ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏକାଠି ୨ ଜଣ ଯିବା ପାଇଁ କଥା ଦେଇଥିଲେ, ହେଲେ ଅଧା ବାଟରେ ଏକା କରି ଚାଲିଗଲେ । ସ୍ଵର୍ଗତ ବରିଷ୍ଠ ଓଡିଆ କଳାକାର ଅଜିତ ଦାସଙ୍କର ଧର୍ମପତ୍ନୀ ତେବେ ଏପରି କିଛି ଦୁଃଖରେ ମ୍ରିୟମାଣ ହୋଇ ନିଜର ମନର କଥାକୁ ମିଡିଆ ଆଗରେ କହିଛନ୍ତି । ତେବେ ଅଜିତ ଦାସଙ୍କର ଧର୍ମପତ୍ନୀ ତାଙ୍କ ସ୍ଵାମୀ ଅଭିନେତା ଅଜିତ ଦାସଙ୍କ ପାଇଁ କିଛି ଏପରି କହିଥିଲେ ।

ତେବେ ତାଙ୍କ କହିବା ଆଧାରରେ ଆମେ ଜୀବନରେ ଭଲରେ ଭଲରେ ବୈବାହିକ ଜୀବନ ଅତିବାହିତ କରିଥିଲୁ । ସେ ଥିଲେ ମୋତେ ସବୁ କିଛି କରିବାକୁ ଶକ୍ତି ମିଳିଥାଏ । ଆମେ ସବୁ କାମକୁ ଭାଗବାଣ୍ଟି କରି ମିଳିମିଶି କରୁଥିଲୁ । ତାଙ୍କର ଯେଉଁ ଆକ୍ଟିଙ୍ଗ ଇନଷ୍ଟିଟୁଟ ଥିଲା । ସେଠାରେ ମୁଁ ଓ ଆଉ ସିଏ ମିଶିକି ପିଲା ମାନଙ୍କୁ ଅଭିନୟ ଶିଖାଉଥିଲୁ । ତେବେ ସେ ବୋଧେ ଜାଣିଦେଇଥିଲେ । ତାଙ୍କର ସମୟ ଆସିଗଲାଣି ।
ସେଥିପାଇଁ ତାଙ୍କ ଯିବାର କିଛି ଦିନ ପୂର୍ବରୁ ହିଁ ସେ ଅନ୍ୟ ପିଲା ମାନଙ୍କୁ କହିଦେଇଥିଲେ । ଯେ ମୋର ଯେପରି ସେମାନେ ଯତ୍ନ କରିବେ । ତେବେ ସାଥି ହୋଇ ବଞ୍ଚିଥିଲୁ । ଆଉ ଦୁଇ ଜଣ ଏକାଠି ଯିବୁ ବୋଲି କଥା ଦେଇଥିଲେ । ମୋତେ ଅଧା ବାଟରେ ଏକାଠି ହାତ ଛାଡି ସେ ଆରପାରିକୁ ଚାଲିଗଲେ । ତେବେ ଏପରି କିଛି ଅଜିତ ଦାସଙ୍କର ଧର୍ମପତ୍ନୀ ଅଜିତ ଦାସଙ୍କ ସ୍ମୃତିରେ ମିଡିଆ ଆଗରେ କହି ଅତ୍ୟନ୍ତ ଭାବ ବିହ୍ଵଳ ହୋଇଯାଇଥିଲେ ।
ତେବେ ବରିଷ୍ଠ ଓଡିଆ କଳାକାର ଅଜିତ ଦାସଙ୍କର ଦେହାନ୍ତରେ ଆମ ଓଡିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଯାଇଛି । ହେଲେ ଅଜିତ ଦାସ ନିଜର ନିଖୁଣ ଅଭିନୟ ଦ୍ଵାରା ଓଡିଆ ସିନେ ଦର୍ଶକଙ୍କୁ ଭେଟି ଯାଇଥିବା ସିନେମା ଗୁଡିକ ଦେଖିଲେ । ଆଜି ମଧ୍ୟ ସେହି ନିଖୁଣ ଅଭିନୟରେ ଅଜିତ ଦାସ ଆମ ପାଖରେ ସବୁବେଳେ ଅମର ହୋଇରହିଥାନ୍ତି ।

ଏହା ସହିତ ନିଜର ସୁନ୍ଦର ଅଭିନୟ ପାଇଁ ଆଜି ମଧ୍ୟ ସମସ୍ତଙ୍କ ମନରେ ଅଭିନେତା ଅଜିତ ଦାସଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଅଛି । ତେବେ ଅଜିତ ଦାସଙ୍କର ଅଭିନୟ ଅନୁଷ୍ଠାନରୁ ମଧ୍ୟ ବହୁ ଭଲ ଭଲ କଳାକାର ଅଭିନୟ ଶିଖି କଳା ଜଗତରେ ନିଜର ନାମ କରିପାରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

