ବନ୍ଧୁଗଣ ଆମ ବଲିଉଡ ଜଗତରେ ବହୁ ବିବାହ ଏକ ସାମାନ୍ୟ ହେଇଗଲାଣି ଅଥବା ଏହା ଏକ ପ୍ରକାର ଫ୍ୟାଶନ ହେଇଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଯେଉଁ ମାନେ ଏକ ନୁହେଁ ଅନେକ ବିବାହ କରିଛନ୍ତି।
୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି କିରଣ ଖେର। କିରଣ ଖେର ଦୁଇ ଥର ବିବାହ କରିଛନ୍ତି। କିରଣ ଖେର ଙ୍କ ପ୍ରଥମ ବିବାହ ଗୌତମ ବେରୀ ଙ୍କ ସହ ହେଇଥିଲା କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ର ଛାଡପତ୍ର ହେଇଗଲା ଏବଂ ଦ୍ୱିତୀୟ ବିବାହ ବଲିଉଡ ଅଭିନେତା ଅନୁପମ ଖେର ଙ୍କ ସହ ହେଇଗଲା ଏବଂ ସେମାନେ ବହୁ ଖୁସି ରେ ରହୁଛନ୍ତି।
୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ‘ହୀନା’ ଚଳଚ୍ଚିତ୍ର ରୁ ପରିଚୟ ପାଇଥିବା ଜେବା ବକ୍ତିୟାର। ଜେବା ଚାରିଥର ବିବାହ କରିଛନ୍ତି। ପ୍ରଥମ ସ୍ୱାମୀ ସଲମାନ ବଲୀୟାନ, ଦ୍ୱିତୀୟ ସ୍ୱାମୀ ହେଲେ ଅଦନାନ ସାମୀ, ତୃତୀୟ ସ୍ୱାମୀ ହେଲେ ଜାବେଦ ଜାଫ୍ରି, ଏବଂ ଚତୁର୍ଥ ସ୍ୱାମୀ ହେଲେ ସୋହେଲ ନିଗାରୀ ।
୩- ତୃତୀୟ ଅଭିନେତ୍ରୀ ହେଲେ ସୁନିଧି ଚୋହ୍ବାନ। ସୁନିଧି ହେଉଛନ୍ତି ଜଣେ ପ୍ରସିଦ୍ଧ ଗାୟିକା ସେ ମଧ୍ୟ ଦୁଇ ଥର ବିବାହ କରିଛନ୍ତି। ପ୍ରଥମ ବିବାହ ୧୮ ବର୍ଷ ରେ ବବି ଖାନ ଙ୍କ ସହ କରିଥିଲେ ଏବଂ ଦ୍ୱିତୀୟ ବିବାହ ହିତେଶ ସୋଲଙ୍କି ଙ୍କ ସହ ୨୦୧୨ ରେ କରିଥିଲେ।
୪- ଚତୁର୍ଥ ଅଭିନେତ୍ରୀ ହେଲେ ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ନିଲମ କୋଠାରି ମଧ୍ୟ ଦୁଇ ଥର ବିବାହ କରିଛନ୍ତି। ପ୍ରଥମ ବିବାହ ଠିକ ରେ ଚାଲିନଥିଲା ଏବଂ ଛାଡପତ୍ର ପରେ ସେ ଦ୍ୱିତୀୟ ବିବାହ ବଲିଉଡ ଅଭିନେତା ସମୀର ସୋନି ଙ୍କ ସହ କରିଥିଲେ।
୫- ପଞ୍ଚମ ଅଭିନେତ୍ରୀ ହେଲେ ନିଲିମା ଅଂଜିମ ତିନିଥର ବିବାହ କରିଥିଲେ। ପ୍ରଥମ ସ୍ୱାମୀ ହେଲେ ପଙ୍କଜ କପୂର, ଦ୍ୱିତୀୟ ସ୍ୱାମୀ ହେଲେ ରାଜେଶ ଖଟ୍ଟର ଏବଂ ତୃତୀୟ ସ୍ୱାମୀ ହେଲେ ଓସ୍ତାଦ ରାଜା ଅଲ୍ଲୀ ଖାନ।
୬- ଷଷ୍ଠ ଅଭିନେତ୍ରୀ ହେଲେ ବିନ୍ଦିଆ ଗୋସ୍ୱାମୀ। ତାଙ୍କ ପ୍ରଥମ ବିବାହ ବଲିଉଡ ଅଭିନେତା ବିନୋଦ ମେହେରା ଙ୍କ ସହ ହେଇଥିଲା ଏବଂ ଛାଡପତ୍ର ପରେ ଦ୍ୱିତୀୟ ବିବାହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେ.ପି ଦତ୍ତା ଙ୍କ ସହ ବିବାହ କରିଥିଲେ।
୭- ସପ୍ତମ ଅଭିନେତ୍ରୀ ହେଲେ ଯୋଗୀତା ବାଲି। ତାଙ୍କ ପ୍ରଥମ ବିବାହ କିଶୋର କୁମାର ଙ୍କ ସହ ହୋଇଥିଲା ଏବଂ ଦ୍ୱିତୀୟ ବିବାହ ମିଥୁନ ଚକ୍ରବର୍ତ୍ତୀ ଙ୍କ ସହ କରିଥିଲେ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ