ଆମେରିକାର କାଲିଫର୍ନିୟା ରେ ରୁହନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ଵେତା, ଦେଖନ୍ତୁ ତାଙ୍କର ଘର ପରିବାରର କିଛି ଫଟୋ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କୁ ଭୁଲିବା ଲୋକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଛି । ସୁଶାନ୍ତ ଯିବା ପରେ ସୋସିଆଲ ମିଡିଆରେ ସୁଶାନ୍ତ ଓ ତାଙ୍କ ପରିବାର ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୁଶାନ୍ତ ନିଜ ପରିବାରକୁ ବହୁତ ଭଲ ପାଉଥିଲେ । ସୁଶାନ୍ତ ନିଜର ସମସ୍ତ ଭଉଣୀ ମାନଙ୍କ ମଧ୍ୟରୁ ବଡ ଭଉଣୀ ଶ୍ଵେତା ସିଂହ କୀର୍ତିଙ୍କ ସହ ଅଧିକ କ୍ଳୋଜ ଥିଲେ । ସୁଶାନ୍ତ ଯିବା ପରେ ଶ୍ଵେତା ସିଂହ କୀର୍ତି ହଠାତ ଲାଇମ ଲାଇଟରେ ନଜର ଆସିଥିଲେ ।

ନିଜ ଭାଇର ମୃତ୍ୟୁ ହେବା ଦୁଃଖରେ ଶ୍ଵେତା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଯେପରି ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିଥିଲେ ତାହା ଦ୍ଵାରା ବହୁତ ଲୋକ ଆକର୍ଷିତ ହୋଇଥିଲେ, ସୁଶାନ୍ତଙ୍କ ସମସ୍ତ ଫ୍ୟାନ୍ସ ଶ୍ଵେତା ସିଂହ କୀର୍ତିଙ୍କ ବିଷୟରେ ଜାଣିବା ପାଇଁ ଚାହୁଞ୍ଚନ୍ତି ।


ଶ୍ଵେତା ସିଂହ କୀର୍ତି ଆମେରିକାର କାଲିଫୋର୍ନିଆ ସହରରେ ରୁହନ୍ତି । ଶ୍ଵେତା ପେଶାରୁ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି । ୩୭ ବର୍ଷ ବୟସର ଶ୍ଵେତା ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ଵାମୀଙ୍କର ନାମ ହେଉଛି ବିଶାଲ କୀର୍ତି । ସୁଶାନ୍ତଙ୍କ ଭିଣେଇ ନିଜ ଭାଇଙ୍କୁ ନ୍ୟାୟ ଦେବା ପାଇଁ ‘ନେପୋମିଟର’ ବନେଇଥିଲେ ।

ବିଶାଲ ଓ ଶ୍ଵେତାଙ୍କ ପ୍ରଥମ ସାକ୍ଷାତ ପାଟନାରେ ହୋଇଥିଲା । ଶ୍ଵେତା ୨ ବର୍ଷ ଫ୍ୟାସନ ଡିଜାଇନ ର କୋର୍ସ କରିବା ପରେ ବିଶାଲଙ୍କ ସହ ୨୦୦୭ରେ ବିବାହ କରିଥିଲେ । ବିବାହ କରିବା ପରେ ସେମାନେ ଆମେରିକାରେ ସିଫ୍ଟ ହୋଇଗଲେ । ଶ୍ଵେତା ଓ ବିଶାଲଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ବିବାହ ପରେ ଶ୍ଵେତା ମଡେଲିଙ୍ଗ ମଧ୍ୟ କରିଥିଲେ ଓ ଏକ ବଡ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ ।


ଏହା ସହିତ ଶ୍ଵେତା ଆମେରିକାରେ ଏକ ନର୍ସରୀ ମଧ୍ୟ ଚଲାଉଛନ୍ତି । ଶ୍ଵେତା ନିଜ ଘରକୁ ବହୁତ ସୁନ୍ଦର ଭାବରେ ସଜାଇଛନ୍ତି । ଏହା ସହିତ ଶ୍ଵେତାଙ୍କ ଘରର ଇଣ୍ଟରନାଲ କଲର ମଧ୍ୟ ବହୁତ ଆକର୍ଷିତ ଅଟେ । ନିଜ ଘରକୁ ଶ୍ଵେତା ବହୁତ ଉନ୍ନତ ଧରଣର ସଜାଇଛନ୍ତି । ଶ୍ଵେତା ନିଜର ଇଂଷ୍ଟାଗ୍ରାମରେ ଅଧିକାଂଶ ଫଟୋ ସେୟାର କରନ୍ତି ।

ଶ୍ଵେତାଙ୍କ ଘରେ ଥିବା ବାଲକୋନି ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି । ବାଲକୋନିକୁ ସେ ଫ୍ଲୋଟ୍ସ ଦ୍ଵାରା ସଜାଇଛନ୍ତି । ଶ୍ଵେତାଙ୍କର ଗାର୍ଡେନ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ । ଶ୍ଵେତା ଦେଖିବା ପାଇଁ କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ନୁହନ୍ତି । ଶ୍ଵେତାଙ୍କର ସମସ୍ତ ଫଟୋକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି ।

ଆପଣଙ୍କୁ ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା କିପରି ଲାଗିଲେ କମେଣ୍ଟ କରନ୍ତୁ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *