ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ଉଷଶୀ ମିଶ୍ର ନିଜ ବିବାହ କୁ ନେଇ କିଛି ଏଭଳି କହିଛନ୍ତି, ଯାହା ଆପଣ ମାନେ ଜାଣିନଥିବେ । ତେବେ ଅନେକ ଦର୍ଶକ ଜାଣିଛନ୍ତି ଯେ ଉଷଶୀ ମିଶ୍ର ବିବାହ କରି ନାହାଁନ୍ତି । କିନ୍ତୁ ସେ ବିବାହ କରିଛନ୍ତି ତାଙ୍କର ବିବାହ ବେସୀ ଦିନ ନଥିଲା । ଏ ନେଇ ସେ କହିଛନ୍ତି ଯେ ସେ ପିଲାଟି ଦିନୁ ଭାଇ ମାନଙ୍କ ସହିତ ବଡ ହୋଇଛନ୍ତି । ଏଣୁ ତାଙ୍କ ଭାବନା ମଧ୍ୟ ପୁଅ ଭଳି । ଏବଂ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବା ବେଳେ ଅନେକ ଜଣ ତାଙ୍କୁ ପ୍ରୋପୋଜ ମାରିଥିଲେ ମାତ୍ର ଏ ନେଇ ସେ ଚିନ୍ତା କରିପାରୁନଥିଲେ ।

ଶେଷରେ ତାଙ୍କୁ ତାଙ୍କ ମନର ମଣିଷ ମିଳିଥିଲା ଏବଂ ୨ ବର୍ଷ ନିଜ ମନର ମଣିଷ ସହିତ ବନ୍ଧୁତା ରଖିବା ପରେ ସେ ଚିନ୍ତା କରିଲେ ବିବାହ ନିମନ୍ତେ । ଏହାପରେ ବିବାହ ମଧ୍ୟ କରିଥିଲେ, ମାତ୍ର ସେ ବିବାହ ବେସୀ ଦିନ ତିଷ୍ଠି ରହିଲା ନାହିଁ । କାରଣ ଉଭୟ ଥିଲେ କଳାକାର ଏବଂ ଉଭୟ ପରସ୍ପରକୁ ସମୟ ଦେଇ ପାରୁନଥିଲେ । ଯାହା କି ବୈବାହିକ ଜୀବନର ମୂଳଦୂଆ ଅଟେ ।
ତେବେ ଏହାକୁ ନେଇ ଉଷଶୀ କହିଥିଲେ ଯେ ଯଦି ତାଙ୍କର ବାପା ତାଙ୍କ ସହିତ ଜୀବିତ ଅବସ୍ଥାରେ ଥାନ୍ତେ ତେବେ ବୋଧ ହୁଏ ସେ ସଠିକ ମାର୍ଗ ପାଇପାରିଥାନ୍ତେ । ବିବାହ ପରେ ସ୍ଵାମୀ ସ୍ତ୍ରୀ ସମୟ ଦେଇନପାରିବାରୁ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ଲାଗୁଥିଲା ଏବଂ ତାହା ଧୀରେ ଧୀରେ ବଢିବାକୁ ଲାଗିଥିଲା । ଏଣୁ ୩ ବର୍ଷ ସାଥିରେ ରହିବା ପରେ ନିଷ୍ପତ୍ତି ନେଲେ ଯେ ଅଲଗା ହୋଇଯିବେ ବୋଲି ।
ଉଷଶୀ ଚିନ୍ତା କରିଲେ ଯେ କିଛି ଦିନ ଅଲଗା ହୋଇ ରହିବେ ବୋଲି କିନ୍ତୁ ଏହି କିଛି ଦିନଟି ଚାହୁଁ ଚାହୁଁ ହୋଇଗଲା ୧୦ ବର୍ଷ ଏବଂ ସେ ଆଉ ପୂର୍ବଅବସ୍ଥା କୁ ଫେରି ପାରିଲେ ନାହିଁ । କୋଭିଡ ସମୟରେ ନିଜ ସ୍ଵାମୀ ଙ୍କ ଠାରୁ ଛାଡପତ୍ର ନେଲେ କହିଲେ ଯେ ତାଙ୍କ ବାହାଘର କ୍ଲିକ କରି ପାରିଲା ନାହିଁ ।

ବର୍ତ୍ତମାନ ଉଷଶୀ ଏକୁଟିଆ ଜୀବନ ଜାପନ କରୁଛନ୍ତି । ଏବଂ ଅଭିନୟ ଜଗତରେ ଭଲ କାମ କରି ଆଗକୁ ଏହିଭଳି ରହିବେ । ମାନଦୁଃଖ କରି କହିଛନ୍ତି ଯେ ବିବାହ ପୂର୍ବରୁ ଯେତେ ବୟଫ୍ରେଣ୍ଡ ବନାଇ ପାର, କିନ୍ତୁ ଥରେ ବିବାହ ହେବାପରେ ସବୁ ସେଥିରେ ସୀମିତ ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

