ଅଭିନେତା Mitu Mithun କହିଲେ ‘ପ୍ରକୃତ ବିପଦ ବେଳର ବନ୍ଧୁ ହେଉଛନ୍ତି ଅର୍ଦ୍ଧେନ୍ଦୁ, ସେ Pintu ଙ୍କୁ ଦେଇଥିଲେ 10 ଲକ୍ଷ, ଆଉ ମତେ ନ ଜଣେଇ ମୋ ଘରକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିପଦ ବେଳର ବନ୍ଧୁ ସାଜିଲେ ଅଭିନେତା ଅର୍ଦ୍ଧେନ୍ଦୁ । ତେବେ ସୂଚନା ମୁତାବକ ଓଡିଆ କଳାକାର ମିଟୁ ମିଥୁନଙ୍କ କହିବା ମୁତାବକ ଅଭିନେତା ଅର୍ଦ୍ଧେନ୍ଦୁ ପିନ୍ଟୁ ନନ୍ଦଙ୍କୁ ତାଙ୍କ ସ୍ଵାସ୍ଥର ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ ମୋ ଘର ଖର୍ଚ ପାଇଁ ମଧ୍ୟ ମାନସଙ୍କ ହାତରେ ମୋ ଘରକୁ ୫ ହଜାର ଟଙ୍କା ଦେଇଛନ୍ତି । ତେବେ ମିଟୁ ମିଥୁନ ଏଠାରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଗଣ ମାଧ୍ୟମ ନିକଟରେ ଧନ୍ୟବାଦ ବୋଲି ଜଣାଇଛନ୍ତି ।

ତେବେ ମିଟୁ ମିଥୁନ କହିଛନ୍ତି । ସତରେ ଅର୍ଦ୍ଧେନ୍ଦୁ ଜଣେ ବହୁତ ବଡ ହୃଦୟବାନ ବ୍ୟକ୍ତିତ୍ଵଟିଏ ଅଟନ୍ତି । କାରଣ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ସମୟରେ ତାଙ୍କୁ ଆର୍ଥିକ ସାହାଜ୍ଯର ହାତ ବଢାଇଛନ୍ତି । ତେବେ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶିର ସାହାଜ୍ଯ ପଠାଇଛନ୍ତି । ତେବେ ଯେହେତୁ ମୁଁ କିଛି ଦିନ ଧରି ପିନ୍ଟୁ ପାଖରେ ରହି ଏଠାରେ ବୁଝାସୁଝା କରୁଛି । ମୁଁ ମଧ୍ୟ ଧନୀ ମଣିଷଟିଏ ନୁହେଁ ।

ସେଥିପାଇଁ ମୋତେ ମଧ୍ୟ ସାହାଜ୍ଯ କରିବାକୁ ଯାଇ ମୋ ଘରକୁ ୫ ହଜାର ଟଙ୍କା ପ୍ରଡ଼କସନ ମ୍ୟାନେଜର ମାନସଙ୍କ ହାତରେ ଟଙ୍କା ପଠାଇଛନ୍ତି । ତେବେ ମିଟୁ ମିଥୁନ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ସମ୍ପର୍କରେ ମଧ୍ୟ ଗଣ ମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ପିନ୍ଟୁ ଏବେ ଦିଲ୍ଲୀରେ ରହି ଚିକିତ୍ସିତ ହେଉଛି । ସେଠାରେ ତା’ ଚିକିତ୍ସା କାର୍ଯ୍ୟ ଜାରୀ ରହିଛି । ତେବେ ଅର୍ଥ ଯୋଗାଡ କାର୍ଯ୍ୟ ମଧ୍ୟ ବହୁତ ଜୋରସୋରରେ ଚାଲିଛି ।

ତେବେ କିଛି ଦିନ ମଧ୍ୟରେ ପିନ୍ଟୁର ଲିଭର ଟ୍ରାନ୍ସପ୍ଳାଣ୍ଟ କାର୍ଯ୍ୟଟି ମଧ୍ୟ ହୋଇଯିବ । ତେବେ ଓଡିଶାବାସୀ ତଥା ପିନ୍ଟୁର ଫ୍ୟାନ ମଧ୍ୟ ନିଜ ନିଜ ଶକ୍ଷ ଅନୁଯାଇ ଆର୍ଥିକ ସାହାଜ୍ଯର ହାତ ବଢାଇଛନ୍ତି । ତେବେ ବହୁତ ଶୀଘ୍ର ପିନ୍ଟୁର ସ୍ଵାସ୍ଥବସ୍ତା ଭଲ ହୋଇଯାଉ ବୋଲି ଆମେ ସମସ୍ତେ ଠାକୁରଙ୍କ ନିକଟରେ ପ୍ରାଥନା କରିବା ।

ତେବେ ପିନ୍ଟୁ ପୁଣି ଥରେ ସୁସ୍ଥ ହୋଇ ଆମ ସମସ୍ତଙ୍କ ଗହଣକୁ ଫେରିଆସୁ । ତେଣୁ ସେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *