TV ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ର ଏହି ଯୋଡି ମୋହନା ସିଂ ଓ ଋଷି ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି…

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ କୁ ଦେଖିବା ଅଧିକ ପସନ୍ଦ କରୁଛନ୍ତି । ନିଜ ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ସମୟ ହେଲେ ମାତ୍ର ଟିଭି ଆଗରେ ବସି ପଡିଛନ୍ତି । ଏବଂ ଅଧିକାଂଶ ମହିଳା ମାନେ ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ନିଜ ଘରର କାମ ମଧ୍ୟ ଶୀଘ୍ର ଶେଷ କରି ଟିଭି ଆଗରେ ନିଜ ପ୍ରିୟ ର ଧାରାବାହିକ କୁ ଉପଭୋଗ କରନ୍ତି । ଯେତେବେଳେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଧାରାବାହିକ ର ନାମ କଥା ଆସିଲେ ସମସ୍ତ ଙ୍କ ପାଖରେ ଗୋଟିଏ ଉତ୍ତର ଥାଏ ।

ଷ୍ଟାର ପ୍ଲସ ରେ ୟେ ରିସ୍ତା କ୍ୟା କହଲାତା ହେ ଧାରାବାହିକ । ଏହି ଧାରାବାହିକ ଟି ବହୁତ ଲମ୍ବା ସମୟ ଧରି ଟିଭି ଜଗତରେ ରାଜ କରୁଛି । ଏହି ଧାରାବାହିକ ରେ ଥିବା ସମସ୍ତ କଳାକାର ନିଜର ଦମଦାର ଅଭିନୟ ରେ ସମସ୍ତ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ରହିଛନ୍ତି ।

ଏହି ଧାରାବାହିକ ରେ ଅଭିନୟ କରିଥିବା ପ୍ରତ୍ୟେକ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ ହୋଇ ପାରିଛନ୍ତି । ସେହି ଭଳି କୀର୍ତ୍ତି ଏବଂ ନକ୍ସ ଚରିତ୍ର ରେ ଅଭିନୟ କରିଥିବା କଳାକାର ମୋହେନା ଏବଂ ରିଷୀ । ଏହି ଦୁଇ ଜଣଙ୍କ ଯୋଡି କୁ ଲୋକମାନେ ଖୁବ ପସନ୍ଦ କଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ଦୁଇ ଜଣ ଏହି ଧାରାବାହିକ ରୁ ଚାରି ବର୍ଷ ହେବ ବାହାରି ଯାଇଛନ୍ତି । ଏବଂ ବର୍ତ୍ତମାନ ଏମାନେ କଣ କରୁଛନ୍ତି ଏବଂ କେଉଁଠି ରହୁଛନ୍ତି ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ଏହି ଧାରାବାହିକ ରେ ନାୟରା ର ନଣନ୍ଦ କୀର୍ତ୍ତି ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବାସ୍ତବ ନାମ ହେଉଛି ମୋହେନା ସିଂହ । ତାଙ୍କ ଜନ୍ମ ୧୮ ଜୁଲାଇ ୧୯୮୮ ମସିହାରେ ମଧ୍ୟପ୍ରଦେଶ ରେ ହୋଇଥିଲା । ଏବଂ ସେ ନିଜର ପୁରା ପାଠ ପଢା ମଧ୍ୟ ଏହି ଠାରେ ଶେଷ କରିଥିଲେ । ସେ ନିଜର କ୍ୟାରିଅର ଡାନ୍ସ ଇଣ୍ଡିଆ ଡାନ୍ସ ରୁ ଆରମ୍ଭ କରିଥିଲେ ସେଥିରେ ସେ ଜଣେ ପ୍ରତିଯୋଗିତା ଭାବେ ଭାଗ ନେଇଥିଲେ ।

ପରେ ସେ ଦିଲ ଦୋସ୍ତି ଡାନ୍ସ ଧାରାବାହିକ ରେ ମଧ୍ୟ ଅଭିନୟ କରିଥିଲେ । ଏବଂ ନିଜର ସୁନ୍ଦର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ହୃଦୟ ଜିଣିବା ରେ ସଫଳ ହୋଇଥିଲେ । ତାପରେ ସେ ପ୍ୟାର ତୁନେ କ୍ୟା କିୟା, ସିଲସିଲା ପ୍ୟାର କା,ଏବଂ ଟୁଇଷ୍ଟ ଵାଲା ଲଭ ଭଳି ଅନେକ ସଫଳ ଧାରାବାହିକ ରେ ସେ ଅଭିନୟ କରିଥିଲେ ।

ନକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଙ୍କ ନାମ ହେଉଛି ରିଷୀ ତାଙ୍କ ଜନ୍ମ ୧୭ ଅକ୍ଟୋବର ୧୯୯୨ ମସିହାରେ ମୁମ୍ବାଇରେ ହୋଇଥିଲା । ଏବଂ ନିଜର ପାଠ ପଢା ମଧ୍ୟ ସେ ଏହି ଠାରେ ଶେଷ କରିଥିଲେ । ସେ ୨୦୧୨ ମସିହାରେ ଆସିଥିବା ଧାରାବାହିକ ଆଇ ଲଭ ମାଇ ଇଣ୍ଡିଆ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାପରେ ସେ ୟେ ଆଶିକି, ବାଳିକା ବଧୂ, ଆଦି ଅନେକ ଧାରାବାହିକ ରେ ସେ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି ।

ମୋହେନା ବର୍ତ୍ତମାନ ୩୪ ବର୍ଷର ହୋଇ ଗଲେଣି । ଏବଂ ସେ ସୁଏସ ରାୱତ ଙ୍କ ସହ ବିବାହ କରିଛନ୍ତି । ଏବଂ ସେ ଏବେ ନିଜ ଘର ସଂସାର ରେ ବ୍ୟସ୍ତ ଅଛନ୍ତି ଏବଂ ଅଭିନୟ ଦୁନିଆ ରୁ ଦୁରେଇ ରହୁଛନ୍ତି । ରିଷୀ ବର୍ତ୍ତମାନ ୩୨ ବର୍ଷ ର ହୋଇଗଲେଣି । ସେ ବର୍ତ୍ତମାନ ଟିଭି ରୁ ଦୂରରେ ଅଛନ୍ତି ଏବଂ ନିଜ ୟୁଟୁବୁ ଚ୍ୟାନେଲ ରେ ନିଜ ଭିଡିଓ ଜରି ଆରେ ଲୋକମାନଙ୍କ ସହ ସମ୍ପର୍କ ରଖିଛନ୍ତି । ନିଜ ପ୍ରଶଂସକ ଙ୍କର ମନୋରଞ୍ଜନ କରିଛନ୍ତି । ଏବଂ ଏ ବର୍ତ୍ତମାନ ସୁଧା ଅବିବାହିତ ଏବଂ ନିଜ କ୍ୟାରିଅର ଉପରେ ଲକ୍ଷ ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋତାଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *