ଶାଶୂଘରେ କେମିତି ଅଛନ୍ତି ନବ ବିବାହିତା ହିରୋଇନ୍ ଜାଙ୍କଲିନ୍ (Janklin)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ।

ଜ୍ୟାଙ୍କଲୀନ ଟିଭି ଇଣ୍ଡଷ୍ଟ୍ରୀ ରେ ପ୍ରଥମ ଥର ପାଇଁ ରିଆଲିଟି ସୋ ରଜ କୁଇନ ମାଧ୍ୟମରେ ପାଦ ରଖିଥିଲେ ଏବଂ ୨୦୧୬ ମସିହାରେ ସେ ରଜ କୁଇନ ସୋ ର ବିଜେତା ମଧ୍ୟ ହୋଇଥିଲେ । ଏହାପରେ ତାଙ୍କୁ ଅନେକ ଓଡ଼ିଆ ଟିଭି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା । “ମୋ ଜେଜେମା” ସିରିଆଲ ରେ ତାଙ୍କୁ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ “ହେ ପ୍ରଭୁ” ଦେଖିବାକୁ ମିଳୁଛି ।

ଜ୍ୟାଙ୍କଲୀନ ନିଜ ଅଭିନୟ ଓ ସୁନ୍ଦରତା ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛନ୍ତି । ତେବେ ବିଗତ ୨୧ ତାରିଖ ଦିନ ଜ୍ୟାଙ୍କଲୀନ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ସମସ୍ତ ଦର୍ଶକ ଙ୍କ ମନରେ ଏହା ପ୍ରଶ୍ନ ଉଠିଛି ଯେ ଜ୍ୟାଙ୍କଲୀନ ବିବାହ ପରେ ନିଜ ଶାଶୂଘରେ କିପରି ଅଛନ୍ତି ଏବଂ କଣ କରୁଛନ୍ତି? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଆପଣଙ୍କ ପ୍ରିୟ ଯୋଡ଼ି ଅଭିନେତ୍ରୀ ଜ୍ୟାଙ୍କଲୀନ ଓ ଅଭିନେତା ଅରବିନ୍ଦ ଙ୍କୁ ଏକାଠି ‘ମୋ ଜେଜେମା’ ସିରିଆଲ ରେ ଦେଖିବାକୁ ମିଳିଥିଲା । ଏହି ସିରିଆଲ ମାଧ୍ୟମ ରୁ ହିଁ ଉଭୟ ପରସ୍ପର କୁ ଭଲ ପାଇ ବସିଥିଲେ । ଏହାର ପରବର୍ତ୍ତୀ ସମୟ ରେ ଉଭୟ ନିଜର ପରିବାର ର ସହମତି ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଗତ ୨୧ ତାରିଖ ଦିନ ଏହି ଯୋଡ଼ି ପରସ୍ପର ଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡିଆ ରେ ବର୍ତ୍ତମାନ ଏହି ଯୋଡ଼ି ଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ଜ୍ୟାଙ୍କଲୀନ ଙ୍କ ଶାଶୂଘରେ ଥିବା ମଧ୍ୟ କିଛି ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।

ଆପଣ ମାନେ ସେହି ଫଟୋ ଗୁଡିକୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ତେବେ ଜ୍ୟାଙ୍କଲୀନ ଓ ଅରବିନ୍ଦ ଙ୍କ ଫଟୋ ଦେଖି ଏହା ସ୍ପଷ୍ଟ ଜଣା ପଡୁଛି ଯେ ଉଭୟ ପରସ୍ପର ଙ୍କୁ ଖୁବ ଭଲ ପାଉଛନ୍ତି ଏବଂ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ନିଜ ଶାଶୂଘରେ ବହୁତ ଖୁସି ରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *