲ ରେ ସୁଧାର ଆସୁଛି ଓ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯଦି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଏହି ପରି ଉନ୍ନତି ଆସେ ତେବେ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ । ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ଙ୍କ ସହ ପରିବାର ଲୋକ ମଧ୍ୟ ଖୁସି ହୋଇ ଯାଇଛନ୍ତି ।
ତପୁ ମିଶ୍ର ଓଡିଶାର ଜଣେ ଆଗ ଧାଡିର କଣ୍ଠ ଶିଳ୍ପୀ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ ।
ଏହା ଆଶା କରୁଛୁ ଯେ ଓଲିଉଡ ଗାୟିକା ତପୁ ମିଶ୍ର ଖୁବ ଶୀଘ୍ର ସୁସ୍ଥ ହୋଇ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ । ଏହା ସହିତ ତାଙ୍କର ସୁନ୍ଦର କଣ୍ଠ ରେ ନୂଆ ନୂଆ ଓଡ଼ିଆ ସଙ୍ଗୀତ ଦ୍ୱାରା ସମସ୍ତ ଦର୍ଶକ ଙ୍କ ପୁଣିଥରେ ମନୋରଞ୍ଜନ କରନ୍ତୁ । ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ