ଏହି ସବୁ ମହାନ ବ୍ୟକ୍ତିଙ୍କ ଉପରେ ତିଆରି ହୋଇଥିଲା ସୁପରହିଟ ଫିଲ୍ମ, ବାୟୋପିକ ବଦଳରେ କିଏ ନେଇଥିଲେ କେତେ ଟଙ୍କା, ଧୋନୀ ନେଇଥିଲେ ସବୁଠୁ ଅଧିକ ଟଙ୍କା

ଆପଣ ମାନେ ବଲିଉଡର ବିଭିନ୍ନ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଫିଲ୍ମ ରହିଛି ଯାହା ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ।

ଏହି ଫିଲ୍ମ ଗୁଡିକ କେତେକ ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ଆଧାରିତ ହୋଇଛି । ବନ୍ଧୁଗଣ ଏହି ଫିଲ୍ମ ଗୁଡିକୁ କରିବା ପାଇଁ ସେହି ବ୍ୟକ୍ତିକୁ ଏକ ନିର୍ଧାରିତ ଟଙ୍କା ମଧ୍ୟ ମିଳିଥାଏ । ଆପଣ ମାନେ ମଧ୍ୟ ନିଶ୍ଚୟ ଏହି ବ୍ୟକ୍ତିଙ୍କର ଜୀବନ ସହ ଆଧାରିତ କେତେକ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆମ ବଲିଉଡର କେତେକ ଦିଗଜ ଅଭିନେତା ମାନେ ଏହି ହସ୍ତୀ ମାନଙ୍କର ଭୂମିକାରେ ନଜର ଆସିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ହସ୍ତୀ ମାନଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଫିଲ୍ମ ଗୁଡିକ ବିଷୟରେ ।

ମହାବୀର ସିଂହ ଫୋଗାଟ-ଦଙ୍ଗଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସୁପର ହିଟ ଫିଲ୍ମ ‘ଦଙ୍ଗଲ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବଲିଉଡର ସୁପର ଷ୍ଟାର ଆମିର ଖାନ । ଏହି ଫିଲ୍ମଟିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଟଙ୍କା ଅର୍ଜନ କରିଥିଲା । ଏହି ଫିଲ୍ମଟି ମହାବୀର ସିଂହ ଫୋଗାଟ ଓ ତାଙ୍କ ପରିବାର ଉପରେ ଆଧାରିତ ହୋଇଛି । ଏହି ବାୟୋପିକ ବଦଳରେ ମହାବୀରଙ୍କୁ ୮୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ସଞ୍ଜୟ ଦତ୍ତ-ସଞ୍ଜୁ


ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ବଲିଉଡର ସୁପର ହିଟ ଫିଲ୍ମ ‘ସଞ୍ଜୁ’ । ଏହି ଫିଲ୍ମଟି ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଅଲ ଲାଇଫ ଉପରେ ଆଧାରିତ ହୋଇଛି ଓ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ରଣବିର କପୁର ନଜର ଆସିଛନ୍ତି । ବନ୍ଧୁଗଣ ଏହି ଫିଲ୍ମଟି ବକ୍ସ ଅଫିସରେ ୪୩୯ କୋଟି ଟଙ୍କା ଅର୍ଜନ କରିଛି । ଏହି ଫିଲ୍ମର ବାୟୋପିକ ବଦଳରେ ସଞ୍ଜୟଙ୍କୁ ୯ ରୁ ୧୦ କୋଟି ଟଙ୍କା ଦିଆଯାଇଥିଲା ।

ମହେନ୍ଦ୍ର ସିଂହ ଧୋନୀ- ଏମ ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବଲିଉଡର ସୁପର ହିଟ ଫିଲ୍ମ ‘ଏମ ଏସ ଧୋନୀ’ । ଏହି ଫିଲ୍ମଟିକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମଟି ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ଯାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନ ଉପରେ ଆଧାରିତ ଥିଲା ଓ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସ୍ଵର୍ଗୀୟ ସୁଶାନ୍ତ ସିଂହ ରାଜପୁତ ନଜର ଆସିଥିଲେ । ଏହି ଫିଲ୍ମର ବାୟୋପିକ ବଦଳରେ ଧୋନୀଙ୍କୁ ୮୦ କୋଟି ଟଙ୍କା ଦିଆଯାଇଥିଲା ।

ସଚିନ ତେନ୍ଦୁଲକର- ସଚିନ :ଏ ବିଲିଅନ ଡ୍ରିମ୍ସ


ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବଲିଉଡର ଲୋକପ୍ରିୟ ଫିଲ୍ମ ‘ସଚିନ ଏ ବିଲଅନ ଡ୍ରିମ୍ସ’ । ଏହି ଫିଲ୍ମଟି ଭାରତୀୟ ଦିଗଜ ଖେଳାଳି ସଚିନ ତେନ୍ଦୁଲକରଙ୍କର ଜୀବନ ଉପରେ ଆଧାରିତ ଥିଲା । ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ବାୟୋପିକ ବଦଳରେ ସଚିନଙ୍କୁ ୪୦ କୋଟି ଟଙ୍କା ଦିଆଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *