Khandagiri ଯାତ୍ରା ପେଣ୍ଡାଲରେ ମା’ ପାଇଁ ଭିକ ମାଗୁଛି ପୁଅ, ଦର୍ଶକଙ୍କ ଆଖିରେ ଲୁହ, କାନ୍ଦି କାନ୍ଦି ଦାନ କରୁଛନ୍ତି ଟଙ୍କା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ପାଇଁ ପୁଅ ମାଗିଲା ଭିକ । ସ୍ଟେଜ ପାଖକୁ ଆସି ଟଙ୍କା ଦେଇ କାନ୍ଦି ପକାଇଲେ ଦର୍ଶକ । ତେବେ ହଁ ବନ୍ଧୁଗଣ ଏପରି କିଛି ଦୃଶ୍ୟ ଯାତ୍ରା ଜଗତରେ ଦେଖିବାକୁ ମିଳିଛି । ତେବେ ଯାତ୍ରା ମଞ୍ଚ ହେଉଛି ଏପରି ଏକ ସ୍ଟେଜ । ଯେଉଁଠାରେ ସମାଜରେ ଘଟୁଥିବା ନିଛକ ଘଟଣାକୁ କାହାଣୀ କରି ସ୍ଟେଜରେ ଯାତ୍ରା କଳାକାର ମାନେ ଉପସ୍ଥାପିତ କରିଥାନ୍ତି । ତେବେ ଯେତେବେଳେ ସେହି କାହାଣୀ ଆଧାରିତ ଯାତ୍ରାଟି ସ୍ଟେଜ ଉପରେ ପରିବେଷଣ କରାଯାଇଥାଏ ।

ସେଠାରେ ଦର୍ଶକ ମାନେ ଅତି ପାଖରୁ ଦେଖି ସଙ୍ଗେ ସଙ୍ଗେ ହିଁ ନିଜର ପ୍ରତିକ୍ରିୟା ଜଣାଇଦେଇଥାନ୍ତି । ତେବେ ଯାତ୍ରା ବାଘାଯତୀନ ଗଣନାଟ୍ଯର ଯାତ୍ରା ମଝି ନଈରେ ଜୀବନ ଡଙ୍ଗା ହେଉଛି ଏକ ଯାତ୍ରା । ତେବେ ବାଘାଯତୀନ ଗଣନାଟ୍ଯର ମଞ୍ଚ ଉପରେ ଯେତେବେଳେ ମଝି ନଈରେ ଜୀବନ ଡଙ୍ଗା ଯାତ୍ରାଟି ପରିବେଷଣ କରାଯାଉଥିଲା । ସେତେବେଳେ ସେହି ଯାତ୍ରାର କାହାଣୀ ଆଧାରରେ ଏକ ଦୃଶ୍ୟ ରହିଥିଲା ।

ଯେଉଁଠାରେ ଏକ ଗରୀବ ପୁଅ ନିଜ ମା’ ର ଦେହ ଭଲ କରିବା ପାଇଁ ହାତ ପତେଇ ବୁଲି ବୁଲି ଭିକ ମାଗୁଛି । ଆଉ ଯାହା ଯେତିକି ପୁଅ ଜଣଙ୍କ କରଜ କରିଥିଲା । ସେହି ସବୁ କରଜର ଭାର ଦିନକୁ ଦିନ ବଢି ବଢି ଜୀବାରେ ଲାଗିଛି । ଏହା ସହିତ ନିଜର ଗର୍ଭବତୀ ଭଉଣୀକୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେବା ପାଇଁ ମଧ୍ୟ ଟଙ୍କା ନାହିଁ ବୋଲି ବୁକୁ ଫଟାଇ କାନ୍ଦି କାନ୍ଦି ଲୋକଙ୍କୁ କିଛି ଆର୍ଥିକ ସାହାଜ୍ଯ ପାଇଁ ହାତ ମାଗୁଛି ।

ତେବେ ସେହି ଗରୀବ ପୁଅଟିର ଏପରି ଜୀବନ୍ତ ତଥା ଦୁଃଖଭରା ଅଭିନୟ ଦେଖି ସେଠାରେ ବସି ଯାତ୍ରା ଦେଖୁଥିବା ଦର୍ଶକ ମାନେ ନିଜର କୋହକୁ ସମ୍ଭାଳି ପାରିନଥିଲେ । ସେଠାରେ ଉପସ୍ଥିତ ଥିବା ବହୁ ଦର୍ଶକ ଯାତ୍ରାର ସିନ୍ ଦେଖି ଅତ୍ୟନ୍ତ ଭାବ ବିହ୍ଵଳ ହୋଇଯାଇଥିଲେ । ଏହା ସହିତ ଯାତ୍ରା ସ୍ଟେଜ ପାଖକୁ ଆସି ଟଙ୍କା ଦେବା ସହ କାନ୍ଦି ପକାଇଥିଲେ ।

ତେବେ ଯାତ୍ରାର ସ୍ଟେଜ ଉପରେ ହେଉଥିବା ଅଭିନୟ ଓ ଯାତ୍ରାରେ ବାଜୁଥିବା ହୃଦୟ ବିଦାରକ କୋହଭରା ଗୀତ ସୂନୀ ଯେକୌଣସି ହୃଦୟଧାରୀ ବ୍ୟକ୍ତିବିଶେଷ ମଧ୍ୟ ନିଜର ଆଖିର ଲୁହକୁ ଆଖିରେ ସାଇତିକି ରଖି ପାରିବେ ନହିଁ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋସ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *