Omicron କୁ ନେଇ ଆଶ୍ଵସ୍ତିକର ଖବର ଦେଲା WHO, କହିଲା ‘ଭୟଭୀତ ହୁଅନ୍ତୁ ନାହିଁ, ଏହା ଏକ…’

ବନ୍ଧୁଗଣ ଗତ ଦେଢ ବର୍ଷ ହେବ ସାରା ବିଶ୍ଵରେ କରୋନା ମହାମାରୀ ବିପଦ ହୋଇ ରହିଥିଲା । ତେବେ ଗତ କିଛି ମାସ ହେବ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହୋଇଛି ଓ ବର୍ତ୍ତମାନ ସ୍ଥିତି ସୁଧୁରିବାରେ ଲାଗିଛି । ହେଲେ ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭାଇରସର ନୂଆ ଭେରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢୁଥିବା ବେଳେ ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶ ଦାତା ଆନ୍ଥୋନି ଫୌସୀ ଓମିକ୍ରନ ସେତେ ଘାତକ ନୁହେଁ ବୋଲି କହିଛନ୍ତି ।

ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଅପେକ୍ଷା ଅଧିକ ସଂକ୍ରମିତ ହୋଇଥିଲେ ବି ଏତେ ଅଧିକ ଘାତକ ନୁହେଁ । ଡେଲ୍ଟା ଅପେକ୍ଷା ଓମିକ୍ରନରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ଲୋକ ମାନଙ୍କର ସଂଖ୍ୟା କମ । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ସାମାନ୍ଯରୁ ମାଧ୍ୟମ ଧରଣର ଲକ୍ଷଣ ଦେଖାଯାଉଛି । ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟୀକା କାମ କରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶ ଦାତା ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ ମତରେ, ଯେଉଁ ଓମିକ୍ରନ ଭାଇରସ ସାଉଥ ଆଫ୍ରିକାରୁ ବାହାରିଛି ସାଉଥ ଆଫ୍ରିକାର ବିଶେଷଜ୍ଞ ମାନେ କହୁଛନ୍ତି ଏହି ଭାଇରସରେ ଅଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ହେଲେ ଏହି ଭାଇରସ ଯୋଗୁ ବହୁତ କମ ଲୋକ ପ୍ରାଣ ହରାଇ ଛନ୍ତି ।

ଏହି ଭାଇରସର ସାମାନ୍ୟ ଧରଣର ଲକ୍ଷଣ ରହିଛି । ଅନ୍ୟ ପକ୍ଷରେ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ, ଆପଣ ଓମିକ୍ରନରେ ସଂକ୍ରମିତ ହେବା ପରେ ଆପଣ କରୋନାରେ ଆଉ ଆକ୍ରାନ୍ତ ହୋଇପାରିବେ ନାହିଁ । ତେଣୁ ଯଦି ବହୁତ ଲୋକ ଓମିକ୍ରନରେ ଆକ୍ରାନ୍ତ ହେବେ ତା ହେଲେ ଏହା ଏକ ଭଲ ଖବର ମଧ୍ୟ ଅଟେ । ଭଲ ଖବର ଏଥିପାଇଁ ଯେଉଁ ମାନେ କରୋନା ଟୀକା ନେଇ ନଥାନ୍ତି ସେମାନେ ମଧ୍ୟ ଏହି ଭାଇରସ ଆକ୍ରାନ୍ତରେ ବଞ୍ଚି ଯାଉଛନ୍ତି ।

ହେଲେ ତାହା ମାନେ ନୁହେଁ ଯେ ଟୀକା ନେବା ନାହିଁ । ବିଶେଷଜ୍ଞ ମାନେ କହୁଛନ୍ତି ଟୀକା କାମ କରୁ ନାହିଁ ଓ ଏହା ବର୍ତ୍ତମାନ ଚିନ୍ତା ବଢାଇଛି । ଗୋଟେ ଭଲ ଖବର ହେଉଛି ଏହାର ସାମାନ୍ୟ ଲକ୍ଷଣ ରହୁଛି ଓ ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଗୁରୁତ୍ଵର ହେଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *