ଛକା ବେଶ ହେଇ ଟଙ୍କା କମେଇବା ଅପେକ୍ଷା ଭିକ ମାଗିବା ଭଲ…କିନ୍ନର ଜଣକ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଡିଜିଟାଲ ହୋଇଯାଇଛି । ଅନଲାଇନରେ ଲୋକମାନେ ଟଙ୍କା ନେଣଦେଣରୁ ଆରମ୍ଭ କରି ପ୍ରେମ କରିବା ଓ ଲାଇଫ ପାର୍ଟନର ମଧ୍ୟ ବାଛି ପାରୁଛନ୍ତି । ଅନଲାଇନ ପ୍ରେମ ଏବେ ବହୁତ ଟ୍ରେଣ୍ଡରେ ଅଛି । କେତେକ ସୋସିଆଲ ମିଡିଆ ଆପ୍ଲିକେସନ ଦ୍ଵାରା ଲୋକମାନେ ପ୍ରେମ କରୁଛନ୍ତି । ହେଲେ ଜଣେ ଯୁବକଙ୍କ ପାଇଁ ଅନଲାଇନ ପ୍ରେମ ମହଙ୍ଗା ପଡିଛି । ଯୁବକ ଜଣକ ଏକ ପୁରୁଷଙ୍କୁ ଯୁବତୀ ଭାବି କଥା ହେଉଥିଲେ । 

ଏମିତି କି ବିବାହ ମଧ୍ୟ କରିଥିଲେ ହେଲେ ପରେ ସେ ଜାଣିବାକୁ ପାଇଥିଲେ ସେ ଯୁବତୀ ନୁହେଁ ଯୁବକ । ତେବେ ବନ୍ଧୁଗଣ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଥିବା ବେଳେ ଏହାକୁ ନେଇ ଜଣେ କିନ୍ନର ନିଜର ପ୍ରତିକ୍ରିୟା ରଖିଛନ୍ତି । କିନ୍ନର ଜଣକ କହିଛନ୍ତି-‘ମୁଁ ଏଇଆ କହିବାକୁ ଚାହୁଁଛି ଯେ ମୁଁ ନିଜେ ଗୋଟେ କିନ୍ନର ।

ମୁଁ ବି ପାର୍ଲରରେ କାମ କରେ । ଯେଉଁ ମାନେ ଏ ସବୁ କରୁଛନ୍ତି ଆପଣଙ୍କ କହିବା ମୁତାବକ ଯେଉଁ ପୁଅ ମାନେ ମେକ ଅପ୍ କ୍ରିମ ଆଦି ଲଗାଇ ଏ ସବୁ କାମ କରୁଛନ୍ତି ତାଙ୍କୁ ତ ଆମେ କେବେ ଦେଖିନୁ ଫେସ ଟୁ ଫେସ । ଆଉ ଏବେ ତ ସରକାର ବହୁତ ପ୍ରକାରର ନିୟମ କଲେଣି ଆମି କିନ୍ନର ମାନଙ୍କ ପାଇଁ । ଆମ କିନ୍ନର ମାନଙ୍କ ପାଖରେ ଆଧାର କାର୍ଡ, ଭୋଟର କାର୍ଡ ଆଦି ସବୁ ପ୍ରମାଣ ପତ୍ର ଅଛି ।

ଆଉ ଯେଉଁ ମାନଙ୍କ ପାଖରେ ପ୍ରମାଣ ପତ୍ର ନାହିଁ ସେମାନଙ୍କୁ ପୋଲିସ ତଦାରକ କରି ଯଦି ଗିରଫ କରିବ ତା ହେଲେ ମୁଁ ବହୁତ ଖୁସି ହେବି । ଆରେ ପଇସା କମାଇବାର ତ ବହୁତ ବାଟ ଅଛି ସେମାନେ ଚାହିଁଲେ ଭିକ ମାଗି ବି ଚଳି ପାରିବେ । ଏ ତାଳି ମାରି, ଛକା ବେଶ ନେଇ ପଇସା କମାଇବାରେ କଣ ଲାଭ ମୋତେ କହିଲ ଗୋଟେ କଥା ଏଇଆ । ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେଉଁ ମାନେ ଏ ସବୁ କାମ କରୁଛନ୍ତି ତାଙ୍କୁ ପୋଲିସ ଶୀଘ୍ର ଗିରଫ କରୁ ।

ଭଲ ପାଇବା କେଉଁଠି କେମିତି କେତେବେଳ ହୋଇଯାଏ ଏ କଥା କେହି ବି ଜାଣି ନଥାନ୍ତି । ଆଜି କାଲି ଦୁନିଆରେ ପୁଅ ପୁଅକୁ ଭଲ ପାଉଛନ୍ତି ତ ଝିଅ ଝିଅକୁ ବି ଭଲ ପାଉଛନ୍ତି । ଯଦି ସେ ଗୋଟେ କିନ୍ନର ଥିଲା ସେ ତାର ସ୍ଵାମୀକୁ କହି ପାରିଥାନ୍ତା ମୁଁ ଗୋଟେ କିନ୍ନର ବୋଲି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *